ଓଡିଶା-ପଶ୍ଚିମବଙ୍ଗରେ ‘ଅମ୍ଫାନ୍’ ଯୋଗୁଁ ବ୍ୟାପକ କ୍ଷୟକ୍ଷତି : ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଲେ ପ୍ରାୟ ୧୨ଲୋକଙ୍କ ଜୀବନ ଯାଇଛି

Published By : Prameya-News7 Bureau | May 21, 2020 IST

କୋଲକତା ୨୧।୫: ପଶ୍ଚିମବଙ୍ଗ ଏବଂ ଓଡିଶାରେ  ତାଣ୍ଡବ ରଚିଲା ବାତ୍ୟା ‘ଅମ୍ଫାନ୍’। ପଶ୍ଚିମବଙ୍ଗରେ ପ୍ରାୟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ‘ଅମ୍ଫାନ୍’ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରାୟ ୧୬୫ କିଲୋମିଟର ବେଗରେ ପବନ ବହିଥିବା ରେକର୍ଡ କରାଯାଇଛି ।  ଅନେକ ସ୍ଥାନରେ ଘର ଭାଙ୍ଗିବା ସହିତ ଗଛ ଉପୁଡିପଡିଛି । ପଶ୍ଚିମବଙ୍ଗରେ ପ୍ରାୟ ସାଢେ ୬ ଘଣ୍ଟା ଧରି ତାଣ୍ଡବ ରଚିଥିଲା ବାତ୍ୟା ‘ଅମ୍ଫାନ୍’ ।

{"id":273312,"sizeSlug":"large"}

କୋଲକାତା ଏବଂ ପଶ୍ଚିମବଙ୍ଗର ଦକ୍ଷିଣାଞ୍ଚଳରେ ସବୁଠୁ ବେଶୀ କ୍ଷୟକ୍ଷତି ହୋଇଛି । ସୁନ୍ଦରବନ ଅଞ୍ଚଳ ଏବଂ ଦକ୍ଷିଣ ବେଙ୍ଗଲର ୬ଟି ଜିଲ୍ଲାରେ ଏହାଦ୍ବାରା ସବୁଠୁ ବେଶୀ କ୍ଷୟକ୍ଷତି ଘଟିଛି। ସାଗର ଦ୍ବୀପ ନିକଟରେ ଅପରାହ୍ନ ପ୍ରାୟ ୨ଟା ୩୦ ବେଳକୁ ‘ଅମ୍ଫାନ୍’ ଲ୍ୟାଣ୍ଡଫଲ୍ କରିଥିଲା । କୋଲକାତାରେ ସଂଧ୍ୟା ୫ଟା ବେଳକୁ ଦେଖିବାକୁ ମିଳିଥିଲା ବାତ୍ୟାର ପ୍ରକୋପ । ସହରରେ ଚାରିଆଡେ ଜଳମଗ୍ନ ହୋଇଯାଇଥିଲା । ଗାଡି ଗୁଡିକ ପାଣିରେ ଭାସିବାକୁ ଲାଗିଥିଲା । ରାସ୍ତାରେ ବଡ ବଡ ଗଛ ଉପୁଡି ପଡିଥିଲା । ରାସ୍ତା କଡରେ ଥିବା ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଥିବା ବେଳେ କିଛି ଅଧା ଉପୁଡା ଅବସ୍ଥାରେ ରାସ୍ତା ଉପରେ ନଇଁ ପଡିଥିଲା ।

{"id":273313,"sizeSlug":"large"}

ପଶ୍ଚିମବଙ୍ଗରେ ଯେଉଁଭଳି କ୍ଷୟକ୍ଷତି ହୋଇଛି ତାହାର ଆକଳନ କରିବାକୁ କିଛି ଦିନ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ପ୍ରାୟ ୧୦-୧୨ଜଣଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି । କୋଲକାତା ମହାନଗରୀରେ ମୋବାଇଲ ନେଟୱର୍କ ପ୍ରଭାବିତ ହୋଇଛି । କେତେକ ସ୍ଥାନରେ ବିଦ୍ୟୁତ ଟ୍ରାନ୍ସଫର୍ମରରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତିର ଆକଳନ ମାନବୀୟ ଦୃଷ୍ଟିକୋଣରୁ କରିବାକୁ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

{"id":273316,"sizeSlug":"large"}

ବୁଧବାର ଅପରାହ୍ନରେ ଘଣ୍ଟାପ୍ରତି ୧୮୫ କିଲୋମିଟର ବେଗରେ ପବନ ସହ ସୁନ୍ଦରବନରେ ଅଞ୍ଚଳରେ ଲ୍ୟାଣ୍ଡଫଲ କରିଥିଲା ‘ଅମ୍ଫାନ’ । ପ୍ରାୟ ୬ ଘଣ୍ଟା ଧରି କୋଲକାତାବାସୀଙ୍କୁ ଡରାଇଥିଲା ।  କୋଲକାତାରେ ଘଣ୍ଟାକୁ ପ୍ରାୟ ୧୨୦ରୁ ୧୩୫ କିଲୋମିଟର ବେଗରେ ପବନ ବହିବାରୁ  ସହରରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଟଳିପଡିଛି ବିଶାଳକାୟ ବୃକ୍ଷ । ମଝି ରାସ୍ତାରେ ପଡି ରହିଛି ବିଦ୍ୟୁତ ଖୁଣ୍ଟି। ମାଟିରେ ମିଶିଯାଇଛି କଚା ଘର । ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ପୂର୍ବ ମେଦିନାପୁର, ପଶ୍ଚିମ ମେଦିନାପୁର, ହୁବୁଳି ଓ ହାଓ୍ବଡା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.