ବ୍ରହ୍ମକୁଣ୍ଡରେ ଲୀନ ହେଲେ ବାଜପେୟୀ

Published By : Prameya-News7 Bureau | August 19, 2018 IST

ଉତ୍ତରାଖଣ୍ଡ ୧୯/୮ : ହରିଦ୍ୱାରର ବ୍ରହ୍ମକୁଣ୍ଡରେ ବିସର୍ଜନ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି । ବାଜପେୟୀଙ୍କ ଅସ୍ଥି କଳସକୁ ଏକ ସୁସଜ୍ଜିତ ଟ୍ରକ୍ ରେ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବାଜପେୟୀଙ୍କ ଅସ୍ଥି କଳସ ସହ ଟ୍ରକରେ ଯାତ୍ରା କରିଥିଲେ । ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ସହ ରାଜ୍ୟର ଅନେକ ମନ୍ତ୍ରୀ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ୨୦୦ ବସରେ ଆସିଥିବା ୧୫ ହଜାରରୁ ଅଧିକ ବିଜେପି କର୍ମୀ ମଧ୍ୟ ଅସ୍ଥି କଳସ ଯାତ୍ରାରେ ସାମିଲ ହୋଇଥିଲେ । ହରିଦ୍ୱାରର ଭଲ୍ଲା କଲେଜ୍ ଗ୍ରାଉଣ୍ଡରୁ ବାଜପେୟୀଙ୍କ ଅସ୍ଥି କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ୨ କିଲୋମିଟର ବ୍ୟାପୀ ଏହି କଳସ ଶୋଭାଯାତ୍ରାରେ ବହୁ ଶୋକାକୁଳ ଜନତା ସାମିଲ ହୋଇଛନ୍ତି । ବାଜପେୟୀଙ୍କ ପାଳିତା କନ୍ୟା ନମିତା ବାଜପେୟୀଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ବାଜପେୟୀଙ୍କୁ ଶେଷ ବିଦାୟ ଦେବା ପାଇଁ ଗଙ୍ଗା ଘାଟରେ ହଜାର ହଜାର ନେତା ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.