ଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର, ସିରିଏଲ ବିସ୍ଫୋରଣ ପାଇଁ ରଚିଥିଲେ ଷଡଯନ୍ତ୍ର : ଏଟିଏସ ହାତରେ ଲାଗିଲା ସାଙ୍ଘାତିକ ତଥ୍ୟ

Published By : Prameya-News7 Bureau | July 13, 2021 IST

ନୂଆଦିଲ୍ଲୀ, ୧୩/୦୭: ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା ରାମ ଜନ୍ମଭୂମି। ଉତ୍ତରପ୍ରଦେଶ ଲକ୍ଷ୍ନୌରୁ ଗିରଫ ହୋଇଥିବା ଆତଙ୍କବାଦୀ ରାମ ମନ୍ଦିରର ରେକି କରିଥିଲେ। ନୂଆ ଯୁବ ଗୋଷ୍ଠୀଙ୍କୁ ତୟାର କରି ଆତ୍ମଘାତୀ ଆକ୍ରମଣ ପାଇଁ ହୋଇଥିଲା ଷଡ଼ଯନ୍ତ୍ର। ଗିରଫ ଆତଙ୍କବାଦୀଙ୍କଠୁ ଏହି ସାଙ୍ଘାତିକ ତଥ୍ୟ ପାଇଛି ଏଟିଏସ ।

ସୂଚନା ଅନୁସାରେ, ଗତ ରବିବାର ଏଟିଏସ ଲକ୍ଷ୍ନୌରୁ ଅଲକାଏଦା ଆତଙ୍କୀ ସଂଗଠନର ୨ ଆତଙ୍କବାଦୀ ମିନହାଜ ଅହମଦ ଏବଂ ମଶିରୁଦ୍ଦିନ୍ ଓରଫ ମୁଶିରକୁ ଗିରଫ କରିଥିଲା । ଏହାପରେ ଉବୟଙ୍କୁ ୧୪ ଦିନ ରିମାଣ୍ଡରେ ନେଇଛି ଏଟିଏସ। ଦୁହିଁଙ୍କୁ ପଚରାଉଚରା ଭିତରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ ହୋଇଛି।

ଇଣ୍ଟେଲିଜେନ୍ସ ବ୍ୟୁରୋର ତଥ୍ୟ ମୁତାବକ ରାମ ମନ୍ଦିର ନିଷ୍ପତ୍ତି ଆସିବା ପରେ ଆତଙ୍କବାଦୀମାନେ ସିରିଏଲ୍ ବ୍ଲାଷ୍ଟ ପାଇଁ ଷଡ଼ଯନ୍ତ୍ର ରଚିଥିଲେ। ଏଥିପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା ଅଲକାଏଦା। ନୂଆ ନୂଆ ଯୁବକଙ୍କୁ ସଂଗଠନରେ ସାମିଲ କରାଯାଇଥିଲା। ସେମାନଙ୍କୁ ଆତ୍ମଘାତୀ ଆକ୍ରମଣ କରିବାକୁ ତୟାର କରାଯାଉଥିଲା। ସେମାନଙ୍କୁ କମ୍ ଖର୍ଚ୍ଚରେ କିଭଳି ବମ୍ ତିଆରି କରାଯାଇପାରିବ ତା’ର ଟ୍ରେନିଂ ଦିଆଯାଉଥିଲା। ଏହି ଗୋଷ୍ଠୀରେ ସାମିଲ ୭ ଯୁବକ ୨ ବର୍ଷ ପୂର୍ବରୁ ବାଇକ୍ ରେ ଯାଇ ଅଯୋଧ୍ୟାରେ ବୁଲାବୁଲି କରିଥିବା ମଧ୍ୟ ଜଣାପଡ଼ିଛି। ୨ ଆତଙ୍କୀଙ୍କୁ ଲକ୍ଷ୍ନୌ ସ୍ପେଶାଲ କୋର୍ଟରେ ହାଜର କରିଛି ଏଟିଏସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.