ଆଜି ଲୋକାର୍ପଣ ହେବ ଅଟଳ ଟନେଲ, ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | October 03, 2020 IST

ନୂଆଦିଲ୍ଲୀ ୦୩।୧୦ : ଆଜି ହିମାଚଳ ପ୍ରଦେଶ ମନାଲି ସ୍ଥିତ ଅଟଳ ରୋହତଙ୍ଗ ଟନେଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟନେଲ ଉଦଘାଟନ କରିବେ । ଉଦଘାଟନ ପରେ ମୋଦି ଟନେଲ ଦେଇ ମନାଲି ଯିବେ ।

ତେବେ ଏହି ଉଦଘାଟନୀ ଉତ୍ସବରେ ସାମିଲ ହେବାକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମନାଲିରେ ପହଞ୍ଚିଛନ୍ତି । ୧୦ ବର୍ଷ ପରେ ଟନେଲ ପ୍ରସ୍ତୁତ ହୋଇଛି । ଏହି ଟନେଲ ନିର୍ମାଣରେ ୩ ହଜାର ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୦ ହଜାର ୧୭୧ ଫୁଟ ଉଚ୍ଚରେ ତିଆରି ହୋଇଥିବା ଏହି ଟନେଲ ରୋହଟାଙ୍ଗ ପାସ୍ ସହିତ ସଂଯୋଗ କରି ନିର୍ମାଣ କରାଯାଇଛି ।

ଏହି ଟନେଲ ଦୁନିଆର ସବୁଠାରୁ ଉଚ୍ଚ ଏବଂ ଲମ୍ବା ସଡକ ସୁଡ଼ଙ୍ଗ ପଥ । ଏହାର ଲମ୍ବ ୮.୮ କିମି ଏବଂ ଦୈର୍ଘ୍ୟ ୧୦ ମିଟର । ଏହି ସୁଡ଼ଙ୍ଗ ଦ୍ୱାରା ମନାଲି ଓ ଲେହ ମଧ୍ୟରେ ଦୂରତା ୪୬ କିମି କମ ହୋଇଯିବ । ଏହି ସୁଡ଼ଙ୍ଗ ଭିତରେ ଯେକୌଣସି ବାହନ ଘଣ୍ଟା ପ୍ରତି ୮୦ କିମି ବେଗରେ ଗତି କରିପାରିବ । ଏହି ସୁଡ଼ଙ୍ଗ ନିର୍ମାଣ କାମ ୨୦୧୦ ମସିହା ଜୁନ ୨୮ ତାରିଖରେ ଆରମ୍ଭ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.