ସିନେ ଇଣ୍ଡଷ୍ଟ୍ରୀକୁ ପୁଣି ଝଟକା, ଅଭିନେତା ଆଶୁତୋଷ ଭାକରେଙ୍କ ଆତ୍ମହତ୍ୟା, ପୋଲିସ କହିଲା-'ମାନସିକ ଚାପରେ ଥିଲେ'

Published By : Prameya-News7 Bureau | July 30, 2020 IST

ମୁମ୍ବାଇ, ୩୦|୦୭ :  ମରାଠି ଅଭିନେତା ଆଶୁତୋଷ ଭାକରେ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ମରାଠଓ୍ୱାଡା ଅଞ୍ଚଳର ନାନ୍ଦେଦରେ ଥିବା ନିଜ ଘରେ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି ।

ବୁଧବାର ୩୨ ବର୍ଷୀୟ ଆଶୁତୋଷଙ୍କ ମୃତଦେହ ସେ ରହୁଥିବା ଫ୍ଲାଟରେ ତାଙ୍କ ପରିବାର ଲୋକେ ପ୍ରଥମେ ଦେଖିଥିଲେ । ସେ ହେଉଛନ୍ତି ମରାଠୀ ଅଭିନେତ୍ରୀ ମୟୂରୀ ଦେଶମୁଖଙ୍କ ସ୍ୱାମୀ । ମରାଠି ଧାରାବାହିକ ଖୁଲତା କାଲି ଖୁଲେନାରେ ସେ ଅଭିନୟ କରିଥିଲେ । ଏପରିକି ମରାଠି ଫିଲ୍ମ ଭକର ଓ ଇଚାର୍ ଥାରଲା ପାକାରେ ମଧ୍ୟ ସେ ଅଭିନୟ କରିଛନ୍ତି ।

{"id":307848,"width":749,"height":435,"sizeSlug":"large"}

ଆଶୁତୋଷ କଣ ପାଇଁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇପାରି ନାହିଁ । ସେ ଗତ କିଛି ଦିନ ଧରି ମାନସିକ ଅବସାଦରେ ଥିବା କୁହାଯାଉଛି । ଏପରିକି ସେ ଗତ କିଛିଦିନ ତଳେ ଆତ୍ମହତ୍ୟାକୁ ନେଇ ଏକ ଭିଡିଓ ପୋଷ୍ଟ କରିଥିଲେ । ଶିବାଜୀନଗର ପୋଲିସ ଏହି ମାମଲାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.