କରୋନାରୁ ଆଣ୍ଟାର୍କଟିକା ପଡିଲାନି ବାଦ! ସମସ୍ତ ୭ ମହାଦେଶ ହେଲା ସଂକ୍ରମିତ

Published By : Prameya-News7 Bureau | December 22, 2020 IST

ଚିଲି : ଶେଷରେ କରୋନା ଭାଇରସ ମହାମାରୀ ଆଣ୍ଟାର୍କଟିକାରେ ମଧ୍ୟ ପହଞ୍ଚିଯାଇଛି। କରୋନା ଏଡାଇବା ପାଇଁ ଗତ ୭ ମାସ ଧରି ସମସ୍ତ ସତର୍କତା ଅବଲମ୍ବନ ସତ୍ତ୍ୱେ  ଏକ ଦୂରସ୍ଥ  ଚିଲି ପ୍ରୟୋଗଶାଳାରେ ୩୬ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ବିଶ୍ୱର ଅନ୍ୟ ୬ ମହାଦେଶଙ୍କ ଭଳି ଆଣ୍ଟର୍କଟିକା ମଧ୍ୟ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛି।

 ବିଶ୍ୱର ଉତ୍ତର ଧ୍ରୁବରେ ଥିବା  ଆଣ୍ଟାର୍କଟିକା ଏପର୍ଯ୍ୟନ୍ତ ସଂକ୍ରମଣରୁ ଦୂରରେ ଥିଲା। ହେଲେ ସେଠାକୁ କୋଭିଡ ଚିହ୍ନଟ ପରେ ସମଗ୍ର ବିଶ୍ୱ ଭୂତାଣୁ ଆକ୍ରାନ୍ତ ହୋଇଛି। ଆଣ୍ଟାର୍କଟିକାର ଏହି ସ୍ଥାନ କଥିତ ଭାଷାରେ ଓ’ହିଗନସରେ ରହିଛି। ଯେଉଁଠୁ ଏକା ଥରକେ ଏତେ ସଂଖ୍ୟକ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଆଣ୍ଟାର୍କ ଟିକାରେ ଚିଲି ଚଳାଇଥିବା  ୧୩ଟି ପ୍ରକଲ୍ପ ମଧ୍ୟରୁ ଏହା ଅନ୍ୟତମ।  ଯାହା  ଆଣ୍ଟାର୍କଟିକା ପେନିନସୁଲା ଉତ୍ତର ଦିଗରେ ପଶ୍ଚିମ ଆଣ୍ଟାର୍କଟିକାରେ ରହିଛି।

ଏକ ଟୁରିଷ୍ଟ ୱେବ୍‌ ସାଇଟ୍‌ ଅନୁସାରେ ଏଠାକୁ ମଣିଷ ପହଞ୍ଚିବା ଏତେ ସହଜ ନୁହେଁ। ହେଲେ ସେଠାରେ ରହୁଥିବା ଲୋକଙ୍କ ପାଖକୁ ଭୂତାଣୁ ପହଞ୍ଚିଯାଇଛି।   ଶେଷ ମହାଦେଶରେ ଭୂତାଣୁର ଉପସ୍ଥିତି ଜଣାପଡିବା ପରେ ସେଠାରେ ଚାଲିଥିବା ସମସ୍ତ ଗବେଷଣା ବାତିଲ କରିଦିଆଯାଇଛି। ଏଥି ସହ ସମସ୍ତ ଗବେଷଣା ପ୍ରକଳ୍ପ ମଧ୍ୟ ବନ୍ଦ ହୋଇଯାଇଛି। ତେବେ ଗଣମାଧ୍ୟମରୁ ମିଳୁଥିବା ସୂଚନା ଅନୁସାରେ ବିଶ୍ୱର ଏହି ଶେଷ ମହାଦେଶର କେହି ସ୍ଥାୟୀ ବାସିନ୍ଦା ନାହାନ୍ତି। ବିଭିନ୍ନ ଦେଶ ଏଠାରେ ବୈଜ୍ଞାନିକ ଗବେଷଣା ପ୍ରକଳ୍ପମାନ ସ୍ଥାପନ କରିଥିବା ବେଳେ ବୈଜ୍ଞାନିକମାନେ ସେଠାରେ ରହି ଗବେଷଣା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.