Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଧରାପଡିଲା ଇମ୍ରାନଙ୍କ ମିଛ,Troll ହେବା ପୂର୍ବରୁ ଡିଲିଟ୍ କଲେ ପୋଷ୍ଟ

3/01/2020 at 10:48 PM

ଇସ୍ଲାମାବାଦ ୩।୧:  ଭାରତ ସରକାରଙ୍କ ନାଗରିକ ସଂଶୋଧି ଆଇନ (ସିଏଏ)କୁ ନେଇ ଇମ୍ରାନ କେତେମାତ୍ରାରେ ଆତଙ୍କିତ ତାହା ଶୁକ୍ରବାର ପ୍ରଥମ ଥର ଜଣାପଡିଛି। ଇମ୍ରାନ ତାଙ୍କ ସୋସିଆଲ ମିଡିଆରେ ଭାରତରେ ସିଏଏ ବିରୋଧର ଲାଗଲାଗ ୩ଟି ପୋଷ୍ଟ କରିଥିଲେ। ଏଥିରେ ସେ ଭାରତ ସରକାର ଓ ଉତ୍ତରପ୍ରଦେଶ ପୋଲିସକୁ ଟାର୍ଗେଟ କରିଥିବା ବେଳେ ୟୁପି ପୋଲିସ ପାକ୍ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରେ ନିଜର ଇନକ୍ୱେଷ୍ଟ ରିପୋର୍ଟ ଲେଖିଦେଇଥିଲା। ମିଛ ଜଣାପଡିଯାଇଥିବାରୁ ଇମ୍ରାନ ତରବରିଆ ଭାବେ ତାଙ୍କ ପୋଷ୍ଟ ସବୁ ହଟାଇଦେଇଛନ୍ତି।

ଇମ୍ରାନ ପୋଷ୍ଟରେ ପୋଲିସ ଅତ୍ୟାଚାରର ଛବି ଓ ଭିଡିଓ ସବୁ ପୋଷ୍ଟ କରିଥିଲେ। ଉଲ୍ଲେଖ କରିଥିଲେ ଭାରତରେ କିପରି ପୋଲିସର ଅତ୍ୟାଚାର ଚାଲିଛି। ହେଲେ ୟୁପି ପୋଲିସ ଭିଡିଓ ଏବଂ ପୋଲିସ ପିନ୍ଧିଥିବା ପୋଷାକରୁ ଏହା ଢାକାର ଛବି ବୋଲି ସ୍ପଷ୍ଟ ହୋଇଥିଲା। ପରେ ପୋଲିସ କର୍ମଚାରୀଙ୍କ ଭାଷା ବଙ୍ଗାଳୀ ବୋଲି ଉଲ୍ଲେଖ କରି ପ୍ରଥମେ ନିଜର ସ୍ଥିତି ସ୍ପଷ୍ଟ କରନ୍ତୁ ବୋଲି ଉଲ୍ଲେଖ କରିଥିଲା। ତେବେ ଏଥିଯୋଗୁ ଟ୍ରୋଲ ହେବା ଭୟରେ ଇମ୍ରାନ ପୋଷ୍ଟଗୁଡିକୁ ହଟାଇଛନ୍ତି।

ଏହା ପୂର୍ବରୁ ସିଏଏକୁ ନେଇ ଇମ୍ରାନ ତାଙ୍କର ଉଦବେଗ ବ୍ୟକ୍ତ କରିବା ସହ ହୁଏତ ଏଥିଲାଗି ଦେଶର ନାଗରିକଙ୍କ ଦ୍ରୁଷ୍ଟି ହଟାଇବା ନିମନ୍ତେ ମୋଦି ପାକିସ୍ତାନ ଉପରେ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା ପ୍ରକାସ କରିଥିଲେ। ଅତୀତରେ ଭାରତ  କରିଥିବା ସର୍ଜିକାଲ ଷ୍ଟ୍ରାଇକ୍ ସେନାକୁ ବି ଆତଙ୍କିତ କରିଥିଲା।

   Related Posts