Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ଅଶ୍ୱଥ୍ ନାରାୟଣଙ୍କୁ ସମ୍ବର୍ଦ୍ଧନା

30/08/2019 at 8:45 PM

ଭୁବନେଶ୍ୱର ୩୦।୮: ରୁଷିଆର କାଜାନ୍ ସହରଠାରେ ଅନୁଷ୍ଠିତ ହୋଇଯାଇଥିବା ୪୫ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସି.ଭି.ରମଣ କଲେଜର ଛାତ୍ର ଅଶ୍ୱଥ୍ ନାରାୟଣ ଭାଗ ନେଇ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ଆଜି ଓଡିଶାକୁ ପ୍ରତ୍ୟାବର୍ତନ କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରଠାରେ ଅଶ୍ୱଥଙ୍କୁ କଲେଜର ଚେୟାରମ୍ୟାନ୍, ଡାଇରେକ୍ଟର ଫାଇନାନ୍ସ୍, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ ସାମ୍ବାଦିକଗଣ ବିପୁଳମାତ୍ରାରେ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଅଶ୍ୱଥ୍ କହିଥିଲେ ଯେ, ଜଳ ପ୍ରଯୁକ୍ତି ବର୍ଗ ବର୍ତମାନ ବିଶ୍ୱର ଏକ ମୁଖ୍ୟ ଚର୍ଚ୍ଚାର ବିଷୟ ବସ୍ତୁ । ଜଳର ସଂରକ୍ଷଣ, ଏହାର ପୁନଃ ପ୍ରୟୋଗ ଏବଂ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର କରି ଏହି ଦକ୍ଷ ଗଠିତ ହୋଇଛି । ଏଥିରେ ସମଗ୍ର ପୃଥିବୀର ୧୧ଟି ଦେଶର ପ୍ରତିଯୋଗୀମାନେ ଅନ୍ତିମ ପର୍ଯ୍ୟାୟରେ ଭାଗ ନେଇଥିଲେ । ଅଶ୍ୱଥ୍ ଏହି ସମସ୍ତ ଦେଶମାନଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ଅବସରରେ ଉପସ୍ଥିତ କଲେଜର ଚେୟାରମ୍ୟାନ୍ ସଂଜୀବ କୁମାର ରାଉତ୍ କହିଛନ୍ତି ବର୍ତମାନ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଜଳ ପ୍ରଯୁକ୍ତି ବର୍ଗ ସବୁଠାରୁ ଅତ୍ୟ।।ଧୁନିକ ଏବଂ ଏଥିରେ ଆଇଟି, ମେକାଟ୍ରୋନିକ୍, ମେକାନିକାଲ, କେମିକାଲ ଏବଂ ଇଲେକ୍ଟ୍ରିକାଲ ଇଜିଂନିୟରିଙ୍ଗ୍ ଦକ୍ଷତାର ଆବଶ୍ୟକତା ରହିଛି । ବର୍ତମାନ ଜଳ ସଂରକ୍ଷଣ, ଜଳ ଶୁଦ୍ଧତାର ବିଶାଳ ଆବଶ୍ୟକତା ଆସିଛି ଏବଂ ଏହି ପ୍ରଯୁକ୍ତି ତାହାର ଅନେକ ମାତ୍ରାରେ ସମାଧାନ କରିପାରିବ । ଏହି ସ୍ୱର୍ଣ୍ଣ ପଦକ ଜିତିବା ଦ୍ୱାରା ସି.ଭି. ରମଣ ଓ ସମଗ୍ର ଓଡିଶା ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଶ୍ୱାସ ଆଣିଦେବା ସହିତ ବହୁ ଛାତ୍ରଛାତ୍ରୀ ଏହି କ୍ଷେତ୍ରରେ ଭବିଷ୍ୟତରେ ଭାଗ ନେଇ ଭାରତ ପାଇଁ ଅନେକ କୃତିତ୍ୱ ହାସଲ କରିବେ । ଏହି ସଫଳତା ପାଇଁ କଲେଜର ଚେୟାରମ୍ୟାନ୍ ସଂଜୀବ କୁମାର ରାଉତ୍, ଓଡିଶା ଦକ୍ଷତା ବିକାଶ କର୍ତୃୁପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ, ସେକ୍ରେଟାରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଜଂୟ ସିଂ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ବିଭାଗର ପୁର୍ବତନ ଡାଇରେକ୍ଟର ରାଜେଶ ପାଟିଲ୍, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶା ବିଭାଗର ପୂର୍ବତନ ଡାଇରେକ୍ଟର ବଲବନ୍ତ ସିଂଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ।

   Related Posts