କବିତାମୟ ପୁରୁଷ ଅଟଳ ବିହାରୀ ବାଜପେୟୀ

Published By : Prameya-News7 Bureau | August 16, 2018 IST

ଅଟଳ ବିହାରୀ ବାଜପେୟୀ । ଅନେକରେ ସେ ଅନନ୍ୟ । ମହାନ ଦୂରଦ୍ରଷ୍ଠା ରାଜନୀତିଜ୍ଞ, ଏକାଧିକ ପ୍ରତିଭାର ଅଧିକାରୀ । ଅସାଧାରଣ ବାଗ୍ମି ଅଟଳ ବିହାରୀ ବାଜପାୟୀଙ୍କ ଭଷଣ ଯେପରି ଅଗ୍ନିବର୍ଷୀ , ତାଙ୍କ କବିତା ବି ସେପରି କାଳଜୟୀ । କମ କିନ୍ତୁ ଅତ୍ୟନ୍ତ ପ୍ରଭାବଶାଳି କବିତା ପୁସ୍ତକର ରଚୟିତା ଅଟଳ ବିହାରୀଙ୍କ କବିତାରେ ଜୀବନ, ସଂଘର୍ଷର କଥା ସହ ଦେଶପ୍ରେମ, ହିନ୍ଦୁ ଓ ହିନ୍ଦୁତ୍ବର ମହାନତା, ମାନବ ଧର୍ମ ରହିଛି । ସାଧାରଣ ହୃଦୟର ପ୍ରେମ ସହ ପ୍ରକୃତିର କଥା ବି ରହିଛି ବାଜପାୟୀଙ୍କ ଅମର କବିତାରେ । ତାଙ୍କ କବିତା ହାର ନେହିଁ ମାନୁଙ୍ଗା…ପରାଜୟକୁ ପରାଜିତ କରିବାର ଅଦମ୍ୟ ଦୃଢତା…ଶବ୍ଦରେ ଭର୍ତ୍ତି ସମ୍ଭାବନା …ଏକ ଉଜ୍ବଳ ଲକ୍ଷ୍ୟ ଦିଗରେ ଆଗକୁ ବଢିବାର ସଂକଳ୍ପ…ଆଶାର ଦୀପ ପ୍ରଜ୍ଜଳନ…ଅଟଳ ସେ ଅଟଳ ତାଙ୍କ ନିର୍ଣ୍ମୟ…. ସାହସ-ସଂଘର୍ଷର କଥା… ବିଜୟର ଗାଥା…ଭରା ଉତ୍ସାହ ଉଦ୍ଦିପନା…କବିତାରେ ତାଙ୍କ ସମାଜର ଚିତ୍ର, ସ୍ୱପ୍ନ ଆଉ ବାସ୍ତବତା …ଅଟଳଙ୍କ କବିତା …ଶବ୍ଦରେ ତାଙ୍କ ଭର୍ତ୍ତି ଜୀବନ…. ମେରି ଏକାବନ କବିତାଏଁ…କ୍ୟା ଖୋୟା କ୍ୟା ପାୟା..ଜୀବନର କଥା… ପାଇବା ହରାଇବାର କଥା…ମନକଥା …ଶବ୍ଦର ବିନ୍ଧାଣୀ ବାଜପେୟୀ…ରାଜନୀତି ପାଠରେ ଇତିହାସକୁ ମନେପକାଇ ଆଗକୁ ବଢୁଥିବା ରାଜନେତାଙ୍କ କବି ପ୍ରାଣ ଥିଲା ନିଆରା…. ଜଗଜିତ ସିଂହ ସହ ଦୁଇଟି ଗୀତ ଆଲମବ୍ ରହିଛି ବାଜପେୟୀଙ୍କର…ନୟୀ ଦିଶା…ସମ୍ବେଦନା…ସୂର୍ଯ୍ୟଠୁ ଉଜ୍ଜଳ ଲକ୍ଷ୍ୟ …ଦୟା, ସ୍ନେହ, ପ୍ରେମରେ ଭରା ହୃଦୟ…ଧର୍ମ ଓ ମାନବିକତା ...ଆପଣା ପଣର ଅଟଳ ସେ…. କବିତା ବି ଅଗ୍ନି ବର୍ଷୀ..ଆବୃତ୍ତି ବି ଆହୁରି ଆକର୍ଷଣୀୟ…ପରିବେଶ ପରିସ୍ଥିତି ଯାହା ବି ହେଉ …ଦେଶ ପ୍ରେମ ପ୍ରଥମ…ନୀଳକଣ୍ଠ ହେବାର ଭୟ ନାହିଁ …ସେବା ପାଇଁ ସମର୍ପିତ ଧାରା… ଆଜାଦିର କଥା…ବେସାଲିସ ଶବ୍ଦ ତାଙ୍କ ଭରିଦିଏ ଉତ୍ତେଜନା…ଦେଶଠୁ ବଡ ନାହିଁ କିଛି ...ପରାଧୀନତାକୁ ପରାହତ କରିବାର ଅଦମ୍ୟ ଆହ୍ୱାନ…ପଡୋଶୀ ସହ ସାଲିସ୍ ନୁହେଁ ସଂପର୍କର ସୁନ୍ଦରତା …କବିତାମୟ ତାଙ୍କ ଭାଷଣ… ଶବ୍ଦର ଯାଦୁଗର ଥିଲେ …ଥିଲେ ସେ ଭଲ ଶ୍ରୋତା…ଅବିବାହିତ ଥିଲେ ବି ସେ ଥିଲେ ପ୍ରେମର ପୂଜାରୀ….ଆରଡି ବର୍ମନଙ୍କ ଓ ମାଝିରେ…ସୁନ୍ ମେରି ବନ୍ଧୁଆରେ….ଥିଲା ବାଜପେୟୀଙ୍କ ପସନ୍ଦ ଗୀତ…ପ୍ରେମ ପ୍ରତି ତାଙ୍କ ଅନୁରକ୍ତିର ପ୍ରମାଣ ଥିଲା ତାଙ୍କ ପସନ୍ଦ କଭି କଭି ମେରେ ଦିଲ୍ ମେଁ….. ଅଟଳ ବିହାରୀ ବାଜପେୟୀ…ଜଣେ ଅସାଧାରଣ ମଣିଷ….କବିତାମୟ ପୁରୁଷ….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.