Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

କୁଲଗାମରେ ପୁଣି ଏନକାଉଣ୍ଟର, ଲୁଚିଛନ୍ତି ୩ ଆତଙ୍କବାଦୀ

9/07/2021 at 7:28 AM

ଶ୍ରୀନଗର, ୦୯|୦୭: ଜମ୍ମୁ-କାଶ୍ମୀରରେ ପୁଣିଥରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଉଭୟ ପକ୍ଷ ମଧ୍ୟରେ ୩ ଥର ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟର କୁଲଗାମର ରେଡବାନୀ ଅଞ୍ଚଳରେ ଘଟିଛି ।

ପୋଲିସର ସୂଚନା ଅନୁସାରେ, ଦୁଇରୁ ୩ ଜଣ ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହାପୂର୍ବରୁ ଗୁରୁବାର ଦକ୍ଷିଣ କାଶ୍ମୀରର ଦୁଇଟି ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା । ଏଥିରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ଗୁରୁବାର ୨ଟି ସ୍ଥାନରେ ହୋଇଥିବା ଏନକାଉଣ୍ଟରରେ ୪ଜଣ ଆତଙ୍କୀ ପ୍ରାଣ ହରାଇଥିଲେ । ପୋଲିସର ଜଣେ ଅଧିକାରୀଙ୍କ କହିବାନୁସାରେ,  ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ କୁଲଗାମର ଜୋଦାର ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରିଯାଇ ଅପରେସନ ଆରମ୍ଭ କରିଥିଲେ । ନିଜକୁ ଅଡୁଆରେ ଦେକି ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ କରିଥିଲେ । ଏହାପରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଯେଉଁଥିରେ ଲଶ୍କର-ଏ-ତୋଏବାର ଆତଙ୍କବାଦୀ ନିହତ ହୋଇଥିଲେ ।

   Related Posts