Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

୩ଦିନ ହେଲା ଜଳୁଛି ଜଙ୍ଗଲ : ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ

8/03/2021 at 10:01 AM

ଢେଙ୍କାନାଳ ।୩: ଗତ ୩ଦିନ ହେଲା ଢେଙ୍କାନାଳ ବନଖଣ୍ଡର ଷଢଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଅଶ୍ବଖୋଲା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି । ନିଆଁ ଲାଗିବାର ସଠିକ୍ କାରଣ କଣ ଜଣାପଡିନାହିଁ । ଫଳରେ ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ଯାହା ଫଳରେ ବନ୍ୟଜନ୍ତୁମାନେ ଅଣନିଶ୍ବାସୀ ହୋଇ ପଡିଲେଣି ।

ସେପଟେ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ବନ୍ୟ ଜନ୍ତୁଙ୍କ ଉପଦ୍ରବରେ ଆତଙ୍କିତ ହୋଇପଡିଛନ୍ତି । ମାତ୍ର ବନ ବିଭାଗର ନିଆଁ ଲିଭାଇବା ପାଇଁ ଆଦୌ ଚିନ୍ତା ନାହିଁ । ଫଳରେ ଜଙ୍ଗଲର ନିଆଁ କ୍ରମଶଃ ଭୟଙ୍କର ରୂପ ନେବାରେ ଲାଗିଛି । ଗୋଟିଏ ପଟରେ ଏହି ଜଙ୍ଗଲ ନିଆଁରେ ଲକ୍ଷ ଲକ୍ଷ ସଂଖ୍ୟାରେ ମୂଲ୍ୟବାନ ଗଛ ସବୁ ପୋଡି ଜାଳ ଯାଉଥିବା ଦେଖାଯାଉଛି ।

ସେପଟେ ନିଆଁର ଭୟରେ ପ୍ରାଣ ବଞ୍ଚାଇବା ପାଇଁ ହାତୀଠାରୁ ଆରମ୍ଭ କରି ଜଙ୍ଗଲୀ ବାରହା, ଭାଲୁ ଆଦି ଭୟଙ୍କର ଜୀବ ସବୁ ପାଖ ଜନବସତିରେ ପଶି ଯାଉଛନ୍ତି । ଏହି ବନ୍ୟଜନ୍ତୁଙ୍କ ଉପାଦ୍ରବ ଆଖପାଖ ଲୋକଙ୍କୁ ଆତଙ୍କିତ କରିଛି । ନିଆଁକୁ ଆୟତ୍ତ କରୁନଥିବାରୁ ନିଆଁ  କ୍ରମଶଃ ଭୟଙ୍କର ହୋଇଉଠିଛି ।

   Related Posts