Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଦୁର୍ଗା ମନ୍ଦିରରୁ ଚୋରି ପ୍ରସଙ୍ଗ : ଦୁର୍ବୃତ୍ତଙ୍କ ପତ୍ତା ପାଉନି ପୋଲିସ, ପ୍ରତିବାଦରେ ୬ ଘଣ୍ଟିଆ ଅତାବିରା ବନ୍ଦ

9/11/2021 at 9:23 AM

ବରଗଡ,୦୯/୧୧:  ବରଗଡ ଜିଲ୍ଲା ଅତାବିରା ଦୁର୍ଗା ମନ୍ଦିରରେ ଚୋରି ହେବା ଘଟଣାକୁ ଦୁଇ ମାସ ପୂରଣ ହେଲାଣି । କିନ୍ତୁ ଅତାବିରା ପୋଲିସର ହାତ ଶୂନ । ଏପରିକି ପ୍ରଶାସନ ତରଫରୁ ମଧ୍ୟ କୌଣସି ସୂଚନା ଦିଆଯାଉ ନାହିଁ । ଯାହାର ପ୍ରତିବାଦରେ ମଙ୍ଗଳବାର ୬ ଘଣ୍ଟିଆ ଅତାବିରା ବନ୍ଦ ଡାକରା ଦେଇଛି ଦୁର୍ଗା ମନ୍ଦିର କମିଟି ।

ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅତାବିରାର ସମସ୍ତ ଦୋକାନ ବଜାର ଏବଂ ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ତେବେ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଛି । ମନ୍ଦିରରୁ ଚୋରି ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଅତାବିରା ପୋଲିସ ଷ୍ଟେସନ୍ ସମ୍ମୁଖରେ ସକାଳ ୧୦ ଟାରୁ ଧାରଣା ଦିଆଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୯ ତାରିଖ ରାତିରେ ଅତବିରା ପୋଲିସ ଷ୍ଟେସନ ସମ୍ବୁଖରେ ଥିବା ଦୁର୍ଗା ମନ୍ଦିରରେ ମା ଙ୍କ ବହୁମୂଲ୍ୟ ଅଳଙ୍କାର କେହି ଦୁର୍ବୁତ୍ତ ଚୋରି କରିନେଇଥିଲେ । ଏନେଇ ବାରମ୍ବାର ଅଭିଯୋଗ ସତ୍ୱେ ଆଜି ପର୍ଯ୍ୟନ୍ତ ପୋଲିସର ହାତ ଖାଲି ରହିଛି । ଯାହାକୁ ନେଇ ଜନସାଧରଣଙ୍କ ପୋଲିସ ଉପରେ ଭରସା ତୁଟିବାରେ ଲାଗିଛି ।

   Related Posts