Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

କୋଲକାତାରୁ ଓଡିଶା ଆସିଛନ୍ତି ଜମାତ ଆତଙ୍କବାଦୀ, ପ୍ରସ୍ତୁତ କରୁଛନ୍ତି ସ୍ଲିପର୍ ସେଲ୍ !

15/07/2021 at 10:09 AM

ଭୁବନେଶ୍ୱର, ୧୫/୦୭:  ଓଡ଼ିଶାକୁ ପୁଣି ଥରେ ଆତଙ୍କୀ ନେଟୱର୍କ ଲମ୍ବୁଥିବାର ସୁରାକ ମିଳିଛି । ରାଜ୍ୟରେ ସ୍ଲିପର ସେଲ୍‌ ପ୍ରସ୍ତୁତ କରିବାକୁ ଉଦ୍ୟମ ଚାଲିଛି । ଆତଙ୍କୀ ସଙ୍ଗଠନ ପ୍ରତି ସମର୍ଥନ ଯୋଗାଉଥିବା ଗୋଷ୍ଠୀଙ୍କ ଠାରୁ ଚାନ୍ଦା ସଂଗ୍ରହ କରାଯାଉଛି । କୌଣସି ବଡ଼ ଅଘଟଣ ଘଟାଇବା ସମୟରେ ଓଡ଼ିଶା ସମେତ କେତେକ ରାଜ୍ୟକୁ ଯେପରି ଆତଙ୍କୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ କରାଯାଇପାରିବ ତାହାର ବିସ୍ତୃତ ବ୍ଲୁପ୍ରିଣ୍ଟ ଆତଙ୍କୀ କରୁଥିବା ଅନୁମାନ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

ଗତ ୧୧ ତାରିଖରେ ଦକ୍ଷିଣ-କୋଲକାତାର ହରିଦେବପୁରସ୍ଥିତ ଏମଜି ରୋଡରୁ ଜେଏମବି (ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ)ର ତିନି ଜଣ ଆତଙ୍କୀ ଗିରଫ ହେବା ପରେ ସେମାନଙ୍କୁ ଜେରା କରି ଲାଲବଜାର ପୁଲିସ ଅନେକ ତଥ୍ୟ ହାସଲ କରିଛି । କୋଲକାତା ଏସଟିଏଫ ଗିରଫ କରିଥିବା ଏହି ତିନି ଜଣ ଆତଙ୍କୀ ହେଲେ ନାଜିଉର ରହମନ ପାଭେଲ ଓରଫ ଯୋଶେଫ (୩୦), ରବିଉଲ ଇସଲାମ (୨୨) ଏବଂ ମିକାଇଲ ଖାନ ଓରଫ ଶେଖ୍‌ ସବିର (୩୦) ।

ସେମାନଙ୍କର ଅନ୍ୟ ୨ ସାଥୀ ଏବେ ବି ପଶ୍ଚିମବଙ୍ଗରେ ଥିବାରୁ ସେମାନଙ୍କୁ ଠାବ କରିବାକୁ ଏସଟିଏଫ୍‌ ପାରୁ ପର୍ଯ୍ୟନ୍ତ ଉଦ୍ୟମ ଚଳାଇଛି । ସେମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ କେଇ ମାସ ତଳେ ବାଂଲାଦେଶରୁ ୧୫ ଜଣ ଜେଏମବି ଆତଙ୍କୀ ପଶ୍ଚିମବଙ୍ଗରେ ପ୍ରବେଶ କରିଥିଲେ । ପାଞ୍ଚ ଜଣ କୋଲକାତାରେ ଅବସ୍ଥାନ କରିଥିଲେ । ରାସ୍ତା କଡ଼ ଉଠା ଦୋକାନୀ ଓ ଫଳ ବେପାରୀ ଭାବେ ସେମାନେ ନିଜ ପରିଚୟ ରଖିଛନ୍ତି । ଇତି ମଧ୍ୟରେ ସେମାନେ ନିଜର ସମସ୍ତ ପ୍ରକାର ଭାରତୀୟ ପ୍ରମାଣପତ୍ର ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି । ଜାଲ୍‌ ପରିଚୟପତ୍ର ପ୍ରସ୍ତୁତି ବେଳେ ସ୍ଥାନୀୟ ଏସଟିଏଫ ସେମାନଙ୍କ ସୁରାକ ପାଇବା ପରେ ଗିରଫ କରିଛି । ସେମାନଙ୍କ ଠାରୁ କିଛି ଅସ୍ତ୍ରଶସ୍ତ୍ର ସହ କେତେକ ଡାଇରୀ ଜବତ ହୋଇଛି । ଡାଇରୀରୁ ମିଳିଥିବା ତଥ୍ୟ ଅନୁସାରେ ଏହି ଆତଙ୍କୀମାନଙ୍କର ଅଲ କାଏଦା ଓ ହରକତ୍‌-ଉଲ-ଜିହାଦ ଅଲ-ଇସଲାମୀ ସଙ୍ଗଠନ ସହ ସମ୍ପର୍କ ଥାଇପାରେ ବୋଲି ଏସଟିଏଫର ଜଣେ ଅଧିକାରୀ କହିଛନ୍ତି ।

