ଇଥିଓପିଆରେ ଆତଙ୍କବାଦୀ ଖେଳିଲେ ରକ୍ତର ହୋଲି, ଆଖିବୁଜା ଗୁଳିମାଡରେ ୧୦୦ରୁ ଅଧିକ ମୃତ

Published By : Prameya-News7 Bureau | December 25, 2020 IST

ଜୋହାନ୍ସବର୍ଗ,୨୫/୧୨: ଆଫ୍ରିକାର ଇଥିଓପିଆରେ ବନ୍ଧୁକଧାରୀ ଆତଙ୍କବାଦୀମାନେ ତାଣ୍ଡବ ରଚିଛନ୍ତି  । ଏକ ଗାଁରେ ପଶି ଆତଙ୍କବାଦୀଙ୍କ ଆଖିବୁଜା ଗୁଳିଚାଳନା କରିବା ଫଳରେ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇବା ସହ ଅନେକ ଲୋକ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ, ଆଫ୍ରିକାର ବୁଲେନ କାଉଣ୍ଟିର ବେକୋଜି ଗ୍ରାମରେ ବନ୍ଧୁକଧାରୀ ଆତଙ୍କବାଦୀ ମାନେ ହଠାତ ପଶି ଆସିଥିଲେ । ସେମାନେ ଆଖୁବୁଜା ଗୁଳି ଚାଳନା କରିଥିଲେ । ଏନେଇ ସେଠାକାର ମାନବାଧିକାର ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ଘଟଣା ଘଟିବା ପରେ ବେକୋଜି ଗ୍ରାମ ସହ ଆଖ ପାଖ ଗ୍ରାମରୁ ହଜାର ହଜାର ଲୋକ ଭୟରେ ଗାଁ ଛାଡି ସହର ମୁହାଁ ହେଉଛନ୍ତି ।

୨୦୧୮ ରେ ଆବିୟ ଅହମ୍ମଦ କ୍ଷମତାକୁ ଫେରିବା ପରେ ଦେଶରେ ଏଭଳି ହିଂସା ବଢିବାରେ ଲାଗିଛି । ଅବିୟ ଅହମ୍ମଦ ପ୍ରଧାନମନ୍ତ୍ରୀ ହେବା ପରେ ଲୋକତାନ୍ତ୍ରିକ ବ୍ୟବସ୍ଥାର ସୁଧାର ଆସିଛି । ଫଳରେ ବିରୋଧୀ ଦଳ ମାନଙ୍କର କ୍ଷମତା ହ୍ରାସ ପାଇଛି । ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିରୋଧୀ ମାନେ । ଏହାର ପ୍ରତିଶୋଧ ନେବାକୁ ଯାଇ ସେମାନେ ଆତଙ୍କବାଦୀଙ୍କ ସହ ମିଶି ଏଭଳି ହିଂସା କରୁଥିବା ଅଭିଯୋଗ ହୋଇଛି । ଏଭଳି ହିଂସାକାଣ୍ଡରେ ପ୍ରଭାବିତ ହୋଇ ଏହା ମଧ୍ୟରେ ୯ ଲକ୍ଷ ୫୦ ହଜାର ଲୋକ ଭିଟାମାଟି ଛାଡି ପଳାଇଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.