ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ମହୋଦଧିରେ ବିସର୍ଜିତ ହେଲା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ

23/08/2018 at 4:00 PM

ମହୋଦଧିରେ ବିସର୍ଜିତ ହେଲା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅସ୍ଥି କଳସ ଧରି ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିଲା ଏକ ବିଶାଳ ଶୋଭାଯାତ୍ରା । ସେଥିରେ ସାମିଲ ହୋଇଥିଲେ ବିଜେପିର ନେତା,କେନ୍ଦ୍ର ମନ୍ତ୍ରୀ,କର୍ମୀଙ୍କ ସହ ଅଟଳପ୍ରେମୀ ଅନେକ ଜନତା । ଏକ ସୁସଜ୍ଜିତ ଗାଡ଼ିରେ ଥିଲା ଅସ୍ଥି କଳସ । ରାସ୍ତାରେ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ହଜାର ହଜାର ପ୍ରଶଂସକ । ବିଭିନ୍ନ ସ୍ଥାନରେ ଚିତାଭସ୍ମ ଉପରେ ଲୋକେ ପୁଷ୍ପ ବୃଷ୍ଟି କରିଥିଲେ । ବାଜପେୟୀଙ୍କ ଚିତାଭସ୍ମ ପ୍ରଥମେ ହରିଦ୍ବାରର ବ୍ରହ୍ମକୁଣ୍ଡରେ ବିସର୍ଜନ କରାଯାଇଥିଲା । ତାପରେ ଚିତାଭସ୍ମକୁ ଦେଶର ପ୍ରାୟ ୧୦୦ ଟି ପ୍ରମୁଖ ନଦୀରେ ବିସର୍ଜନ କରାଯିବା କାର୍ଯ୍ୟକ୍ରମ ଜାରି ରହିଛି । ଏହି କ୍ରମରେ ରାଜ୍ୟ ବିଜେପି ସଭାରତି ବସନ୍ତ ପଣ୍ଡା ଗତକାଲି ଦିଲ୍ଲୀରୁ ଅଟଳଙ୍କ ଅସ୍ଥି କଳସ ଧରି ଆସିଥିଲେ । ଆଜି ଏକ ଭବ୍ୟ ଶୋଭାଯାତ୍ରରେ ସମ୍ମାନ ପ୍ରଦର୍ଶନ ପୂର୍ବକ ପୁରୀରେ ମହୋଦଧିରେ ଏହାକୁ ବିସର୍ଜନ କରାଯାଇଛି ।

   Related Posts