Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଏଟିଏସକୁ ବଡ ସଫଳତା, ଗିରଫ ହେଲେ ୨ ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ

11/07/2021 at 2:18 PM

ଲକ୍ଷ୍ନୌ, ୧୧/୦୭ : ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏଟିଏସର ବଡ଼ ଅପରେସନ । କାକୋରି ଅଞ୍ଚଳରୁ ଗିରଫ ହେଲେ ୨ ଆଲକାଏଦା ଆତଙ୍କବାଦୀଙ୍କୁ । ଏକ ଘରେ ଆଲକାଏଦାର ଆତଙ୍କବାଦୀ ଲୁଚିଥିବା ନେଇ ଖବର ମିଳିବା ପରେ ଏଟିଏସ୍ ଚଢଭ କରି ଆତଙ୍କବାଦୀଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ, ଲକ୍ଷ୍ନୌର କାକୋରି ଅଞ୍ଚଳରେ ଏକ ଘରେ ଆଲକାଏଦାର ଆତଙ୍କୀ ଲୁଚିଥିବା ନେଇ ଏଟିଏସ୍‌କୁ ଖବର ମିଳିଥିଲା। ଏହାପରେ ଏଟିଏସ୍ ସ୍ଥାନୀୟ ଅଞ୍ଚଳରେ ଚଢଉ କରି ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ କାବୁ କରିଛି। ଏହା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ସେମାନଙ୍କର ସମ୍ପର୍କ ଆଲକାଏଦା ଆତଙ୍କବାଦୀ ସଙ୍ଗଠନ ସହ ଥିବା କୁହାଯାଉଛି। ଏଟିଏସ୍ ଏହି ୨ ଯୁବକଙ୍କୁ ଗିରଫ କରି ପଚରାଉଚୁରା କରୁଛି।

ସୂଚନାଯୋଗ୍ୟ, ପ୍ରାୟ ତିନି ବର୍ଷ ପୂର୍ବେ କାକୋରି ଅଞ୍ଚଳରେ ଆତଙ୍କବାଦୀ ସୈଫୁଲ୍ଲାହର ଏନକାଉଣ୍ଟର ହୋଇଥିଲା। ୨୦୧୭ ମାର୍ଚ୍ଚ ୮ରେ ପ୍ରାୟ ୧୧ ଘଣ୍ଟାର ଅପରେସନ ପରେ ଆତଙ୍କବାଦୀ ସୈଫୁଲ୍ଲାହର ଏନକାଉଣ୍ଟର ହୋଇଥିଲା। ଏହି ସମୟରେ ସୈଫୁଲ୍ଲାହ ଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।

   Related Posts