କୋଲକାତାରେ ଗିରଫ ହୋଇଥିବା ଆତଙ୍କୀ ଓ ସେମାନଙ୍କ ସାଥୀମାନେ କେଉଁ କେଉଁ ରାଜ୍ୟକୁ ଯାଇଥିଲେ ତାହାର ଖୋଳତାଡ଼ ଆରମ୍ଭ କରିଛନ୍ତି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାମାନେ । ଓଡ଼ିଶା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପେଣ୍ଠସ୍ଥଳ ହୋଇଥିବାରୁ ଏହା ଜମାତ ଆତଙ୍କୀଙ୍କ ପାଇଁ ସୁରକ୍ଷିତ ସ୍ଥାନ । ଅନ୍ୟ ୧୦ ଜଣ ଜେଏମ୍‌ବି ଆତଙ୍କୀ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଘୁରି ବୁଲୁଥିବା ଜେରା ବେଳେ ଜଣାପଡ଼ିଛି । ଆସନ୍ତା ଦିନରେ ବଡ଼ ଅଘଟଣ ଘଟାଇବା ପୂର୍ବରୁ ସ୍ଲିପର ସେଲ୍‌ ପ୍ରସ୍ତୁତ କରିବା ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଭିନ୍ନ ଭିନ୍ନ ରାଜ୍ୟକୁ ଯାଇ ସମାନ ମତ ରଖୁଥିବା ଗୋଷ୍ଠୀର ଯୁବକମାନଙ୍କୁ ନିଜ ନେଟୱର୍କରେ ସାମିଲ କରିବା ପରେ ଆତଙ୍କୀ ମାନେ ଫେରି ଯାଇଥାନ୍ତି । ଏହାପରେ ନୂଆ କରି ସାମିଲ ହୋଇଥିବା ଯୁବକ ମାନେ ସଙ୍ଗଠନ ପାଇଁ ଚାନ୍ଦା ସଂଗ୍ରହ କରି ପଠାଇଥାନ୍ତି । ଅତୀତରେ ଓଡ଼ିଶାରୁ ନକ୍ସଲ ଓ ଆତଙ୍କବାଦୀଙ୍କ ନିକଟକୁ ଅର୍ଥ ଯାଉଥିବାର ଅନେକ ପ୍ରମାଣ ଏନଆଇଏକୁ ମଧ୍ୟ ମିଳିଥିଲା ।

ତଥ୍ୟ ଅନୁସାରେ ଯଦି ଜେଏମବି ଆତଙ୍କୀ ନିକଟ ଅତୀତରେ ଓଡ଼ିଶା ଆସିଥିଲେ, ତେବେ ସେମାନେ କେଉଁ କେଉଁ ସହର କିମ୍ବା ଗାଁକୁ ଯାଇଥିଲେ? କେଉଁମାନଙ୍କ ଘରେ ଅବସ୍ଥାନ କରିଥିଲେ? କେଉଁମାନଙ୍କୁ ନିଜ ନେଟୱର୍କରେ ସାମିଲ କରିଛନ୍ତି ତାହା ଓଡ଼ିଶା ପୁଲିସ ପାଇଁ ବଡ଼ ଆହ୍ୱାନ । ତେବେ ଗିରଫ ହୋଇଥିବା ଜମାତ ଆତଙ୍କୀ ଓ ସେମାନଙ୍କ ସାଥୀମାନଙ୍କର ଓଡ଼ିଶା ସହ କ’ଣ ସମ୍ପର୍କ ରହିଛି ତାହାର ତଥ୍ୟ ସଂଗ୍ରହ କରାଯାଉଥିବା କହିଛନ୍ତି ଓଡ଼ିଶାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ।

ଉଲ୍ଲେଖଯୋଗ୍ୟ, ଅତୀତରେ ପୁରୀ, କଟକ, ରାଉରକେଲା, ବାଲେଶ୍ୱର ଆଦି ସହର ସହ ଆତଙ୍କୀଙ୍କ ସମ୍ପର୍କ ରାଜ୍ୟ ପୁଲିସର ବିଫଳତାକୁ ପଦାରେ ପକାଇଛି । କେତେବେଳେ ତେଲଙ୍ଗାନାର ସ୍ପେଶାଲ ପୁଲିସ ତ ଆଉ କେତେକ ବେଳେ ଏନଆଇଏ ଏହି ନେଟୱର୍କକୁ ଠାବ କରିଛି । ଏସବୁ ନେଟୱର୍କ ଅଲ କାଏଦା, ଆଇଏସଆଇ, ସିମି, ଲସ୍କର-ଏ-ତୋଇବା ସଙ୍ଗଠନର ଥିଲା, ଯାହାକି ଚିନ୍ତାଜନକ ହୋଇଥିଲା । ଏବେ ପୁଣି ଥରେ ଆତଙ୍କୀ ନେଟୱର୍କ ଚିନ୍ତାର ବିଷୟ ବୋଲି କହିଛନ୍ତି ଜଣେ ଅବସରପ୍ରାପ୍ତ ପୁଲିସ ଡିଜି ।

   Related Posts