Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

୩୬ ତାଲିବାନ ଆତଙ୍କବାଦୀଙ୍କୁ ମାରିଲା ଆଫଗାନ୍ ସେନା, ଆହୁରି ଚାଲିବ ରକ୍ତପାତ

24/07/2021 at 10:12 AM

କାବୁଲ, ୨୪/୦୭ :  ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନର ଅତ୍ୟାଚାର ବଢିଚାଲିଛି । ଦେଶର ୯୦ ପ୍ରତିଶତ ଅଞ୍ଚଳକୁ ସେମାନେ ଅକ୍ତିଆର କରିଥିବା ଦାବି କରୁଛନ୍ତି । ଏହାମଧ୍ୟରେ ଆଫଗାନ୍ ସେନା ମଧ୍ୟ ଲଗାତର ଭାବେ ଆତଙ୍କବାଦୀଙ୍କ ଉପଦ୍ରବ କମାଇବାକୁ ଉଦ୍ୟମ କରୁଛି ।

ଗତ କିଛିଦିନ ହେବା ସେନା ତାଲିବାନ ଉପରେ ଘନଘନ ଆକ୍ରମଣ କରୁଛି । ଆଫଗାନ୍ ଫୋର୍ସେସ୍‌ର ଦାବି ଅନୁସାରେ, ଏବେସୁଦ୍ଧା ୩୬ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ସେହିପରି ତାଲିବାନ ଦାବି କରିଛି ଯେ, ଗାଜିଆବାଦ ଜିଲ୍ଲାର ଥିବା ପୋଲିସ ମୁଖ୍ୟାଳୟକୁ କବଜା କରିଦିଆଯାଇଚି । ୮୦ ଜଣ ଆଫଗାନ ସେନାର ଯବାନ ତାଲିବାନରେ ସାମିଲ ହେଲେଣି । ଏହାର ଫଟୋ ମଧ୍ୟ ଆତଙ୍କବାଦୀ ସଙ୍ଗଠନ ସେୟାର କରିଥିଲା ।

ଉଲ୍ଲେଖଯୋଗ୍ୟ, ଗତ ୨୦ ବର୍ଷ ଧରି ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟ ନିୟୋଜିତ ହୋଇଥିଲେ । ଯାହାଙ୍କୁ ଫେରସ୍ତ କରି ନିଆଯାଇଛି । ଏହାପରେ ତାଲିବାନ ଭୟଙ୍କର ରୂପ ନେଇଛି । ଅଧିକାଂଶ ଜିଲ୍ଲାକୁ ଆତଙ୍କବାଦୀମାନେ କବଜା କରିନେଇଛନ୍ତି । ପାକିସ୍ତାନ, ଇରାନ, ତାଜାକିସ୍ତାନ ଓ ତୁର୍କମେନିସ୍ତାନକୁ ଯୋଡୁଥିବା ହେରାତ, ଫରହା, କାନ୍ଦାହାର, କୁନ୍ଦୁଜ ଆଜି ବର୍ଡର ପୋଷ୍ଟରୁ ସଙ୍ଗଠନ କବଜା କରିନେଇଛି ।

ଏବେ ଆଫଗାନର ଲାଇଫଲାଇନ୍ ଉପରେ ତାଲିବାନ କବଜା କରିବାକୁ ଲକ୍ଷ୍ୟ ରଖିଛି । ଅଧିକାଂଶ ରାଜପଥ ଉପରେ ସଙ୍ଗଠନ କବଜା କରିବାକୁ ପାଗ ଭିଡିଛି । ଅନେକ ସ୍ଥାନରେ ସଫଳତା ମଧ୍ୟ ପାଇଛି । କାନ୍ଦାହାର ରାଜପଥକୁ ଅକ୍ତିଆର କରିଛି ସଙ୍ଗଠନ । ଏହାବ୍ୟତୀତ ଜଲାଲବାଦ-କାବୁଲ ମଧ୍ୟରେ ଥିବା ସପ୍ଲାଏ ଲାଇନରେ ତାଲିବାନ ଓ ଆଫଗାନ୍ ଫୋର୍ସ ମଧ୍ୟରେ ଛକାପଞ୍ଝା ଲାଗି ରହିଛି ।

   Related Posts