ଆତଙ୍କବାଦୀଙ୍କ ନରସଂହାର, ୭୦ଜଣଙ୍କୁ କଲେ ନିର୍ମମ ଭାବେ ହତ୍ୟା

Published By : Prameya-News7 Bureau | January 03, 2021 IST

ଜୋହାନ୍ସବର୍ଗ, ୦୩/୦୧: ଆଫ୍ରିକୀୟ ଦେଶ ନାଇଜେରିଆରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ଅତିକମରେ ୭୦ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ଏହାସହ ୨୦ରୁ ଅଧିକ ଆହତ ହୋଇଛନ୍ତି । ମାଲି ସୀମାରେ ଥିବା ଦୁଇଟି ଗ୍ରାମରେ ଆତଙ୍କବାଦୀମାନେ ଏହି ନରସଂହାର କରିଛନ୍ତି ।

ଆତଙ୍କବାଦୀମାନେ ଯେଉଁ ଗ୍ରାମରେ ଆକ୍ରମଣ କରିଛନ୍ତି ସେଠାରେ ଦୀର୍ଘ ଦିନ ଧରି ହିଂସା ଓ ଗୃହ ଯୁଦ୍ଧ ଲାଗି ରହିଛି । ୨୦୧୭ରୁ ଏଠାରେ ଜରୁରିକାଳୀନ ସ୍ଥିତି ଲାଗି ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତକଙ୍କ ସଂଖ୍ୟା ବଢିପାରେ । ସରକାର ବାରମ୍ବାର ଦାବି କରୁଛନ୍ତି ଯେ ଏହି ସ୍ଥାନରେ ସେନା ଆତଙ୍କବାଦୀଙ୍କୁ ନିପାତ କରିଛି । ଏହାସତ୍ତ୍ୱେ ଆତଙ୍କବାଦୀମାନେ ଏପରି ଜଘନ୍ୟ କାଣ୍ଡ ଘଟାଇଛନ୍ତି । ଏହି ସ୍ଥାନରେ ଅଲକାଏଦା ଓ ଇସଲାମିକ ଷ୍ଟେଟ୍ ସହ ଜଡିତ ଅନେତ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ ରହିଛି ।

ସୂଚନାଯୋଗ୍ୟ, ଡିସେମ୍ବର ୨୭ରେ ନାଇଜର ନିକଟରେ ଥିବା ନାଇଜେରିଆରେ ବୋକୋ ହାରାମ ପ୍ରାୟ ୧୦ ଲୋକଙ୍କୁ ହତ୍ୟା କରିଥିଲା । ସଙ୍ଗଠନ ପକ୍ଷରୁ ୪ଟି ଗ୍ରାମକୁ ଟାର୍ଗେଟ୍ କରାଯାଇଥିଲା । ସେମାନେ ବିଶେଷ କରି ସରକାରୀ କାର୍ଯ୍ୟାଳୟ ଓ ଥାନାକୁ ଟାର୍ଗେଟ୍ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.