Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||

ପୁଣି ଚର୍ଚ୍ଚାରେ ଅଜବ ଶୈଳୀରେ ଚିକିତ୍ସା କରିଥିବା ଅଶ୍ୱିନୀ ପୂଜାହାରୀ, ଜାଣନ୍ତୁ କାହିଁକି

27/08/2019 at 6:39 PM

ଭୁବନେଶ୍ବର ୨୭।୮- ଅଜବ ଚିକିତ୍ସା ଶୈଳୀ, କଠୋର ଅନୁଶାସନ ଯୋଗୁଁ  ବାରମ୍ବାର ଚର୍ଚ୍ଚା ଓ ବିବାଦର ଥିବା ବୁର୍ଲା ଭିମସାରର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ  ପୁଣି ଚର୍ଚ୍ଚାରେ ।  କ୍ୟାନସର ରୋଗୀଙ୍କୁ ଖାଇବା ଲୁଣ ଦ୍ବାରା ଚିକିତ୍ସା ମାଧ୍ୟମରେ ଭଲ କରୁଥିବ,  ଦୃଢଯୁକ୍ତି ଦର୍ଶାଇବା ମାନବାଧିକାର ଉଲ୍ଲଂଘନ ପ୍ରସଙ୍ଗ ବୋଲି ଅଭିଯୋଗ ହୋଇଛି । ଏଭଳି ଅଭିଯୋଗରେ ପୂଜାହାରୀଙ୍କୁ  ଓଡ଼ିଶା କାଉନସିଲ ଅଫ୍  ମେଡିକାଲ ରେଜିଷ୍ଟ୍ରେସନ ନୋଟିସ ଜାରି କରିଛି । କାଉନସିଲ ଏଥିକ୍ସ କମିଟି ନିକଟରେ ଆସନ୍ତା ୬ ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ତାଙ୍କୁ  ନିର୍ଦ୍ଦେଶ ଦିଆଯାଇଛି  ।

 ଡାକ୍ତରୀ ଚାକିରୀ ଛାଡି ରାଜନୀତିରେ କ୍ୟାରିଅର ଆରମ୍ଭ କରିଥିଲେ ବି ବିବାଦ କିନ୍ତୁ ତାଙ୍କ ପିଛା ଛାଡୁନି । ଭିମସାରର ପୂର୍ବତନ ନିର୍ଦ୍ଦେଶକ ଥିବାବେଳେ ଡାକ୍ତର ଅଶ୍ୱିନୀ ପୂଜାହାରୀ ଯେଉଁ ଲୁଣ ଚିକିତ୍ସା କରିଥିଲେ ସେହି ଅଡୁଆ ସୁତାରେ ଛନ୍ଦି ହୋଇଛନ୍ତି । ଭିମସାରର ନିର୍ଦ୍ଦେଦଶ ପଦରୁ ଇସ୍ତଫା  ଦେବାର ୮ମାସ ପରେ ସେହି ଲୁଣ ଚିକିତ୍ସା ଘଟଣାରେ ଏବେ ତାଙ୍କୁ ନୋଟିସ୍ ହୋଇଛି ।

ରୋଗୀଙ୍କ ମାନବାଧିକାର ଉଲଂଘନ ଅଭିଯୋଗରେ ଓଡ଼ିଶା କାଉନସିଲ ଅଫ ମେଡ଼ିକାଲ ରେଜିଷ୍ଟ୍ରେସନ ପକ୍ଷରୁ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ନୋଟିସ ଜାରି କରାଯାଇଛି । ଆସନ୍ତା ସେପ୍ଟେମ୍ବର ୬ତାରିଖରେ କାଉନସିଲ ଏଥିକ୍ସ କମିଟି ଆଗରେ ବ୍ୟକ୍ତିଗତ ହାଜର ହୋଇ ଲୁଣ ଚିକିତ୍ସା ସମ୍ପର୍କରେ ନିଜ ପକ୍ଷ ରଖିବାକେୁ ନିର୍ଦ୍ଦେଶ ଦିଆଯାଇଛି । କମିଟି ଆଗରେ ହାଜର ନହେଲେ କିମ୍ବା ଉତ୍ତର ରଖିବାରେ ବିଫଳ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ୍‌ରେ କୁହାଯାଇଛି ।

ଡାକ୍ତର ପୂଜାହାରୀ ଭିମ୍‌ସାରର ନିର୍ଦ୍ଦେଶକ ଥିବାବେଳେ ଜଣେ  କ୍ୟାନସରେ ପୀଡ଼ିତ ରୋଗୀଙ୍କ ଅପରେସନ୍‌ ସମୟରେ ରୋଗୀଙ୍କ ଅନ୍ତଃନଳୀରେ ଖାଇବା ଲୁଣ ଢାଳି ଚିକିତ୍ସା କରିଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କିତ ଭିଡିଓ ଭାଇରାଲ୍ ହେବା ପରେ ପୂଜାହାରୀଙ୍କୁ ତୀବ୍ର ବିରୋଧ କରାଯାଇଥିଲା। ସହକର୍ମୀ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଡାକ୍ତରୀ ସଂଘ ତାଙ୍କର ଏଭଳି ଅଜବ ଲୁଣ ଚିକିତ୍ସା ଶୈଳୀକୁ ସମାଲୋଚନା କରିଥିଲେ ।

ଏହା ଚିକିତ୍ସା ବିଜ୍ଞାନର ଘୋର ବିରୋଧାଚରଣ ବୋଲି ରାଜ୍ୟର ପ୍ରମୁଖ ମେଡିକାଲ କଲେଜ୍‌ର ଡାକ୍ତରମାନେ ଅଭିଯୋଗ କରିଥିଲେ । ଭିମ୍‌ସାର ଭଳି ମେଡିକାଲ କଲେଜ୍‌ରେ କଠୋର ଅନୁଶାସନ ସହ ଏଭଲି ଅଜବ ଚିକିତ୍ସା ଶୈଳୀ ପାଇଁ ଚର୍ଚ୍ଚାରେ ଥିଲେ ଅଶ୍ୱିନୀ ପୂଜାହାରୀ । ତାଙ୍କ କଠୋର ଅନୁଶାସନ ଯୋଗୁଁ ଭିମସାର ଲୋକପ୍ରିୟ ବି ହୋଇପାରିଥିଲା ।

   Related Posts