ଏହି କାରଣ ପାଇଁ ଆଗାମୀ ଏକଦିବସୀୟ ସିରିଜ୍ ମ୍ୟାଚରେ ସାମିଲ ହୋଇପାରନ୍ତି ଅଶ୍ବିନ୍

Published By : Prameya-News7 Bureau | July 17, 2019 IST

ନୂଆଦିଲ୍ଳୀ୧୭|୭:  ଜୁଲାଇ ୧୯ରେ ଓ୍ବିଷ୍ଟଇଣ୍ଡିଜ ଗସ୍ତକୁ ନେଇ ଭାରତୀ କ୍ରିକେଟ  ଟିମ ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିସିସିଆଇ ଓ୍ବିଷ୍ଟଇଣ୍ଡିଜ ଗସ୍ତରେ ନୂଆ, ପୂରୁଣା ଖେଳାଳୀଙ୍କ  ଚୟନକୁ ନେଇ ତତ୍ପର ଦେଖାଇଛି। ଏହି ଦିବସୀୟ ସିରିଜ୍ ମ୍ୟାଚରେ ରବି ଚନ୍ଦ୍ରନ ଅଶ୍ବିନଙ୍କୁ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏଥିସହ ଟିମ ଇଣ୍ଡିଆ ତିନୋଟି  ଟି-୨୦ ମ୍ୟାଚ, ଦୁଇଟି ଏକଦିବସୀୟ ମ୍ୟାଚ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବାରେ ନଜର ଆସିବେ। ଏନେଇ ଶୁକ୍ରବାର ଅର୍ଥାତ ଜୁଲାଇ ୧୯ ତାରିଖରେ ମୁମ୍ବାଇରେ ଏହି ବାବଦରେ ଘୋଷଣା କରାଯିବ। ସୂଚନାନୁଯାୟୀ, ଓ୍ବିଷ୍ଟଇଣ୍ଡିଜ ଗସ୍ତରେ ବହୁ ଅଭିଜ୍ଞ ଖେଳାଳୀଙ୍କୁ ବାଦ ଦିଆଯାଇ ପାରେ, ସେମାନଙ୍କୁ ଆରାମ ଦେବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇ ପାରନ୍ତି।

 ଲମ୍ବା ସମୟ ଧରି ଟିମରୁ ବାଦ ପଡ଼ିଥିବା ଖେଳାଳୀ  ଟିମରେ ସାମିଲ ହେବାପାଇଁ ଏହି ସମୟରେ ସୁବର୍ଣ୍ଣସୁଯୋଗ  ରହିଛି। ୨୦୧୭ ଆଇସିସି ଚାମ୍ପିୟନସିପ ଟ୍ରଫି ପରେ ଏକଦିବସୀୟ ମ୍ୟାଚ ଓ ଟି-୨୦ ମ୍ୟାଚରୁ ଅଶ୍ବିନଙ୍କୁ  ବାହାର କରିଦିଆ ଯାଇଥିଲା। ତାଙ୍କୁ ଆରମା ଦେବା ପାଇଁ ବିସିସିଆଇ ନିଷ୍ପତ୍ତି  ନେଇଥିଲା। ଅଶ୍ବିନ ଲମ୍ବା ସମୟ ଧରି କ୍ରିକେଟ ପଡ଼ିଆରେ  ଦେଖାଯାଇ ନଥିଲେ। ରବି ଚନ୍ଦ୍ରନ୍ ଅଶ୍ବିନଙ୍କୁ ଟିମ ଆଣିବାରେ ବହୁତ କାରଣ ରହିଛି।

 ସେଥିମଧ୍ୟରୁ ଟିମ ଇଣ୍ଡିଆର ଯୁବ ଖେଳାଳୀ ଦିନକୁ ଦିନ ଫ୍ଲପ୍ ହେବାର ଲାଗିଛନ୍ତି।କୁଳଦୀପ  ଯାଦବଙ୍କ  ବୋଲିଂର ପ୍ରଭାବ ଖେଳାଳୀଙ୍କ ଉପରେ ପଡ଼ୁ ନାହିଁ। ବରଂ ତାଙ୍କ ବଲକୁ ବ୍ୟାଟ୍ସମ୍ୟାନ ନିସ୍ତୁକ  ପିଟୁଛନ୍ତି। ୨୦୧୯  ବିଶ୍ବକପରେ କୁଳଦୀପ ଯାଦବ ୬ ଓ୍ବିକେଟ ଅକ୍ତିଆର କରିଛନ୍ତି। ଆଇପିଏଲ ମ୍ୟାଚରେ ମଧ୍ୟ କୁଳଦୀପଙ୍କ ବୋଲିଂର ଯାଦୁ କିଛି କାମ କରିନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.