ଗଙ୍ଗାରେ ବିସର୍ଜନ ହେବ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି

Published By : Prameya-News7 Bureau | August 19, 2018 IST

ଦିଲ୍ଲୀ ୧୯/୮ : ଗଙ୍ଗାରେ ବିସର୍ଜନ ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି | ଉତ୍ତରାଖଣ୍ଡ ହରିଦ୍ୱାରରେ ଥିବା ବ୍ରହ୍ମକୁଣ୍ଡରେ ଅସ୍ଥି ବିସର୍ଜନ କରିବା ପାଇଁ ଆଜି ସକାଳେ ରାଷ୍ଟ୍ରୀୟ ସ୍ମୃତି ସ୍ଥଳରୁ ଅସ୍ଥି ସଂଗ୍ରହ କରିଛନ୍ତି ତାଙ୍କର ପୋଷ୍ୟ କନ୍ୟା ନମିତା | ଅସ୍ଥି ବିସର୍ଜନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଗୃହମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ରହିଛନ୍ତି | ଅସ୍ଥି ବିସର୍ଜନରେ ବହୁ ବିଜେପି ନେତାଙ୍କ ସମେତ କର୍ମୀ ମଧ୍ୟ ଉପସ୍ଥିତ ରହିବେ | ଏଥିପାଇଁ ଉଭୟ ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ବ୍ୟାପକ ଆୟୋଜନ କରାଯାଇଛି | ଉତ୍ତରାଖଣ୍ଡ ଅଭିମୁଖେ ପ୍ରାୟ ୨୦୦ ବସରେ ବିଜେପି କର୍ମୀମାନେ ଯାତ୍ରା କରିଛନ୍ତି | ସେହିପରି ଉତ୍ତର ପ୍ରଦେଶରେ ୮ଟି ସ୍ଥାନରେ ଅସ୍ଥି ବିସର୍ଜନ କରାଯିବ | ଗଙ୍ଗା ନଦୀର ବାରାଣାସୀ, ଗୋମତୀ ନଦୀ, ଆଗ୍ରା ନିକଟସ୍ଥ ଯମୁନା ଏବଂ ଚମ୍ବଲ, ଘାଗରା ରୋହିଣୀ ଓ ଅଲିଗଡ଼ ଦେଇ ଯାଇଥିବା କାରୁବାନ ନଦୀ ଆଦି ସମସ୍ତ ନଦୀରେ ଚିତା ଭସ୍ମ ବିସର୍ଜନ କରାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.