Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରଙ୍ଗ : ଅନ୍ତରାଷ୍ଟ୍ରୀୟ ବ୍ୟାଘ୍ର ଦିବସ : ଅନଲାଇନ୍‌ରେ ନନ୍ଦନକାନନରେ ହେଉଛି ପାଳିତ
  • ||
  • କେନ୍ଦ୍ରାପଡା : ମହାକାଳପଡା ଅଞ୍ଚଳରେ ଦେଖାଗଲା ବିରଳ ପ୍ରଜାତିର ଲାଲ୍ ରଙ୍ଗର ବଗ
  • ||
  • କଳାହାଣ୍ଡି : ନାବାଳକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ବଡ ଭାଇକୁ ତୀର ମାଡ
  • ||
  • ତେଲକୋଇ : ଫ୍ରି ଫାୟାର ଗେମ୍ ନେଲା ଜୀବନ, ଗୁରୁତର ଥିବା ଛାତ୍ରଙ୍କ ମୃତ୍ୟୁ
  • ||
  • ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା
  • ||
  • କାମାକ୍ଷାନଗର : ଟିକା ନେଇ ଶିଶୁ ମୃତ୍ୟୁ ଅଭିଯୋଗ, ପ୍ରାଣ ହରାଇଲେ ୨ ମାସର ଶିଶୁ କନ୍ୟା
  • ||
  • ସମ୍ବଲପୁର :ବନ୍ଦ ହେଲା ହୀରକୁଦ ଜଳଭଣ୍ଡାରର ୨ଟି ଗେଟ୍, ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||

କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

28/07/2020 at 5:40 PM

ଭୁବନେଶ୍ୱର ୨୮ା୭: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥା ଶୁଭ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଭିଡ଼ିଓ କନଫରେନ୍ସଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଉଦଘାଟନ କରିଛନ୍ତି। ଏହାସହ ପ୍ଲାଜମା ସମ୍ପର୍କିତ ଭିଡ଼ିଓ ଚିତ୍ରକୁ ମଧ୍ୟ ଉଦଘାଟନ କରିଛନ୍ତି। ପ୍ଲାଜମା ଦାନ ପାଇଁ ପୋର୍ଟାଲ ଓ ପୁସ୍ତିକାର ମଧ୍ୟ ଉନ୍ମୋଚନ କରାଯାଇଛି । ଏହା ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ୟାଙ୍କ । ପୁର୍ବରୁ ଏସସିବି ସମେତ ୩ଟି କୋଭିଡ଼ ହସ୍ପିଟାଲରେ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି ।

ପ୍ଲାଜମା ବ୍ୟାଙ୍କ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏବେ ୪ଟି ଜାଗାରେ ପ୍ଲାଜମା ବ୍ୟାଙ୍କ ହୋଇସାରିଛି । ପ୍ଲାଜମା ଥେରାପିରୁ ସୁଫଳ ମିଳୁଥିବା ଦେଖିବାକୁ ମିଳୁଛି । ଆଗକୁ ଆହୁରି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯିବ । ଆଗାମୀ ଦିନରେ ଆଇଜିଏଚ, ଭୀମସାର ଓ ଏମକେସିଜିରେ ପ୍ଲାଜମା ବ୍ୟାଙ୍କ କରାଯିବ । ରାଜ୍ୟର କାହାରିକୁ ଚିକିତ୍ସା ସୁବିଧାରୁ ବଞ୍ଚିତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

   Related Posts