ଭାରତୀୟ ରାଜନୀତିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୪ତମ ଜନ୍ମ ଜୟନ୍ତୀ

Published By : Prameya-News7 Bureau | December 25, 2018 IST

ଦିଲ୍ଲୀ ୨୫/୧୨ : ଆଜି କେବଳ ବଡ଼ଦିନ ନୁହଁ, ଆଜି ଦିବଂଗତ ନେତା ତଥା ଦେଶର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜନ୍ମଦିନ | ସେ ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ଗୁଆଲିୟରରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ | ତାଙ୍କ ବାପା ଜଣେ ଶିକ୍ଷକ ଥିଲେ | ତାଙ୍କ ଜୀବନ ସଂଘର୍ଷମୟ ଥିଲା | କଡା ପରିଶ୍ରମ ଓ ବହୁତ ସଂଘର୍ଷ କରି ବାଜପେୟୀ ଭାରତ ରାଜନୀତିରେ ପାଦ ଥାପିଥିଲେ | ନିଜର ଜିଜ୍ଞାସା ଏବଂ ରଣନୀତି ପାଇଁ ସେ ରାଜନୀତିର ଭୀଷ୍ମ ପିତାମହ ଭାବେ ପରିଚିତ | ତାଙ୍କ ଭାଷଣ କେବଳ ଦେଶ ନୁହେଁ ବିଦେଶରେ ଲୋକଙ୍କ ମନ ଜିଣିଥିଲା | ଭାରତ ରାଜନୀତିରେ ତାଙ୍କର ଅବଦାନ ଅତୁଳନୀୟ | ଭାରତୀୟ ରାଜନୀତିରେ ସେ ଏକ ଇତିହାସ ରଚନା କରିଛନ୍ତି |

{"id":66978,"width":588,"height":391}


ଅଟଳ ବିହାରୀ ବାଜପେୟୀ ହିନ୍ଦୀ ଭାଷାକୁ ବହୁତ ଭପା ପାଉଥିଲେ | ସେ ହିନ୍ଦୀ ଭାଷାରେ ଅନେକ କବିତା ମଧ୍ୟ ଲେଖିଛନ୍ତି | ତାଙ୍କର ଏହି ସବୁ କବିତା ଲୋକଙ୍କ ମନକୁ ବେଶ ଛୁଇଁଛି | ୧୯୭୭ ମସିହାରେ ସେ ବୈଦେଶିକ ମନ୍ତ୍ରୀ ଭାବେ କାମ କରିଥିଲେ | ସଂଯୁକ୍ତ ରାଷ୍ଟ୍ରର ଏକ ସମ୍ମିଳନୀରେ ଯୋଗଦେଇ ମଂଚ ଉପରେ ପ୍ରଥମଥର ପାଇଁ ହିନ୍ଦୀ ଭାଷାରେ ଭାଷଣ ଦେଇ ସେ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିଲେ | ହିନ୍ଦୀ ଭାଷାକୁ ସେ ବହୁ ଉଚ୍ଚରେ ପହଞ୍ଚିଥିଲେ | ପ୍ରଥମଥର ପାଇଁ ହିନ୍ଦୀରେ ଭାଷଣ ଦେଇ ଲୋକଙ୍କ ମନରେ ସେ ହିନ୍ଦୀ ଭାଷାର ଗଭୀର ପ୍ରଭାବ ଛାଡ଼ିଯାଇଥିଲେ | ସଂଯୁକ୍ତ ରାଷ୍ଟ୍ର ସମ୍ମିଳନୀରେ ବାଜପେୟୀଙ୍କ ଭାଷଣ ବହୁତ ଲୋକପ୍ରିୟ ହୋଇଥିଲା | ପ୍ରଥମଥର ପାଇଁ ୟୁନାଇଟେଡ଼ ରାଷ୍ଟ୍ର ମଂଚ ଉପରେ ଭାରତର ଜୟଗାନ ଶୁଣିବାକୁ ମିଳିଥିଲା |

{"id":66979}


୧୯୫୧ ମସିହାରେ ଭାରତୀୟ ଜନସଂଘର ସ୍ଥାପନା କରାଯାଇଥିଲା | ଭାରତ ଯେତେବେଳେ ସ୍ୱାଧୀନତା ପାଇଁ ଲଢୁଥିଲା ସେତେବେଳେ ବାଜପେୟୀ ପ୍ରଥମେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସଂସ୍ପର୍ଶରେ ଆସିଥିଲେ | ୧୯୫୭ ମସିହାରେ ସେ ପ୍ରଥମଥର ପାଇଁ ସଂସଦର ସଦସ୍ୟ ହୋଇଥିଲେ | ବଳରାମପୁର ଆସନରୁ ନିର୍ବାଚନ ଲଢ଼ି ସେ ପ୍ରଥମଥର ପାଇଁ ସାଂସଦ ହୋଇଥିଲେ | ସେ ସମୁଦାୟ ୧୦ ଥର ଲୋକସଭା ସାଂସଦ ହୋଇଥିଲେ | ୧୯୬୨ ମସିହା ଏବଂ ୧୯୮୬ ମସିହାରେ ଦୁଇଥର ପାଇଁ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ |

{"id":66980}


୪ ଦଶନ୍ଧିରେ ପର୍ଯ୍ୟନ୍ତ ବିଜେପି ବିପକ୍ଷରେ ରହିବା ପରେ ୧୯୯୬ ମସିହାରେ ପ୍ରଥମେ ଅଟଳ ବିହାରୀ ବାଜପେୟୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ | କିନ୍ତୁ ସଂଖ୍ୟା ବଳ ନଥିବାରୁ ୧୩ ଦିନ ପରେ ତାଙ୍କ ସରକାର ଭାଙ୍ଗିଯାଇଥିଲା | ପୁଣି ଦୃଢ ମନୋବଳ ସହ ଲଢ଼ି ୧୯୯୯ ମସିହାରେ ସେ ବିଜୟ ହାସଲ କରି ପ୍ରଧାନମନ୍ତ୍ରୀ ହୋଇ ୫ ବର୍ଷ କାଳ ଶାସନ କରିଥିଲେ | ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ବାଜପେୟୀଙ୍କ ନିଧନ ହୋଇଥିଲା | ଅଗଷ୍ଟ ୧୭ ତାରିଖରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.