ସୁରକ୍ଷାକର୍ମୀଙ୍କ ଗୁଳିରେ ୪୦ରୁ ଅଧିକ ପ୍ରଦର୍ଶନକାରୀଙ୍କ ମୃତ୍ୟୁ, ଶତାଧିକ ଆହତ

Published By : Prameya-News7 Bureau | November 29, 2019 IST

ବାଗଦାଦ ୨୯।୧୧: ଦକ୍ଷିଣ ଇରାକରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪୦ ରୁ ଅଧିକ ପ୍ରଦର୍ଶନକାରୀଙ୍କ ମୃତ୍ୟୁ  ହୋଇଥିବା ଜଣାପଡିଛି । ଦୀର୍ଘ ଦିନ ହେବ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି ପ୍ରଦର୍ଶନକାରୀ ।

{"id":191467,"width":572,"height":310,"sizeSlug":"large"}

ସୂଚନାଯୋଗ୍ୟ ଯେ, ପ୍ରଦର୍ଶନକାରୀମାନେ  ପୋଲିସକୁ ଖାତିର ନକରି ଆଗକୁ ମାଡି ପ୍ରଦର୍ଶନ ଜୋରଦାର କରିଥିଲେ । ଫଳରେ ସୁରକ୍ଷାକର୍ମୀ ମାନେ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା । ଆନ୍ଦୋଳନସ୍ଥଳ ଏବେ ଉଗ୍ର ରୂପ ନେଇଛି । ପରିସ୍ଥିତି ନିୟନ୍ତ୍ରିତ ନହେବାରୁ ବ୍ୟାପକ ପୋଲିସ ମୁତୟନ କରାଯାଉଛି । ସୂଚନା ଅନୁସାରେ ଗୁରୁବାର ଆନ୍ଦୋଳନ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୩୩ ଜଣ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି । ହିଂସା ସମୟରେ ବୁଧବାର ୪୭ ଜଣ ପୋଲିସ କର୍ମଚାରୀ ନିଖୋଜ ଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.