ଆପେ ଆପେ ଚାଲୁଛି ଏହି ରହସ୍ୟମୟୀ ପଥର, ବୈଜ୍ଞାନିକମାନେ କରିପାରୁ ନାହାନ୍ତି ସମସ୍ୟାର ସମାଧାନ

Published By : Prameya-News7 Bureau | November 13, 2021 IST

ନୂଆଦିଲ୍ଳୀ ୧୩।୧୧ : କଣ ଆପଣ କେବେ ପଥରକୁ ଚାଲୁଥିବାର ଦେଖିଛନ୍ତି କି? ସମସ୍ତେ ଜାଣିଛନ୍ତି କି ପଥର ହେଉଛି ନିର୍ଜୀବ ବସ୍ତୁ ଯାହାର କି ଜୀବନ ହିଁ ନାହିଁ। ହେଲେ ଦୁନିଆରେ ଏପରି ଅନେକ ସ୍ଥାନ ରହିଛି ଯେଉଁଠାରେ ଏପର୍ଯ୍ୟନ୍ତ କିଛି ନା କିଛି ରହସ୍ୟ ଘେରରେ ରହିଛି । ଏହାକୁ ନେଇ ବୈଜ୍ଞାନିକ ଅନେକ ଚେଷ୍ଟା କଲେ ବି ଏହାର ସମାଧାନର ସମସ୍ୟା ହୋଇ ପାରି ନାହିଁ । ହେଲେ ଆମେରିକାର ଗୋଟିଏ ଏପରି ସ୍ଥାନ ରହିଛି ଯେଉଁଠାରେ ଥିବା ଏକ ପଥର ଆପେ ଆପେ ଘୁଞ୍ଚି ଘୁଞ୍ଚି ଚାଲିଛି । ଏହି ପଥରକୁ ନେଇ ଅନେକ ପ୍ରକାର ଅନୁସନ୍ଧାନ କରୁଥିଲେ ସୁଦ୍ଧା କୌଣସି ସମସ୍ୟାର ସମାଧାନ ମିଳିପାରି ନାହିଁ । ଏହାର ଏହି ଅନୁସନ୍ଧାନ ଏବେ ପର୍ଯ୍ୟନ୍ତ ଜାରି ରହିଛି ।

କାର୍ଲିଫର୍ଣ୍ଣିଆର ଡେଥ୍ ଭାଲି ନ୍ୟାସନାଲ୍ ପାର୍କରେ ରେସଟ୍ରାକ୍ ପ୍ଲାୟା ନାମରେ ଏକ ନଦୀ ରହିଛି । ଯାହାକି ୨.୫ ମାଇଲ୍ ଉତ୍ତରରୁ ଦକ୍ଷିଣ ଏବଂ ୧.୨୫ ମାଇଲ୍ ପୂର୍ବରୁ ପଶ୍ଚିମ ଆଡକୁ ବ୍ୟାପି ରହିଛି । ହେଲେ ଏହି ସ୍ଥାନ ସହ ଜଡ଼ିତ ଏକ ଆଶ୍ଚର୍ଯ୍ୟ କରିବା ପରି ଜିନିଷ ରହିଛି । ଯାହା ହେଉଛି ଚାଲୁଥିବା ପଥର । ଏହା ଆପେ ଆପେ ଘୁଞ୍ଚୁଛି । ତେବେ ଲୋକମାନଙ୍କ କହିବାନୁସାରେ ଏହି ସ୍ଥାନର ଡେଥ୍ ଭାଲି ଯୋଗୁଁ ଏଠାକାର ପଥର ଚାଲୁଛି । ପଥରଟି ଯେତିକି ସ୍ଥାନ ଘୁଞ୍ଚି ଘୁଞ୍ଚି ଯାଉଛି ସେ ସ୍ଥାନରେ ଚିହ୍ନ ହୋଇ ହୋଇ ଯାଉଛି । ତେବେ ୧୯୦୦ ଦଶକରେ ଏହାକୁ ନେଇ ବୈଜ୍ଞାନିକ ମାନେ ଭିନ୍ନ ଭିନ୍ନ ମତ ଦେଇଥିଲେ । କିଛି ଲୋକଙ୍କ କହିବା କଥା ଯେ, ଏଠାରେ ହେଉଥିବା ଅତି ପବନ ପଥରଟିକୁ ଘୁଞ୍ଚାଇ ନେଉଛି । ସେହିପରି ଆଉ କିଛି ଲୋକଙ୍କ କହିବା କଥା ଯେ, ପଥରରେ ଆଇରନ୍ ଅଧିକ ଓ ମାଟିରେ ଚୁମ୍ବକୀୟ ମାତ୍ରା ଥିବା ଏପରି ଘଟୁଛି । ଖାଲି ସେତିକି ନୁହେଁ ଏହା ମଧ୍ୟ କହିଛନ୍ତି ଯେ, ଏଠାକୁ ଏଲିଏନ୍ ମାନେ ମଧ୍ୟ  ଆସୁଛନ୍ତି ତେଣୁ ତାର ପ୍ରଭାବ ପଥର ଉପରେ ପଡ଼ୁଛି ।

ଏନେଇ ୨୦୧୪ ମସିହାରେ ଏହା ବିଷୟରେ ଜଣାପଡ଼ିଥିଲା ଏବଂସେ ସମୟରେ ଏହାକୁ ନେଇ ଅନେକ ରିସର୍ଚ୍ଚ ହୋଇଥିଲା । ସେତେବେଳେ ବୈଜ୍ଞାନିକ ମାନେ ଏହାକୁ ଗୋଟିଏ ସ୍ଥାନରେ ଆଣି ରଖିଥିଲେ ଓ ଏହାର କିଛି ବର୍ଷ ପରେ ଆସି ଦେଖିଥିଲେ ଯେଉଁଥି ପାଇଁ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପଥର ଟି ୨୦୦ କିଲୋ ହୋଇଥିବା ବେଳେ ଏହା ଘୁଞ୍ଚି ଘୁଞ୍ଚି ୧ କିମି ଅତିକ୍ରମ କରିସାରିଥିଲା ।  ହେଲେ ଏହାକୁ ନେଇ ଏବେ ରହସ୍ୟମୟୀ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.