Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଅବନ୍ତିପୋରାରେ ଏନକାଉଣ୍ଟର, ଟପ୍ ଜୈସ ଆତଙ୍କବାଦୀ ନିହତ

14/10/2021 at 7:28 AM

ଶ୍ରୀନଗର, ୧୪|୧୦:  ଜମ୍ମୁ-କଶ୍ମୀର ଅବନ୍ତିପୋରା ଏନକାଉଣ୍ଟର । ଟପ୍ ଜୈସ୍ -ଏ-ମହମ୍ମଦ ଆତଙ୍କୀ ନିହତ । ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଟ୍ରାଲ୍ ଅଞ୍ଚଳର ତିଲୱାନି ମୋହାଲା ଠାରେ ଘଟିଥିବା ଗୁଳି ବିନିମୟରେ ପ୍ରାଣ ହରାଇଛି ଟପ୍ ଜୈସ୍ କମାଣ୍ଡର ଶାମ ସୋଫି।

ଏହି ଅପରେସନକୁ ବଡ଼ ସଫଳତା ବୋଲି କହିଛନ୍ତି କଶ୍ମୀର ପୋଲିସ୍ ଇନସପେକ୍ଟର ଜେନେରାଲ ବିଜୟ କୁମାର। ନିହତ ଆତଙ୍କବାଦୀ ସୋଫି ବିଦେଶୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିଲା। ସୋଫିକୁ ପ୍ରଥମେ ୨୦୦୪ରେ ଗିରଫ କରାଯାଇଥିଲା। ଜେଲରୁ ବାହାରିବା ପରେ ସେ ସକ୍ରିୟ ହୋଇଥିଲା ଏବଂ ଜୈସ୍ ଆତଙ୍କବାଦୀଙ୍କ ଅନେକ ହମଲାରେ ଜଡ଼ିତ ଥିଲା।

ସୂଚନାଯୋଗ୍ୟ, ଗତ କିଛିଦିନ ଧରି ଜମ୍ମୁ-କାଶ୍ମୀରରେ ଲଗାତର ଭାବେ ଏନକାଉଣ୍ଟର ହେଉଛି । ଗତ ୩ ଦିନ ତଳେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଯବାନ ସହିଦ ହୋଇଥିଲେ । ଏହାପରେ ଭାରତୀୟ ସେନା ପକ୍ଷରୁ କଡା ଜବାବ ଦିଆଯାଇଥିଲା । ଏନଆଇଏ ମଧ୍ୟ ଅନେକ ସ୍ଥାନରେ ଆତଙ୍କୀ ଲିଙ୍କରେ ଚଢଉ କରିଥିଲା ।

   Related Posts