Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ବରରେ ପହଞ୍ଚିଲା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି କଳସ

22/08/2018 at 5:59 PM

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି କଳସ ଭୁବନେଶ୍ବରରେ ପହଞ୍ଚିଲା । ଦିଲ୍ଲୀ ଅଶୋକରୋଡ୍ ସ୍ଥିତ ପୁରୁଣା ବିଜେପି ଅଫିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସ୍ଥି କଳସକୁ ବିଭିନ୍ନ ରାଜ୍ୟର ବିଜେପି ସଭାପତିଙ୍କୁ ପ୍ରଦାନ କରିବା ପରେ , ଏହାକୁ ଧରି ଓଡ଼ିଶା ଆସିଛନ୍ତି ବିଜେପି ସଭାପତି ବସନ୍ତ ପଣ୍ଡା । ଭୁବନେଶ୍ବର ବିମାନ ବନ୍ଦରରୁ ଅସ୍ଥି କଳସ ସିଧା ବିଜେପି କାର୍ଯ୍ୟାଳୟ ଯିବ । ଏଥିପାଇଁ ବିଜେପି ପକ୍ଷରୁ ଶୋଭାଯାତ୍ରା ଆୟୋଜନ କରାଯାଇଛି । ବହୁ ବିଜେପି କର୍ମୀ ଓ ବାଜପେୟୀଙ୍କ ପ୍ରଶଂସକ ଏଥିରେ ଯୋଗଦେବା ପାଇଁ , ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଛନ୍ତି ।
ଆସନ୍ତାକାଲି ପୁରୀ ମହୋଦଧୀରେ ଅସ୍ଥି ବିସର୍ଜନ ହେବ । ଏଥିପାଇଁ ମଧ୍ୟ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଉତ୍ତରା ଓ ପିପିଲି ଦେଇ ଅସ୍ଥି କଳସ ଶୋଭାଯାତ୍ରା ପୁରୀରେ ପହଞ୍ଚିବ । ମହୋଦଧୀରେ ଅସ୍ଥି କଳସ ବିସର୍ଜନ କରାଯିବା ପରେ , ୨୪ ତାରିଖରେ ପ୍ରଦର୍ଶନୀ ପଡ଼ିଆରେ ସର୍ବଦଳୀୟ ପ୍ରାର୍ଥନା ସଭା କରାଯିବ ।

   Related Posts