ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା

Published By : Prameya-News7 Bureau | October 23, 2021 IST

ଶ୍ରୀନଗର, ୨୩|୧୦ : ଜାମ୍ମୁ ଓ କାଶ୍ମୀର ଜେଲରୁ ହାର୍ଡକୋର ଆତଙ୍କୀଙ୍କୁ ଅନ୍ୟ ରାଜ୍ୟର ଜେଲକୁ ଅଚନାକ ଭାବେ ସ୍ଥାନାନ୍ତର ଆରମ୍ଭ ହୋଇଛି। କାଶ୍ମୀରର ଅଲଗା ଅଲଗା ଜେଲରୁ ଗତକାଲି ପ୍ରଥମ ଦଫାରେ ୨୬ ଜଣ ହାର୍ଡକୋର ଆତଙ୍କୀଙ୍କୁ ସ୍ଥାନାନ୍ତର କରାଯାଇଛି।

କାଟାଗୋରୀ ଏ ଆତଙ୍କୀଙ୍କୁ ପ୍ରଥମ ଦଫାରେ ସ୍ଥାନାନ୍ତର କରାଯାଇଛି। ୨୬ ଜଣ କାଟାଗୋରୀ ଏ ଆତଙ୍କୀଙ୍କୁ ଚାଟାର୍ଡ ପ୍ଲେନରେ ଉତ୍ତରପ୍ରଦେଶ ଆଗ୍ରା ସେଣ୍ଟ୍ରାଲ ଜେଲକୁ ପଠାଯାଇଛି। ଏହି ଭଳି ଭାବେ ଜାମ୍ମୁ ଓ କାଶ୍ମୀର ବିଭିନ୍ନ ଜେଲରେ ଥିବା ଶହେ ହାର୍ଡକୋର ଆତଙ୍କୀ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ତାଲିକା ପ୍ରସ୍ତୁତ କରାଯାଇଛି। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି।

ଏହି ଆତଙ୍କବାଦୀମାନେ ଜେଲ ଭିତରେ ରହି ସ୍ଲିପର ସେଲ ଜରିଆରେ ଆତଙ୍କୀ କାର୍ଯ୍ୟ କରୁଥିବା ଗୁଇନ୍ଦା ସଂସ୍ଥା ଜାଣିବାକୁ ପାଇଛି। ଗତ କିଛି ଦିନ ମଧ୍ୟରେ କାଶ୍ମୀର ଘାଟିରେ ଯେଉଁ ଭଳି ଭାବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ହତ୍ୟା କରାଗଲା, ସେଥିରେ ମଧ୍ୟ ଜେଲରେ ଥିବା ଏହି ଆତଙ୍କୀଙ୍କ ହାତ ଥିବା ଜଣାପଡିଛି। ଏମାନଙ୍କୁ କଡା ନଜରରେ ରଖିବା ଲାଗି ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.