ମହାକାଳପଡାରୁ ବିଜେଡି ପ୍ରାର୍ଥୀ ଅତନୁ ଏବଂ କେନ୍ଦ୍ରାପଡାରୁ କଂଗ୍ରେସ ପ୍ରାର୍ଥୀ ଗଣେଶ୍ବର କଲେ ନାମାଙ୍କନ

Published By : Prameya-News7 Bureau | April 03, 2019 IST

କେନ୍ଦ୍ରପଡ଼ା ୩|୪ (ମାତୃ ଦତ୍ତ ମହାନ୍ତି): କେନ୍ଦ୍ରାପଡ଼ା ଜିଲା ର ଭିନ୍ନ ଭିନ୍ନ ବିଧାନସଭା ଆସନ ପାଇଁ ଆଜି ୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | କେନ୍ଦ୍ରାପଡ଼ା ବିଧାନସଭା ସଂରକ୍ଷିତ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଗଣେଶ୍ଵର ବେହେରା ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି |ସେହିପରି ମହାକାଳପଡା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି | ମହାକାଳପଡା ଓ ରାଜନଗର ବିଧାନସଭା ଆସନ ପାଇଁ ଦୁଇଜଣ ସ୍ଵାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି |

{"id":99684}

କେନ୍ଦ୍ରାପଡ଼ା ଜିଲା ର ୩ଟି ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ | ମହାକାଳପଡା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ତଥା ବିଧାୟକ୍  ଅତନୁ ସବ୍ୟସାଚୀ ନାୟକ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ଏହି ଅବସରରେ ମହାକାଳପଡା ଅ଼ଞ୍ଚଳର ବିକାଶ ହିଁ ଏକମାତ୍ର ଲକ୍ଷ୍ୟ ବୋଲି ଅତନୁ ସବ୍ୟସାଚୀ ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି |

{"id":99685}

ସେହିପରି କେନ୍ଦ୍ରାପଡ଼ା ସଂରକ୍ଷିତ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଗଣେଶ୍ଵର ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି | କେନ୍ଦ୍ରାପଡ଼ା ର ସର୍ବାଙ୍ଗୀନ ବିକାଶ କରିବା ସହିତ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି|ଉଭୟ ନେତା ନିଜ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ଯାଳୟ ରେ ପହଂଚି ଥିଲେ |

{"id":99686}

କେନ୍ଦ୍ରାପଡ଼ା ଜିଲାର ରାଜନଗର ଓ ମହାକାଳପଡା ବିଧାନସଭା ଆସନ ପାଇଁ ଆଜି ଦୁଇ ଜଣ ସ୍ଵାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ମହାକାଳପଡା ଆସନ ପାଇଁ ସ୍ଵାଧୀନ ପ୍ରାର୍ଥୀ ପଦ୍ମନାଭ ଚୌଧୁରୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ରାଜନଗର ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଯୁବ ନେତା ଅଜୟ ବେହେରା |

{"id":99687}

ଉଭୟ ବିକାଶ କୁ ମୁଦ୍ଦl କରି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି |ନାମାଙ୍କନପତ୍ର ଦାଖଲ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.