Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ତାଲିବାନଙ୍କ ଯୁଦ୍ଧ ଅପରାଧର ତଦନ୍ତ କରୁଛନ୍ତି ଅନ୍ତର୍ଜାତୀୟ ଅପରାଧିକ କୋର୍ଟ

25/07/2021 at 3:02 PM

ନୂଆଦିଲ୍ଲୀ ୨୫।୭: ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ (ଆଇସିସି) ବର୍ତ୍ତମାନ ଆଫଗାନିସ୍ତାନରେ ତାଲିବାନ ସମେତ ସଂଘର୍ଷରେ ଜଡିତ ସମସ୍ତ ପକ୍ଷଙ୍କ ଯୁଦ୍ଧ ଅପରାଧ ଓ ଗୁରୁତର ମାନବାଧିକାର ଉଲ୍ଲଂଘନର ଯାଞ୍ଚ କରୁଛନ୍ତି। ଏହା କହିଛନ୍ତି ହ୍ୟୁମାନ ରାଇଟସ୍‌ଙ୍କ ଆସୋସିଏଟ୍ ଏସିଆ ନିର୍ଦ୍ଦେଶକ ପେଟ୍ରିସିଆ ଗସମେନ୍‌। ସେ କହିଛନ୍ତି ଯେ ଯେଉଁ ତାଲିବାନ କମାଣ୍ଡରମାନେ ଫୋର୍ସମାନଙ୍କ ଦ୍ୱାରା ହେଉଥିବା ଦୁର୍ବ୍ୟବହାର ସମ୍ପର୍କରେ ଜାଣନ୍ତି ବା ଜାଣିବା ଦରକାର ଥିଲେବି  ସେମାନେ ସେ ସମ୍ପର୍କରେ ଜାଣନ୍ତନି ଅଥବା ଏପରି କାଣ୍ଡକୁ ଜାଣି ସୁଦ୍ଧା ରୋକିବାକୁ ଉଦ୍ୟମ କରୁ ନାହାନ୍ତି ଏଥିପାଇଁ ଆଗକୁ ସେମାନେ ଦାୟୀ ହେବେ ବୋଲି ଗସମେନ୍‌ କହିଛନ୍ତି।

କାନ୍ଧାରରେ ସରକାର ଓ ସୁରକ୍ଷା ବଳଙ୍କ ବିରୋଧରେ ତାଲିବାନ ଆହୁରି ଆକ୍ରମକ ହୋଇପାରନ୍ତି।  ଏଥିରେ ଅତ୍ୟାଚାର ମଧ୍ୟ ବଢିପାରେ। ତେବେ ଏପରି କୌଣସି ଘଟଣାକୁ ତାଲିବାନମାନେ ଏପର୍ଯ୍ୟନ୍ତ ଅସ୍ୱୀକାର କରିଆସୁଛନ୍ତି। ହେଲେ ସେମାନଙ୍କ ନିୟନ୍ତ୍ରଣାଧୀନ ଅଞ୍ଚଳରୁ ନିଷ୍କାସନ, ମନଇଛା ଅଟକ ଓ ହତ୍ୟାର ବଢୁଥିବା ପ୍ରମାଣ ଏବେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଏଥିରେ ଶାନ୍ତିବାର୍ତ୍ତା ଲାଗି ପ୍ରୟାସ କରୁଥିବା ଜାତିସଂଘ, ଯୁକ୍ତରାଷ୍ଟ୍ର ଓ ଅନ୍ୟ ଦେଶମାନେ ଏପରି ଘଟଣା ନେଇ ତୁରନ୍ତ ତାଲିବାନମାନଙ୍କୁ କଲ କରିବା ଦରକାର ବୋଲି ଗସମେନ କହିଛନ୍ତି।

 ସ୍ପିନ-ବୋଲ୍ଡକ୍‌ରେ ଆଫଗାନ ଅଧିକାରୀମାନେ ନିରିହ ନାଗରିକଙ୍କ ଶବ ଉଦ୍ଧାର କରିଥିବାର ସୂଚିତ କରିଛନ୍ତି। ସେହିପରି ତାଲିବାନଙ୍କ ଦ୍ୱାରା ଅପହୃତ ୩୦୦ରୁ ଅଧିକ ନାଗରିକ ଏବେ କେଉଁଠାରେ କିଭଳି ଅବସ୍ଥାରେ ଅଛନ୍ତି ସେ ନେଇ କୌଣସି ସୂଚନା ମିଳୁନତିବାର ମଧ୍ୟ କହିଛନ୍ତି।  ତାଲିବାନମାନେ ଜୁଲାଇ ୮ ତାରିଖରେ ପାକିସ୍ତାନ ପଟୁ ଆଫଗାନିସ୍ତାନର ସ୍ପିନ-ବୋଲ୍ଡକ୍‌ରେ ପ୍ରବେଶ କରିଥିଲେ। ଏହା ପରଠାରୁ ସେଠାରେ ଆଫଗାନିସ୍ତାନ ସରକାରଙ୍କ ପୋଲିସ, ସେନା ଓ ସରକାରୀ ଦପ୍ତରରେ କାର୍ଯ୍ୟ କରୁଥିବା ଲୋକଙ୍କ ସନ୍ଧାନରେ ଲାଗିଥିଲେ। ଏପରି ଲୋକ ଓ ସେମାନଙ୍କ ପରିବାରକୁ ଖୋଜି ବାହାର କରିବା ସହ ସେମାନଙ୍କୁ ଅଞ୍ଚଳ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରି ଘଟଣା ଏବେ କନ୍ଧାରରେ ମଧ୍ୟ ତାଲିବାନ ଦୋହରାଉଥିବା ୱାଚଡଗ ବଡି କହିଛନ୍ତି।

ଏଥିରୁ ତାଲିବାନ କିଛି ଲୋକଙ୍କୁ ହତ୍ୟା ମଧ୍ୟ କରିଛନ୍ତି, ଯେଉଁମାନେ ପ୍ରାନ୍ତିୟ ସରକାରରେ ଅଧିକାରୀ ଓ ସେମାନଙ୍କ ପାରିବାରିକ ସମ୍ପର୍କୀୟ ଥିଲେ। ସେହିପରି ଦକ୍ଷିଣ କନ୍ଧାର ପ୍ରାନ୍ତରେ ତାଲିବାନ ଶହଶହ ନାଗରିକଙ୍କୁ ବନ୍ଦୀ କରିଥିବା ବେଳେ ସରକାରଙ୍କ ସହ ଏମାନଙ୍କର ସମ୍ପର୍କ ଥିବାର ସେମାନେ ଅଭିଯୋଗ କରୁଛନ୍ତି। ତେବେ ଏହି ଲୋକମାନଙ୍କର ସେମାନେ କଣ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ଗୋସମେନ୍‌ କହିଛନ୍ତି।

   Related Posts