Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଟଳିଲା ମମତାଙ୍କ ସଂକଟ, ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ଜଗଦ୍ଦୀପ ଧନଖଡ଼

7/10/2021 at 5:23 PM

କୋଲକାତା ୭।୧୦: ତୃଣମୂଳ ନେତ୍ରୀ ମମତା ବାନାର୍ଜୀଙ୍କୁ ରାଜ୍ୟପାଳ ଜଗଦ୍ଦୀପ ଧନଖଡ଼ ଗୁରୁବାର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଫଳରେ ଏପର୍ଯ୍ୟନ୍ତ ରାଜ୍ୟର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଥିବା ମମତା ବାନାର୍ଜୀଙ୍କୁ ସଦନର ସଦସ୍ୟତା ମିଳିଯାଇଛି। ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱୀତା କରି ପରାଜିତ ହୋଇଥିଲେ। ତେବେ ନିର୍ବାଚନରେ ତାଙ୍କ ଦଳକୁ ବହୁମତ ମିଳିଥିବାରୁ ସରକାର ଗଢ଼ିଥିବା ବେଳେ ମମତା ମୁଖ୍ୟମନ୍ତ୍ରୀ ହୋଇଥିଲେ।

ମମତା ବିଧାନସଭା ସଦସ୍ୟତା ନଥିବାରୁ ତାଙ୍କୁ ପୁଣି ଉପ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବାକୁ ପଡିଥିଲା। ସେ ତାଙ୍କ ପାରମ୍ପରିକ ଭବାନୀପୁର ଆସନରୁ ବହୁମତରେ ବିଜୟୀ ହୋଇଛନ୍ତି। ତେବେ ମମତାଙ୍କ ବିଧାନସଭାରେ ପଦ ଓ ଗୋପନୀୟତାର ଶପଥ ପାଠ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ରାଜ୍ୟପାଳ ଧନଖଡ ବିଧାନସଭାରେ ସଦସ୍ୟଙ୍କୁ ଶପତ ପାଠ କରାଇବାର ବାଚସ୍ପତିଙ୍କ କ୍ଷମତା ପ୍ରତ୍ୟାହାର କରିନେଇଛନ୍ତି। ଏଣୁ ମମତା ବିଧାନସଭାରେ ଶପଥ ଗ୍ରହଣ କରିବେ କି ରାଜଭବନକୁ ଯିବେ ସେ ନେଇ ଦୋଦୁଲ୍ୟମାନ ପରିସ୍ଥିତି ଉପୁଜିଥିଲା।

ତେବେ ରାଜ୍ୟପାଳ ସବୁ କଳ୍ପନାଜଳ୍ପନାରେ ବିରାମ ଲଗାଇ ଗୁରୁବାର ବିଧାନସଭାକୁ ଆସି ମମତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମମତାଙ୍କ ସହ ରାଜ୍ୟପାଳ ଟିଏମସି ବିଧାୟକ ଅମିଋଲ ଇସ୍ଲାମ ଓ ଜାକିର ହୁସେନ ମଧ୍ୟ ବିଧାୟକ ଭାବେ ଶପଥ ପାଠ କରିଛନ୍ତି।

   Related Posts