Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସଂକ୍ରମଣର ସଙ୍କେତ ନଥିଲା,ସେ କିନ୍ତୁ ପାଲଟିଗଲେ କୋଭିଡ-୧୯ ସୁପରସ୍ପ୍ରେଡର : ଏବେ ୭୧ ଜଣ ପଜିଟିଭ

14/07/2020 at 3:52 PM

ନୂଆଦିଲ୍ଲୀ ୧୪/୭ : ଜଣେ ବିନା ଲକ୍ଷଣ ଥିବା ମହିଳା ୭୧ଜଣଙ୍କୁ କରୋନା ଭାଇରସରେ ସଂକ୍ରମିତ କରି ଦେଇଛନ୍ତି। ମହିଳା ସାବଧାନତା ଅବଲମ୍ବନ କରିଥିଲେ ବି ଭାଇରସ୍ ବ୍ୟାପି ଯାଇଥିଲା। ଚୀନର ସେଣ୍ଟର ଫର୍ ଡିଜିଜ କଣ୍ଟୋଲ୍ ଏହି ଘଟଣାକୁ ନେଇ ଗବେଷଣା କରିଛନ୍ତି।

ମହିଳା ସବୁକିଛି ଠିକ୍ କରିଥିଲେ। ଯାତ୍ରାରୁ ଫେରିବା ପରେ ସେ ନିଜକୁ ଆପାର୍ଟମେଣ୍ଟରେ କ୍ବାରେଣ୍ଟାଇନ୍ କରିଥିଲେ। ତାଙ୍କଠାରେ କୌଣସି ଲକ୍ଷଣ ନଥିଲା। ମହିଳା ଆପାର୍ଟମେଣ୍ଟରେ ଯିବା ସମୟରେ ମଧ୍ୟ ଲିଫ୍ଟରେ ଏକୁଟିଆ ଥିଲେ।

ମହିଳା ଆମେରିକା ଯାତ୍ରା କରି ମାର୍ଚ୍ଚ ୧୯ତାରିଖରେ ନିଜ ଘର ଅର୍ଥାତ୍ ଚୀନର ହେଲୋଙ୍ଗଜିଆଙ୍ଗକୁ ଫେରିଥିଲେ। ଯାଞ୍ଚ ପରେ ସେ କରୋନା ନେଗେଟିଭ ଥିବା ଜଣା ପଡ଼ିଥିଲେ  ତଥାପି ସେ ନିଜକୁ ଘରେ ବନ୍ଦ କରିଥିଲେ।

ଲିଫ୍ଟରେ ଆସିବାର ଅଳ୍ପ ସମୟ ପରେ ତାଙ୍କ ପଡ଼ୋଶୀ ସେହି ଲିଫ୍ଟର ବ୍ୟବହାର କରିଥିଲେ। ଏହା ପରେ ପଡ଼ୋଶୀଙ୍କ ମାଆ ଏବଂ ତାଙ୍କୁ ଭେଟିବାକୁ ଆସିଥିବା ତାଙ୍କ ବୟଫ୍ରେଣ୍ଡ ଏକ ପାର୍ଟି​ରେ ଯୋଗ ଦେଇଥିଲେ। ଏହା ପରେ ଅପ୍ରେଲ୍ ୨ତାରିଖରେ ସେହି ପାର୍ଟିରେ ସାମିଲ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଷ୍ଟୋକ୍ ହୋଇଥିଲା।

ପାର୍ଟି​ରେ ସାମିଲ ଲୋକଙ୍କୁ କୌଣସି ସଂକ୍ରମିତ ବ୍ୟକ୍ତିଙ୍କଠୁ କୌଣସି କନେକ୍ସନ୍ ମିଳି ନଥିଲା। ପରେ ଜଣା ପଡ଼ିଥିଲା ଯେ ଯେଉଁ ଲିଫ୍ଟରେ ଆମେରିକାରୁ ଫେରିଥିବା ମହିଳା ଆସିଥିଲେ ସେହି ଲିଫ୍ଟରେ ପରେ ଯାଇଥିବା ଯୋଗୁଁ ପଡ଼ୋଶୀ ସଂକ୍ରମିତ ହୋଇ ଯାଇଥିଲେ।

ପରେ ଗ୍ରୃପର ଜଣେ ସଦସ୍ୟ ଯେତେବେଳେ ଷ୍ଟୋକର ଚିକିତ୍ସା ପାଇଁ ହସ୍ପିଟାଲକୁ ଯାଇଥିଲେ ସେତେବେଳେ ସେ ୨୮ଜଣଙ୍କୁ ସଂକ୍ରମିତ କରି ଦେଇଥିଲେ। ପରେ ତାଙ୍କୁ ଅନ୍ୟ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ସେ ଅନ୍ୟ ୨୦ଜଣଙ୍କୁ ସଂକ୍ରମିତ କରି ଦେଇଥିଲେ। ତାଙ୍କ ଦେଖାଶୁଣା କରୁଥିବା ଦୁଇ ପୁଅ ମଧ୍ୟ ସଂକ୍ରମିତ ହୋଇ ଯାଇଥିଲେ।

ପରେ ଯାଞ୍ଚକର୍ତ୍ତାଙ୍କୁ ଜଣା ପଡ଼ିଥିଲା ଯେ ଜଣେ ମହିଳା ଟ୍ରାଭେଲରୁ ଫେରିଛନ୍ତି ସେତେବେଳେ ତାଙ୍କର ପୁଣି ଥରେ ଟେଷ୍ଟ୍ କରାଯାଇଥିଲା। ଆମେରିକାରୁ ଫେରିଥିବା ମହିଳା ଯିଏ ପୂର୍ବରୁ ନେଗେଟିଭ ଜଣା ପଡ଼ିଥିଲେ ସେ ଏଥର କରୋନା ଭାଇରସ୍ ଆଣ୍ଟିବଡି ଟେଷ୍ଟରେ ପଜିଟିଭ ଜଣା ପଡ଼ିଥିଲେ। ଅର୍ଥାତ୍ ତାଙ୍କୁ ପୂର୍ବରୁ କରୋନା ହୋଇ ସାରିଥିଲା।

   Related Posts