ତାଇୱାନରେ ହେଲିକପ୍ଟର ଦୁର୍ଘଟଣା, ସେନାମୁଖ୍ୟଙ୍କ ସମେତ ୮ ମୃତ

Published By : Prameya-News7 Bureau | January 02, 2020 IST

ତାଇପେ ୨।୧:  ତାଇୱାନ ବାୟୁସେନାର ଏକ  ହେଲିକପ୍ଟର ଗୁରୁବାର ଦୁର୍ଘଟଣାରେ ଧ୍ୱଂସ୍ତ ହୋଇଛି। ଫଳରେ ଏଥିରେ ଯାତ୍ରାକରୁଥିବା ଚିଫ୍ ଅଫ ଜେନେରାଲ ଷ୍ଟାଫ ଶେନ ୟୀ-ମିଙ୍ଗଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ହେଲିକପ୍ଟର ଦୁର୍ଘଟଣାର କାରଣ ଜଣାପଡି ନାହିଁ। ତେବେ ରାଜଧାନୀ ତାଇପେଇ ନିକଟସ୍ଥ ସୋଙ୍ଗସେନ ବାୟୁସେନା ଘାଟିରୁ ହେଲିକପ୍ଟର ଉଡାଣ କରିବାର ୧୬ ମିନିଟ୍ ପରେ ଗ୍ରାଉଣ୍ଡ କଣ୍ଟ୍ରୋଲ ସହ ଏହାର ସମ୍ପର୍କ ବିଛିନ୍ନ ହୋଇଥିଲା।

{"id":206003,"sizeSlug":"large"}

ହେଲିକପ୍ଟରର ଧ୍ୱଂସାବଶେଷ ନ୍ୟୁ ତାଇପେ ସହର ବୁଲଇ ଜିଲ୍ଲାର ପାହାଡରେ ମିଳିଛି। ହୁଏତ ପାଇଲଟ ହେଲିକପ୍ଟରକୁ ଜରୁରି ଲ୍ୟାଣ୍ଡିଂ କରିବାକୁ ଉଦ୍ୟମ କରି ବିଫଳ ହୋଇଥାଇପାରନ୍ତି ବୋଲି ଏବେ ଅନୁମାନ କରାଯାଉଛି। ସେନାମୁଖ୍ୟ ମିଙ୍ଗ ୮ ଜଣ ଉଚ୍ଚ ସେନାପଦାଧିକାରୀଙ୍କ ସହ ସକାଳେ ୟିଲାନର ଡୋଙ୍ଗାଓ ବେସ୍ ପରିଦର୍ଶନରେ ବାହାରିଥିଲେ। ଦୁର୍ଘଟଣା ବେଳେ ହେଲିକପ୍ଟରରେ ଚାଳକ ଦଳର ୩ ସଦସ୍ୟଙ୍କ ସମେତ ମୋଟ ୧୩ ଜଣ ଯାତ୍ରୀ ଥିଲେ।

{"id":206004,"sizeSlug":"large"}

ବାୟୁସେନା କମାଣ୍ଡର ଇନ୍ ଚିଫ ହିସୁଙ୍ଗ ହୋଉ-ଚି ହେଲିକପ୍ଟର ଦୁର୍ଘଟଣା  ସମ୍ପର୍କରେ ଗଣମାଧ୍ୟମକୁ ସୂଚିତ କରିଛନ୍ତି। ଘଟଣା ସ୍ଥଳକୁ ୪ ବିମାନ ଓ ୧୧୧ ଜଣ ଉଦ୍ଧାରକାରୀ ଦଳ ପହଞ୍ଚିଥିବା ସେ କହିଛନ୍ତି। ସମସ୍ତ ମୃତ ସୈନ୍ୟ ଅଧିକାରୀ ଉଚ୍ଚପଦାଧିକାରୀ ଥିଲେ ବୋଲି ଜଣାପଡିଛି। ସେମାନଙ୍କ ସହ ଜଣେ ସୈନ୍ୟ ସମ୍ବାଦଦାତା ବି ହେଲିକପ୍ଟରରେ ଯାତ୍ରା କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.