ଚୀନ ଚାଲବାଜି ବିରୋଧରେ ହେବ ଅଣ୍ଡରଗ୍ରାଉଣ୍ଡ ଓ୍ବାର୍, ଭାରତ ତିଆରି କଲା ଅଟଳ ଟନେଲ, ସେପ୍ଟେମ୍ବର ୨୫ରେ ଉଦଘାଟନ କରିବେ ମୋଦି
6/09/2020 at 11:52 AM

ଲଦାଖ ୦୬/୦୯: ଚୀନର ଚାଲବାଜି ବିରୋଧରେ ଭାରତ ତିଆରି କରିଛି ଅଣ୍ଡରଗ୍ରାଉଣ୍ଡ ଅସ୍ତ୍ର । ଏହି ଅଣ୍ଡର ଗ୍ରାଉଣ୍ଡ ଅସ୍ତ୍ରର ନାଁ ଲେହ ମନାଲି ରୋହତାଙ୍ଗ ଅଟଳ ଟନେଲ। ଏହି ସୁଡଙ୍ଗ ସବୁସମୟରେ ତଥା ସବୁ ପାଣିପାଗରେ ଭାରତୀୟ ସେନାଙ୍କ କାମରେ ଆସିବ। ତୁଷାରପାତ ହେଉ କି ଝଡ଼ବର୍ଷା ସେନାକୁ ଅଟଳ ଟନେଲ ମାଧ୍ୟମରେ ସୈନ୍ୟ ସଜ ତଥା ରାଶନ ଆଦି ପହଞ୍ଚାଇବା ସହଜ ହୋଇଯିବ। ଏହି ଟନେଲ ଚୀନ ପାଇଁ ନିହାତି ଚିନ୍ତାର କାରଣ ହେବ।
ସାମରିକ ଦୃଷ୍ଯିରୁ ଏହା ଭାରତ ପାଇଁ ଅତ୍ୟନ୍ତ ଉପଯୋଗୀ। ଏହି ଟନେଲର ଲମ୍ବ ୮ କିମି। ସମୁଦ୍ର ପତନରୁ ୧୦ ଫୁଟ୍ ଉଚ୍ଚରେ ଏହାର ଅବସ୍ଥିତ। ଏହି ଟନେଲ ଯୋଗୁ ଲେହ ଓ ମନାଲି ମଧ୍ୟରେ ୪୬ କିମି ଦୂରତ୍ବ କମିଯିବ। ଏହି ସବୁ ଦୃଷ୍ଟିକୋଣରୁ ସାମରିକ ଦୃଷ୍ଟିରୁ ଅଟଳ ଟନେଲ ଭାରତୀୟ ସେନାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଯୋଗୁ ଲଦାଖରେ ନିଯୁକ୍ତ ଥିବା ସୈନିକଙ୍କ ସହ ବର୍ଷ ତମାମ ଭଲ ଯୋଗା ଯୋଗ ରକ୍ଷା କରାଯାଇପାରିବ। ଜରୁରୀକାଳୀନ ପରିସ୍ଥିତିରେ ଏହି ସୁଡ଼ଙ୍ଗ ତଳେ ଅାଉ ଏକ ସୁଡ଼ଙ୍ଗ ନିର୍ମାଣ କରାଯାଉଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ମୁକୁଳିବା ପାଇଁ ଅନ୍ୟ ଏକ ସୁଡ଼ଙ୍ଗ ତିଆରି କରାଯାଉଛି। ଲେହ ମନାଲୀ ରୋହତଙ୍ଗ ଅଟଳ ଟନେଲକୁ ସେପ୍ଟେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିପାରନ୍ତି।

୨୦୦୨ ଜୁନ୍ ୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଲାହୌଲୀ କେଲାଙ୍ଗରେ ରୋହତାଙ୍ଗ ଟନେଲ ନିର୍ମାଣର ଘୋଷଣା କରିଥିଲେ। ୨୦୦୪ ଜୁନରେ ବାଜପେୟୀ ରୋହତାଙ୍ଗ ଟନେଲର ନର୍ଥ ପୋର୍ଟଲକୁ ମନାଲୀ-ଲେହ ହାଇଓ୍ବେକୁ ଯୋଡୁଥିବା ପଲଚାନ-ଧୁନ୍ଧିର ଶିଳାନ୍ୟାସ କରି ଟନେଲ ନିର୍ମାଣର ବାଟ ଉନ୍ମୁକ୍ତ କରିଥିଲେ।
ବିଆରଓ ତତ୍ବାବଧାନରେ ଅଷ୍ଟ୍ରିଆ ଓ ଭାରତର ଜଏଣ୍ଟ ଭେଞ୍ଚର ଷ୍ଟେ୍ରାବେଗ୍-ଏଫକନ୍ କମ୍ପାନି ଏହି ଟନେଲ ନିର୍ମାଣ କରିଛି। ଟନେଲ ନିର୍ମାଣରେ ପ୍ରାୟ ୪ ହଜାର କୋଟି ଟଙ୍କା ଖର୍ଚ ହୋଇଛି। ଏବେ ଏହାର ନିର୍ମାଣ ଶେଷ ହୋଇଥିବାରୁ ଭାରତକୁ ଚୀନ ଓ ପାକିସ୍ତାନ ଆଖି ଦେଖାଇବା ପୂର୍ବରୁ ୧୦୦ ଥର ଚିନ୍ତା କରିବେ।

ସୁଡଙ୍ଗର ପ୍ରତି ୧୦୦ ମିଟରରେ ଟେଲିଫୋନ୍, ପ୍ରତି ୧୦ ମିଟରରେ ଫାୟର ହାଇଡ୍ରେଣ୍ଟ୍ ଓ ପ୍ରତି ୫୦୦ ମିଟରରେ ଇମରଜେନ୍ସି ଏଗଜଟ୍ ଲଗାଯାଇଛି। ପ୍ରତି ୨.୨ କିଲୋମିଟର ପରେ ସୁଡଙ୍ଗରେ ୟୁ-ଟର୍ନ ଓ ପ୍ରତି ୨୫୦ ମିଟରରେ ସିସିଟିଭି କ୍ୟାମେରା ଲାଗିଛି। ପ୍ରତି ୧ କିଲୋମିଟରରେ ଏୟାର କ୍ବାଲିଟି ଚେକ୍ ହେବ। ସୁଡଙ୍ଗ ପଯ୍ୟନ୍ତ ପହଞ୍ଚିବା ପାଇଁ ସ୍ନୋ ଗ୍ୟାଲେରି ରହିବ।