ଗଙ୍ଗାରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କଲେ ଝିଅ ନମିତା ଓ ନାତୁଣୀ
19/08/2018 at 10:43 AM

ଉତ୍ତରାଖଣ୍ଡ ୧୯/୮ : ଗଙ୍ଗାରେ ବିସର୍ଜନ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି । ଆଜି ହରିଦ୍ୱାରର ବ୍ରହ୍ମକୁଣ୍ଡରେ ବାଜପେୟୀଙ୍କ ଅସ୍ଥି କଳସକୁ ବିସର୍ଜନ କରାଯାଇଛି | ଏକ ସୁସଜ୍ଜିତ ଟ୍ରକ୍ ରେ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା ବାଜପେୟୀଙ୍କ ଅସ୍ଥି । ଆଗାମୀ ଦିନରେ ସାରା ଦେଶର ବିଭିନ୍ନ ପ୍ରମୁଖ ନଦୀରେ ଚିତା ଭସ୍ମ କରିବା ପାଇଁ କାର୍ଯ୍ୟକ୍ରମ ରହିଛି | ଆଜି ସକାଳୁ ସ୍ମୃତି ସ୍ଥଳକୁ ଯାଇ ବାଜପେୟୀଙ୍କ ଝିଅ ନମିତା ଓ ନାତୁଣୀ ନିହାରିକା ଚିତା ଭସ୍ମ ସଂଗ୍ରହ କରିଥିଲେ | ଅସ୍ଥି ସଂଗ୍ରହ ପରେ ୩ ଟି ସ୍ଥାନକୁ ପଠାଯାଇଛି | ହରିଦ୍ୱାରରେ ଆୟୋଜନ କରାଯାଇଥିବା ବିସର୍ଜନ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଯୋଗୀ ଅଦିତ୍ୟନାଥ, ତ୍ରିବେନ୍ଦ୍ର ସିଂ ରାୱତ ପ୍ରମୁଖ ଉପସ୍ଥିତ ଥିଲେ | ବାଜପେୟୀଙ୍କ ଅସ୍ଥି କଳସ ସହ ଟ୍ରକରେ ଯାତ୍ରା କରିଥିଲେ । ଶୋଭାଯାତ୍ରାରେ ରାଜ୍ୟର ଅନେକ ମନ୍ତ୍ରୀ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ୨୦୦ ବସରେ ଆସିଥିବା ୧୫ ହଜାରରୁ ଅଧିକ ବିଜେପି କର୍ମୀ ମଧ୍ୟ ଅସ୍ଥି କଳସ ଯାତ୍ରାରେ ସାମିଲ ହୋଇଥିଲେ ।
ହରିଦ୍ୱାରର ଭଲ୍ଲା କଲେଜ୍ ଗ୍ରାଉଣ୍ଡରୁ ବାଜପେୟୀଙ୍କ ଅସ୍ଥି କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ୨ କିଲୋମିଟର ବ୍ୟାପୀ ଏହି କଳସ ଶୋଭାଯାତ୍ରାରେ ବହୁ ଶୋକାକୁଳ ଜନତା ସାମିଲ ହୋଇଛନ୍ତି ।
ବାଜପେୟୀଙ୍କ ପାଳିତା କନ୍ୟା ନମିତା ବାଜପେୟୀଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ବାଜପେୟୀଙ୍କୁ ଶେଷ ବିଦାୟ ଦେବା ପାଇଁ ଗଙ୍ଗା ଘାଟରେ ହଜାର ହଜାର ନେତା ଉପସ୍ଥିତ ଥିଲେ ।