ଶେଷରେ ଗିରଫ ହେଲେ ରେସ୍ଲର ସୁଶୀଲ କୁମାର, ଦିଲ୍ଲୀ ଆଣିଲା ପୋଲିସ

Published By : Prameya-News7 Bureau | May 22, 2021 IST

ନୂଆଦିଲ୍ଲୀ ୨୨।୫: ଛତ୍ରସାଲ ଷ୍ଟାଡିୟମ କାଣ୍ଡ ମାମଲାରେ ଫେରାର ରେସଲର ସୁଶୀଲ କୁମାର ଶେଷରେ ଗିରଫ ହୋଇଛନ୍ତି। ଦିଲ୍ଲୀ ପୋଲିସ ଶନିବାର ତାଙ୍କୁ ପଞ୍ଜାବରୁ ଗିରଫ କରିବା ପରେ ପଚରା ଉଚରା ଲାଗି ଦିଲ୍ଲୀ ଆଣିଛି। ସୁଶୀଲ କୁମାରଙ୍କ ସହ ତାଙ୍କ ମୁଖ୍ୟ ସହଯୋଗୀ ଅଜୟ କୁମାର ମଧ୍ୟ ଗିରଫ ହୋଇଥିବା ଜଣାପଡିଛି। ଫଳରେ ସୁଶୀଲ କୁମାରଙ୍କ ଗିରଫଦାରୀକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଟଳିଛି।

wp:embed {"url":"https://twitter.com/jon_selvaraj/status/1396095739311181831","type":"rich","providerNameSlug":"twitter","responsive":true,"className":""}
https://twitter.com/jon_selvaraj/status/1396095739311181831
/wp:embed

ସୁଶୀଲ କୁମାର ଧରା ନପଡିବାରୁ ଦିଲ୍ଲୀ ପୋଲିସ ତାଙ୍କ ସମ୍ପର୍କରେ ସୂଚନା ଦେଲେ  ନଗଦ ପୁରସ୍କାର ଘୋଷଣା କରିଥିଲା। ଏଥିଲାଗି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ପଞ୍ଜାବ ଓ ହରିୟାଣାର ବିଭିନ୍ନ ସ୍ଥାନରେ ଚଢଉ ଚାଲିଥିବା ବେଳେ ସୁଶୀଲ ଓ ତାଙ୍କ ସହଯୋଗୀ ଧରାପଡିଛନ୍ତି। ମେ ୪ ତାରିଖ ଦିନ ଦିଲ୍ଲୀ ଛତ୍ରସାଲ ଷ୍ଟାଡିୟମରେ ସୁଶୀଲ କୁମାର ଓ ତାଙ୍କ ସହଯୋଗୀଙ୍କ ଆକ୍ରମଣରେ ରେସଲର ସାଗର ରାଣାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଦୁଇ ସହଯୋଗୀ ସୋନୁ ଓ ଅମିତ କୁମାର ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ମାମଲାରେ ଦିଲ୍ଲୀ ପୋଲିସ ଆଇପିସିର ଧାରା ୩୦୨,୩୦୮,୩୬୫,୩୨୫,୩୨୩, ୩୪୧ ଓ ୫୦୬ ଧାରାରେ ଏତଲା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା। ଏହା ବ୍ୟତୀତ ସେମାନଙ୍କ ବିରୋଧରେ ସରକାରୀ ଅଧିକାରୀଙ୍କ ଆଦେଶ ଅବଜ୍ଞା ଲାଗି ଧାରା ୧୮୮, ସଂକ୍ରମଣ ପ୍ରସାରଣ ଲାଗି ଧାରା ୨୬୯, ଅପରାଧିକ ଷଡ଼ଯନ୍ତ୍ର ଲାଗି ୧୨୦-ବି ଓ ୩୪ ଆକ୍ଟ ସମେତ ଅସ୍ତ୍ରଶସ୍ତ୍ର ଅଧିନିୟମ ଅଭିଯୋଗ ମଧ୍ୟ ହୋଇଛି।

ଘଟଣାରେ ସୁଶୀଲ କୁମାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ଅଭିଯୁକ୍ତ ଜଣାପଡିବା ପରେ ସୁଶୀଲ କୁମାରଙ୍କ ଅଗ୍ରୀମ ଜାମିନ ନିବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ସେପଟେ ସୁଶୀଲ କୁମାର ପୋଲିସରେ ଗିରପଦାରୀ ଦେଉ ନଥିଲେ। ଏଣୁ ଦିଲ୍ଲୀ ପୋଲିସ ତାଙ୍କୁ ଧରାଇ ଦେଲେ ଅଥବା ତାଙ୍କ ସମ୍ପର୍କରେ ସୂଚନା ଦେବା ଲୋକକୁ ୧ ଲକ୍ଷ ଟଙ୍କା ନଗର ପୁରସ୍କାର ଦେବ ବୋଲି ଘୋଷଣା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.