ବାତ୍ୟା କ୍ଷତିପୂରଣ ଦାବି ଓ ସରପଞ୍ଚଙ୍କ ଗାଳିଗୁଳଜ ପ୍ରତିବାଦରେ ରାସ୍ତା ଅବରୋଧ

Published By : Prameya-News7 Bureau | May 13, 2019 IST

ଆଠଗଡ ୧୩\୫ : କଟକ ଜିଲ୍ଲା ତିଗିରିଆ ବ୍ଲକ୍ ଅନ୍ତର୍ଗତ ବିନ୍ଧାଣିମା ପଞ୍ଚାୟତରେ ବାତ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ମିଳିନଥିବା ଓ ସରପଞ୍ଚ କ୍ଷତିଗ୍ରସ୍ତଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ଯୋଗୁ ଗ୍ରାମବାସୀ ବିନ୍ଧାଣିମା ଠାରେ ରାସ୍ତା ରୋକ କରିଛନ୍ତି। ରାସ୍ତାରୋକ କରିବା ଯୋଗୁଁ ଆଠଗଡ ନରସିଂହପୁର ମଧ୍ୟରେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା।

{"id":111329}

ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ଖୁବ୍ ଶୀଘ୍ର କ୍ଷତିଗ୍ରସ୍ତଙ୍କୁ ରିଲିଫ ସାମଗ୍ରୀ ଦିଆଯିବ ବୋଲି ପ୍ରତିଶୃତି ମିଳିବା ପରେ ରାସ୍ତାରୋକ ହଟିଛି। ବର୍ତ୍ତମାନ ଗାଡି ଚଳାଚଳ ସ୍ବାଭାବିକ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.