Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

୩ ବର୍ଷ ପରେ ଜେଲରୁ ବାହାରିଲେ ସୁଧା ଭରଦ୍ୱାଜ, ଭୀମା-କୋରେଗାଁଓ କେସ୍‌ରେ ହୋଇଥିଲେ ଗିରଫ

9/12/2021 at 3:37 PM

ମୁମ୍ବାଇ ୯।୧୨: ଭୀମା-କୋରେଗାଓଁ ମାମଲାରେ ଗତ ୩ ବର୍ଷ ହେଲା ଜେଲରେ ବନ୍ଦୀ ଥିବା ସୁଧା ଭରଦ୍ୱାଜ ଗୁରୁବାର ଜାମିନରେ ମୁକୁଳିଛନ୍ତି। ମୁମ୍ବାଇ ବାଇକୁଲା ଜେଲରେ ବନ୍ଦୀ ସୁଧାଙ୍କୁ ବମ୍ବେ ହାଇକୋର୍ଟ ଗତ ଡିସେମ୍ବର ୧ ତାରିଖ ଦିନ ଡିଫଲ୍ଟ ଜାମିନ ମଞ୍ଜୁର କରିଥିଲେ। ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତ ସଂସ୍ଥାନ(ଏନଆଇଏ) ହାଇକୋର୍ଟଙ୍କ ଜାମିନ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ । ତେବେ କୋର୍ଟ ଏନଆଇଏଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। 

ଏନଆଇଏଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ୟୁ.ୟୁ.ଲଳିତ, ଜଷ୍ଟିସ୍ ଏସ୍.ଆର.ଭଟ୍ଟ ଓ ଜଷ୍ଟିସ୍‌ ବେଲା ଏମ.ତ୍ରିବେଦୀଙ୍କ ପୀଠ ଶୁଣାଣି କରିଥିବା ବେଳେ ବମ୍ବେ ହାଇକୋର୍ଟଙ୍କ ଆଦେଶରେ ଦଖଲ ଦେବାର କୌଣସି ଦେଖା ଯାଉନଥିବା କହିଥିଲେ। ଏଣୁ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ଏଣୁ ଏନଆଇଏ କୋର୍ଟ ବୁଧବାର ଜାମିନ ସର୍ତ୍ତ ନିର୍ଦ୍ଧାରଣ କରିବା ପରେ ସୁଧା ଗୁରୁବାର ବାଇକୁଲା ଜେଲରୁ ବାହାରକୁ ବାହାରିଛନ୍ତି।

ଭୀମା କୋରେଗାଓଁ କେସର ତଦନ୍ତ ପ୍ରଥମେ ପୁଣେ ପୋଲିସ କରୁଥିଲା। ପରେ ତଦନ୍ତ ଦାୟିତ୍ୱ ଏନଆଇଏକୁ ହସ୍ତାନ୍ତର କରାଯାଇଥିବା ବେଳେ ସୁଧା ଭରଦ୍ୱାଜଙ୍କୁ ପୁଣେର ୟେରୱାଡା ଜେଲରୁ ମୁମ୍ବାଇ ବାଇକୁଲ୍ଲା ଜେଲକୁ ସ୍ଥାନାନ୍ତରଣ କରାଯାଇଥିଲା। ଏନଆଇଏ କୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ସର୍ତ୍ତ ଅନୁସାରେ ସୁଧାଙ୍କୁ ମୁମ୍ବାଇ ନ୍ୟାୟାଳୟଙ୍କ ଜରିସଡିକ୍ସନରେ ରହିବାକୁ ହେବ। ଯଦି ସେ ସହରରୁ ବାହାକୁ ଯିବା ଆବଶ୍ୟକ କରନ୍ତି ତେବେ ଏହା ପୂ୍ର୍ବରୁ ତାଙ୍କୁ ସ୍ୱତନ୍ତ୍ର ନ୍ୟାୟାଳୟଙ୍କ ଅନୁମତି ନେବାକୁ ହେବ। ସର୍ତ୍ତ ମୁତାବକ ତାଙ୍କୁ ତାଙ୍କର ପାସପୋର୍ଟ କୋର୍ଟରେ ଜମା କରିବାକୁ ହେବ ଓ ସେ ମାମଲା ସମ୍ପର୍କରେ ଗଣମାଧ୍ୟମ ସହ କୌଣସି ଆଲୋଚନା କରିପାରିବେ ନାହିଁ।

ସୁଧା ୫୦ ହଜାର ଟଙ୍କାର ନଗଦ ଜାମିନରେ ମୁକୁଳିଛନ୍ତି। ସେହିପରି ପ୍ରତି ସପ୍ତାହରେ ସେ ପୋଲିସ ଷ୍ଟେସନକୁ ଯାଇ ରିପୋର୍ଟ କରିବେ ନଚେତ ହ୍ୱାଟସ୍‌ ଆପ ଭିଡିଓ କଲରେ ନିଜର ଉପସ୍ଥିତି ଜଣାଇବେ। ସେହି ପରି ମାମଲାରେ ତାଙ୍କ ସହ ଗିରଫ ଅନ୍ୟ ଅଭିଯୁକ୍ତଙ୍କ ସହ ସେ ସମ୍ପର୍କ କରିପାରିବେନି କି ସେ ଅନ୍ତର୍ଜାତୀୟ କଲ କରିବେନି ବୋଲି ସର୍ତ୍ତ ରଖା ଯାଇଛି।

   Related Posts