ଆଜିଠାରୁ ଆରମ୍ଭ ହେଲା ଆଶ୍ୱିନ ମାସ, ଏହିସବୁ ଜିନିଷ ଦାନ କଲେ ମିଳିଥାଏ ଦୁଇ ଗୁଣ ପୁଣ୍ୟ

Published By : Prameya-News7 Bureau | September 03, 2020 IST

ଭୁବନେଶ୍ୱର ୦୩/୦୯ : ସନାତନ ଧର୍ମରେ ପ୍ରତି ମାସର ବିଶେଷ ମହତ୍ତ୍ୱ ରହିଛି | ସେହିଭଳି ଆଶ୍ୱିନ ମାସର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି | ଆଶ୍ୱିନ ମାସକୁ ଦାନ ଧର୍ମ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ ବୋଲି କୁହାଯାଏ | ସେପ୍ଟେମ୍ବର ୩ ତାରିଖ, ଗୁରୁବାର ଦିନ ଠାରୁ ଆଶ୍ୱିନ ମାସ ଆରମ୍ଭ ହୋଇଛି | ହିନ୍ଦୁ ପାଞ୍ଜି ଅନୁସାରେ ସେପ୍ଟେମ୍ବର ୧୮ ତାରିଖରୁ ଅକ୍ଟୋବର ୧୬ ତାରିଖ ଯାଏଁ ମଳମାସ ରହିବ | ମଳମାସ ସମୟରେ ଶୁଭ କାର୍ଯ୍ୟ ଯେପରିକି ବିବାହ, ବ୍ରତ, ଗୃହ ପ୍ରବେଶ ଭଳି କାର୍ଯ୍ୟ କରାଯାଏ ନାହିଁ | କାରଣ ମଳମାସରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ନିଷେଧ |

{"id":324356,"sizeSlug":"large"}

ପୌରାଣିକ ବିଶ୍ୱାସ ଅନୁଯାୟୀ, ଆଶ୍ୱିନ ମାସରେ ଦାନ ଧର୍ମ କଲେ ଦୁଇ ଗୁଣ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ | ଦାନ ଧର୍ମ ଦ୍ୱାରା ଗ୍ରହମାନଙ୍କର ଶୁଭ ପ୍ରଭାବ ପଡିଥାଏ ଏବଂ ଦେବାଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ | ଏହା ଦ୍ୱାରା ବ୍ୟକ୍ତିଙ୍କୁ ସୁଖ, ଶାନ୍ତି, ଐଶ୍ୱର୍ଯ୍ୟ, ବୈଭବ ଆଦି ପ୍ରାପ୍ତ ହୋଇଥାଏ | ଆଶ୍ୱିନ ମାସ କୃଷ୍ଣପକ୍ଷ ପତିପ୍ରଦ ଠାରୁ ଅମାବାସ୍ୟା ଯାଏଁ ପିତୃପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଓ ତର୍ପଣ ଦିଆଯାଇଥାଏ | ପିତୃପକ୍ଷଙ୍କୁ ଶ୍ରାଦ୍ଧ ଦେଲେ ସେମାନଙ୍କ ଆତ୍ମା ଶାନ୍ତି ପାଇଥାଏ ଓ ସେମାନଙ୍କ ଆଶୀର୍ବାଦ ସର୍ବଦା ରହିଥାଏ | ପିତୃପକ୍ଷରେ ପିଣ୍ଡଦାନ କଲେ, ବ୍ରାହ୍ମଣଙ୍କୁ ଭୋଜନ କରାଇଲେ ପିତୃଙ୍କ ଆତ୍ମା ତୃପ୍ତି ହୋଇଥାଏ | ଆଶ୍ୱିନ ମାସରେ ରାଶି ଓ ଘିଅ ଦାନ କଲେ ବହୁତ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି |

{"id":324359,"sizeSlug":"large"}

ସନାତନ ଧର୍ମରେ ଆଶ୍ୱିନ ମାସକୁ ବହୁତ ପବିତ୍ର ବୋଲି କୁହାଯାଏ | ପୌରାଣିକ କଥା ଅନୁଯାୟୀ, ଆଶ୍ୱିନ ମାସରେ ମନକୁ ଶାନ୍ତ ରଖିବାକୁ ପ୍ରୟାସ କରିବା ଉଚିତ | ମନରେ କୌଣସି ପ୍ରକାର ଇର୍ଷା ଭାବ, ଅହଂକାର, କ୍ରୋଧ, ଲୋଭ ରଖିବା କଥା ନୁହେଁ | ଏହାସବୁ ତାମସିକ ଗୁଣ | ମନରୁ ନକାରାତ୍ମକ ବିଚାର ତ୍ୟାଗ କରି ସକାରାତ୍ମକ ଶକ୍ତିର ସଞ୍ଚାର ପାଇଁ ପ୍ରୟାସ କରିବା ଉଚିତ | ଆଶ୍ୱିନ ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ବିଶେଷ ଫଳ ପ୍ରାପ୍ତି ହୋଇଥାଏ | 

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.