ନୂଆଦିଲ୍ଲୀ ୨୭।୧୧: ସରକାରଙ୍କ ନୂଆ କୃଷିନୀତିକୁ ବିରୋଧ କରି ଦିଲ୍ଲୀ ଚଲୋ ଆହ୍ୱାନରେ ଆସିଥିବା ବିଭିନ୍ନ ରାଜ୍ୟର ଚାଷୀଙ୍କୁ ବିକ୍ଷୋଭ ପ୍ରଦର୍ଶନ ଲାଗି ଶେଷରେ ପୋଲିସ ଅନୁମତି ଦେଇଛି। ଉତ୍ତର ଦିଲ୍ଲୀର ବୁରାଡିରେ ପୋଲିସ ଦେଖରେଖରେ ଚାଷୀ ଆନ୍ଦୋଳନ ହେବ। ଦିଲ୍ଲୀରେ ହେଉଥିବା ଏହି ଚାଷୀ ଆନ୍ଦୋଳନକୁ ପ୍ରାୟ ୭ଟି ରଜ୍ୟ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ,ରାଜସ୍ଥାନ ଓ କେରଳର ଚାଷୀ ପହଞ୍ଚିବାରେ ଲାଗିଛନ୍ତି। ତେବେ ରାଜଧାନୀ ଦିଲ୍ଲୀକୁ ଏପର୍ଯ୍ୟନ୍ତ ଚାଷୀଙ୍କୁ ପୁରାଇ ଦେଉନଥିଲା ପୋଲିସ।
{"id":368602,"sizeSlug":"large"}ଚାଷୀଙ୍କୁ ତଡିବା ଲାଗି ପୋଲିସ ସବୁ ପ୍ରକାର ଉଦ୍ୟମ ଅବଲମ୍ବନ କରିବା ପରେ ବିଫଳ ହୋଇଛି। ଏଣୁ ବାଧ୍ୟ ହୋଇ ବୁରାଡିରେ ଆନ୍ଦୋଳନ ଲାଗି ଅନୁମତି ଦେଇଛି। ତେବେ ପୋଲିସର ପ୍ରତ୍ୟକ୍ଷ ଦେଖରେଖରେ ଆନ୍ଦୋଳନ ହେବ ବୋଲିସର୍ତ୍ତ ରଖିଛି। ତେବେ ଚାଷୀ ଦିଲ୍ଲୀ ରାମଲିଳା ମୈଦାନରେ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଆନ୍ଦୋଳନ କରିବାକୁ ଚାହାନ୍ତି। ଏହି ଆନ୍ଦୋଳନରେ ସାରା ଦେଶରୁ କୃଷକଙ୍କ ୫୦୦ ସଙ୍ଗଠନ ଯୋଗଦେଇଥିବା ଚାଷୀମାନେ କହିଛନ୍ତି।
{"id":368603,"width":575,"height":379,"sizeSlug":"large"}ଆନ୍ଦୋଳନ ଅନୁମତି ମିଳିବା ପରେ ଚାଷୀମାନେ ଟିକିରୀ ସୀମା ଦେଇ ଦିଲ୍ଲୀକୁ ପ୍ରବେଶ କରିଛନ୍ତି। ଏହି ଆନ୍ଦୋଳନକୁ ଦୀର୍ଘ କରିବା ଲାଗି ଦଳଦଳ ଚାଷୀ ଟ୍ରାକ୍ଟରରେ ଆବଶ୍ୟକ ସାମଗ୍ରୀ ଲଦି ବିକ୍ଷୋଭ ସ୍ଥଳକୁ ପହଞ୍ଚିବାରେ ଲାଗିଛନ୍ତି। ତେବେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରନ୍ତୁ ବୋଲି ସରକାର ଆଶାବ୍ୟକ୍ତ କରିଛନ୍ତି। ଦିଲ୍ଲୀରେ ଚାଷୀ ଆନ୍ଦୋଳନ କରାଇ ନଦେବାକୁ ପୋଲିସ ଓ ସରକାର କୋଭିଡ ପ୍ରସଙ୍ଗ ଉଠାଇଥିଲେ। ରାଜଧାନୀରେ ଏକକାଳୀନଏତେ ସଂଖ୍ୟକ ଲୋକଙ୍କ ପ୍ରବେଶ ହେଲେ କୋଭିଡ ପରିସ୍ଥିତି ଅନିୟନ୍ତ୍ରିତ ହେବ ବୋଲି କହିଥିଲେ।
{"id":368604,"sizeSlug":"large"}କୃଷକ ସଙ୍ଗଠନମାନେ ବିହାର ବିଧାନସଭା ନିର୍ବାଚନ, ମଧ୍ୟପ୍ରଦେଶ ଉପନିର୍ବାଚନ ବେଳେ କୋଭିଡ ନିୟମ କେଉଁଠିଥିଲା ବୋଲି ପ୍ରଶ୍ନ କରିଥିଲେ। ଆମେ କରୋନା ଭାଇରସକୁ ଡରୁନୁ ଆମର ଦାବି ପୂରଣ ଲାଗି ଆମେ ସଂଘର୍ଷ କରିବୁ ବୋଲି କହିଥିଲେ। ଏଥିରେ ଦିଲ୍ଲୀ ପୋଲିସ ଜିଦ୍ରେ ଅଟଳ ଚାଷୀଙ୍କୁ ଗିରଫ କରିବା ଲାଗି କେନ୍ଦ୍ର ସରକାରଙ୍କ ଅନୁମତି ମାଗିଥିଲେ। ଏଥିପାଇଁ ରାଜଧାନୀରେ ଥିବା ଷ୍ଟାଡିୟମଗୁଡିକୁ ଜେଲ କରିବା ଲାଗି ଅନୁମତି ଦେବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲେ।
{"id":368605,"sizeSlug":"large"}ତେବେ କେନ୍ଦ୍ର ସରକାର ଚାଷୀଙ୍କ ଗିରଫ ଲାଗି ଅନୁମତି ଦେବାକୁ ମନା କରିଦେବା ସହ ଷ୍ଟାଡିୟମକୁ ଜେଲ ନ କରିବା ଲାଗି ପୋଲିସକୁ କହିଛନ୍ତି। ବିରୋଧ କରିବାକୁ ଚାଷୀଙ୍କ ହକ୍ ଅଛି ସେମାନଙ୍କ ଅଧିକାର କ୍ଷୁର୍ଣ୍ଣ କରାଯାଇ ପାରିବନି ବୋଲି କେନ୍ଦ୍ର ସରକାର କହିଛନ୍ତି। ଏଣୁ ସେମାନେ ଯେପରି ସୁରକ୍ଷିତ ବିକ୍ଷୋଭ ପ୍ରଦର୍ଶନ କରିପାରିବେ ସେଥିଲାଗି ଆବଶ୍ୟକ ବ୍ୟବସ୍ଥା ନିମନ୍ତେ ଦିଲ୍ଲୀ ପୋଲିସକୁ କହିଥିଲେ। ଏଥିରେ ଦିଲ୍ଲୀ ପୋଲିସ ଉତ୍ତର ଦିଲ୍ଲୀସ୍ଥିତ ବୁରାଡିର ନିରଂକାରୀ ସମାଗମ ମୈଦାନରେ ଆନ୍ଦୋଳନ ପର୍ଦର୍ଶନ ଲାଗି ଚାଷୀଙ୍କୁ ଅନୁମତି ଦେଇଛି ।