ଚର୍ଚ୍ଚାରେ ଅଶ୍ୱିନଙ୍କ ଟ୍ୱିଟ୍, ଟି୨୦ ବିଶ୍ୱକପ ଟିମ୍‌ରେ ସ୍ଥାନ ମିଳିବା ପରେ ହେଉଛି ଭାଇରାଲ

Published By : Prameya-News7 Bureau | September 09, 2021 IST

ନୂଆଦିଲ୍ଲୀ, ୦୯।୦୯ : ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଘୋଷଣା ହୋଇସାରିଛି । ବିସିସିଆଇର ଚୟନ କମିଟି ୧୫ ଜଣିଆ ଦଳ ଘୋଷଣା କରିଛି । ଏଥିରେ ଲେଗ୍ ସ୍ପିନର ଆର ଅଶ୍ୱିନଙ୍କୁ ସାମିଲ କରାଯାଇଛି  । ସେ ଦୀର୍ଘଦିନ ପରେ ଟି୨୦ ଦଳକୁ ଫେରିଛନ୍ତି । ୨୦୧୭ରେ ସେ ଶେଷ ଟି୨୦ ମ୍ୟାଚ୍ ଖେଳିଥିଲେ । ଏହାପରଠୁ ତାଙ୍କୁ ଟେଷ୍ଟ କ୍ରିକେଟ ଖେଳୁଥିଲେ ମଧ୍ୟ ସୀମିତ ଓଭରରେ ସ୍ଥାନ ପାଉନଥିଲେ ।

ତେବେ ଟି୨୦ ବିଶ୍ୱକପ ଟିମରେ ସ୍ଥାନ ମିଳିବା ପରେ ଅଶ୍ୱିନ ଯେଉଁ ଟ୍ୱିଟ୍ କରିଛନ୍ତି ତାହା ଭାଇରାଲ ହେବାରେ ଲାଗିଛି । ଟ୍ୱିଟରେ ଅଶ୍ୱିନ ଏକ ଫଟୋ ପୋଷ୍ଟ କରିଛନ୍ତି । ଏଥିରେ ଲେଖାଯାଇଛି ଯେ, ସବୁ ଅନ୍ଧାର ଗଳିର ଶେଷରେ ଆଲୋକ ଥାଏ । ସେ ସେହି ଆଲୋକକୁ ଦେଖିବା ପାଇଁ ଜୀବିତ ରହିଥାନ୍ତି ।

wp:html /wp:html

 ସେ ଆହୁରି ଲେଖିଛନ୍ତି ଯେ, ଏହି ଉକ୍ତିଟି ସେ ୨୦୧୭ରେ ଲେଖିଥିଲେ । ପୂର୍ବରୁ ଅନେକ ଥର ଏହାକୁ ସେ ଡାଏରୀରେ ଲେଖିଥିଲେ । ଏହାକୁ ସେ ନିଜ ଜୀବନରେ ପାଳନ କରିଥାନ୍ତି । ଅଶ୍ୱିନଙ୍କ ଏହି ଟ୍ୱିଟ୍ ଖୁବ୍ ବାଇରାଲ ହେବାରେ ଲାଗିଛି ।ଦଳରେ ଚୟନ ହେବା ପରେ ପ୍ରଶଂସକମାନେ ବି ଖୁସି ଅଛନ୍ତି ।

ଭାରତୀୟ ଦଳ- ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରାହୁଲ ଚହର, ଆର ଅଶ୍ଵିନ, ଅକ୍ଷର ପଟେଲ୍, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାର ଓ ମହମ୍ମଦ ଶାମି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.