'ଭଲ କଲ କୋହଲି, ମୁଣ୍ଡବିନ୍ଧା ବଢାଇଦେଇ ଛାଡିଦେଲ' : ବିରାଟଙ୍କ ପାଇଁ ଅଶ୍ୱିନଙ୍କ ଭାବବିହ୍ୱଳ ପୋଷ୍ଟ୍...

Published By : Prameya-News7 Bureau | January 18, 2022 IST

ନୂଆଦିଲ୍ଲୀ, ୧୮/୦୧:   ଟେଷ୍ଟ୍ କ୍ରିକେଟର ନେତୃତ୍ୱ ଭାର ଛାଡିଛନ୍ତି ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ହାରିବା ପରେ ବିରାଟ ନିଜ ଇସ୍ତଫା ପ୍ରଦାନ କରିଥିଲେ । ସେ ଆଗକୁ ଟେଷ୍ଟ୍ ଖେଳିବେ ହେଲେ ଆଉ ଅଧିନାୟକ ରହିବେ ନାହିଁ ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ଯାହାକୁ ନେଇ କ୍ରିକେଟ ଜଗତରେ ଚର୍ଚ୍ଚା ଜୋର୍ ଧରିଛି । ଅନେକ ଖେଳାଳି ବିରାଟଙ୍କ ସହ ଫଟୋ ସେୟାର କରି ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି । ଦଳର ସ୍ପିନର୍ ଆର ଅଶ୍ୱିନ୍ ମଧ୍ୟ ବିରାଟଙ୍କ ଇସ୍ତଫାକୁ ନେଇ ମତ ଦେଇଛନ୍ତି । ଯାହା ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛନ୍ତି ।

ବୋଲିଂ ଯାଦୁରେ ବିପକ୍ଷ ବ୍ୟାଟସମ୍ୟାନଙ୍କୁ ଚକମା ଦେବାରେ ମାହିର ଅଶ୍ୱିନ୍ । ବାର୍ତ୍ତାଳାପରେ ବି ସେ ଖବୁ ମଜାଳିଆ କଥା କହିଥାନ୍ତି । ଗୁରୁତର କଥାକୁ ସେ ହାଲକା ଭାବେ କହିପାରନ୍ତି । ବିରାଟଙ୍କୁ ନେଇ ସେ ଏପରି କିଛି କହିଛନ୍ତି ।

wp:html /wp:html

ଅଶ୍ୱିନ କହିଛନ୍ତି ଯେ, ସଦାବେଳେ ବିରାଟ ମନେ ରହିବେ । ତାଙ୍କ ରେକର୍ଡ ଓ ଖେଳରେ ଆଭିମୁଖ୍ୟ ସମସ୍ତଙ୍କୁ ପ୍ରେରଣା ଦେବ । ତାଙ୍କ ନେତୃତ୍ୱ ମାଇଲ ଖୁଣ୍ଟ ହୋଇ ରହିବ । ଅନେକ ବ୍ୟକ୍ତି ଅଷ୍ଟ୍ରେଲିଆ, ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଜିତିବା କଥା ସ୍ୱପ୍ନ ଦେଖୁଥିଲେ । ଯାହାକୁ ବାସ୍ତବତାର ରୂପ ଦେଇଥିଲେ ବିରାଟ ।

ଆଉ ଏକ ଟ୍ୱିଟରେ ଅଶ୍ୱିନ୍ କହିଛନ୍ତି ଯେ, ଟେଷ୍ଟ କ୍ରିକେଟରୁ ବିରାଟ ମଜବୁତ ସ୍ଥିତିରେ ପହଁଚାଇଛନ୍ତି । ଏବେ ସେ ଦଳକୁ ମୁଣ୍ଡବିନ୍ଧା ଦେଇ ନେତୃତ୍ୱ ଛାଡିଦେଲେ । ଜିତିବା କେବଳ ଏକ ଖେଳର ଫଳାଫଳ । ବିରାଟ ଯାହା କରନ୍ତି ତାହା ଆଗକୁ ମଧ୍ୟ ପ୍ରେରଣା ଦେବ । ବିରାଟ ଏକ ଅପୂରଣୀୟ ଶୂନ୍ୟସ୍ଥାନ ଛାଡି ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ଅଶ୍ୱିନ୍ କହିଛନ୍ତି ।

ସୂଚନାଯୋଗ୍ୟ, ଟେଷ୍ଟ୍ କ୍ରିକେଟରେ ଅଶ୍ୱିନ ଅଧିକାଂଶ ମ୍ୟାଚ୍ ବିରାଟଙ୍କ ନେତୃତ୍ୱରେ ଖେଳିଛନ୍ତି । ୫୫ ମ୍ୟାଚରୁ ଅଶ୍ୱିନ ୨୯୩ ଓ୍ୱିକେଟ୍ ନେଇଛନ୍ତି । ଏହାସହ ସେ ୨୧ ଥର ୫ ବା ତାଠାରୁ ଅଧିକ ବ୍ୟାଟରଙ୍କୁ ଶିକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.