ନୂଆଦିଲ୍ଲୀ୨୩|୮: ୨୩ ବର୍ଷିୟା ଯୁବତୀ ସୌମ୍ୟା ଶର୍ମା କେନ୍ଦ୍ରୀୟ ଲୋକସଭା ଆୟୋଗ(ୟୁପିଏସସି) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପରୀକ୍ଷାର୍ଥୀମାନେ ବହୁତ ପରିଶ୍ରମ କରିଥାନ୍ତି।ହେଲେ ସୌମ୍ୟା ଶର୍ମାଙ୍କ କ୍ଷେତ୍ରରେ କିନ୍ତୁ ସମ୍ପୂଣ୍ଣ ଅଲଗା ଦେଖିବାକୁ ମିଳିଥିଲା।ସୌମ୍ୟା ଶୁଣି ପାରନ୍ତି ନାହିଁ । କିନ୍ତୁ କଠିନ ପରିଶ୍ରମ ଓ ବିନା କୋଚିଂରେ ପ୍ରଥମ ଥରରେ ସେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ସୌମ୍ୟାଙ୍କୁ ଭୀଷଣ ଜ୍ବର ହେବା ସତ୍ତ୍ବେ ସେ ୟୁପିଏସସି ପରୀକ୍ଷା ଦେଇଥିଲେ।
ୟୁପିଏସସି ପରୀକ୍ଷାରେ ଟପ୍ ଟେନରେ ସୌମ୍ୟା ସ୍ଥାନ ଅଧିକାର କରିବା ସହ ଅଲ ଇଣ୍ଡିଆ ରାଙ୍କରେ ସେ ନବମ ସ୍ଥାନ ଅଧିକାର କରିଥିଲେ।ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ମାଜିଷ୍ଟ୍ରେଟ୍ଙ୍କ ଅଧିନରେ ସେ ବର୍ତ୍ତମାନ ଆସିଷ୍ଟାଣ୍ଟ କମିଶନରର ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି।
ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସୌମ୍ୟା ଶର୍ମା ୧୬ ବର୍ଷ ବସୟରେ ଶୁଣିବା ଶକ୍ତି ହରାଇଥିଲେ।ଶୁଣିବା ପାଇଁ ଶ୍ରବଣ ଯନ୍ତ୍ର ସେ ବ୍ୟବହାର କରୁଥିଲେ।ଏଥିପାଇଁ ବିକଳାଙ୍ଗ ତାଲିକାରେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା।କିନ୍ତୁ ପରୀକ୍ଷା ସମୟରେ ଦିଆଯାଇଥିବା ବିକଳାଙ୍ଗ ଫର୍ମ ପୂରଣ କରିବା ପାଇଁ ସେ ମନା କରିଥିଲେ ଏବଂ ଜେନେରାଲ ଫର୍ମ ପୂରଣ କରିଥିଲେ।ସୌମ୍ୟା କହିଥିଲେ, ୟୁପିଏସସି ପରୀକ୍ଷା ଅଧିକ କଷ୍ଟ ନୁହେଁ। ୟୁପିଏସସି ପରୀକ୍ଷା ପାସ କରିବା ତାଙ୍କ ପାଇଁ ଅନ୍ୟ ପରୀକ୍ଷା ପାସ କରିବା ସହ ସମାନ ବୋଲି ସୌମ୍ୟା କହିଥିଲେ