Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଜ୍ୟୋତିର୍ବିଜ୍ଞାନୀ, ପଦାର୍ଥ ବିଜ୍ଞାନ ଏବଂ ମାଧ୍ୟାକର୍ଷଣ ବିଜ୍ଞାନର ଗବେଷକ ପଦ୍ମ ଭୂଷଣ ଶଶିକୁମାର ଚିତ୍ରେଙ୍କ ପରଲୋକ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

12/01/2021 at 8:25 PM

ବେଙ୍ଗାଲୁରୁ ୧୨।୦୧: ଜ୍ୟୋତିର୍ବିଜ୍ଞାନୀ  ତଥା ସୋଲାର ପଦାର୍ଥ ବିଜ୍ଞାନ ଏବଂ ମାଧ୍ୟାକର୍ଷଣ ଲେନ୍ସି ଉପରେ ଗବେଷଣା ପାଇଁ ଜଣାଶୁଣା ଶଶିକୁମାର ମଧୁସୂଦନ ଚିତ୍ରେଙ୍କ ମଙ୍ଗଳବାର ମୁମ୍ଵାଇରେ ପରଲୋକ ଘଟିଛି।  କିଛି ସମୟ ହେବ ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲେ।

ଚିତ୍ରେଙ୍କୁ ମୁମ୍ଵାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ତାଙ୍କ ପତ୍ନୀ, ପୁଅ ଏବଂ ନାତି ନାତୁଣୀଙ୍କୁ ଛାଡି ଚାଲି ଯାଇଛନ୍ତି। ଚିତ୍ରେ ମୁମ୍ଵାଇର ଟାଟା ଇନଷ୍ଟିଚ୍ୟୁଟ୍ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ(TIFR)ର ପୂର୍ବତନ  ବରିଷ୍ଠ ପ୍ରଫେସର ଥିଲେ। ସେ ୨୦୦୧ରେ ଅବସର ଗ୍ରହଣ କରିଥିଲେ। ଏଥି ସହ ସେ  ଜ୍ୟୋତିର୍ବିଜ୍ଞାନ ସୋସାଇଟି ଅଫ୍ ଇଣ୍ଡିଆର ପୂର୍ବତନ ସଭାପତି ତଥା ହୋମି ଭବା ଫେଲୋସିପ୍ ପରିଷଦର ସମ୍ମାନିତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିଲେ।

ବିଜ୍ଞାନରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସେ ୨୦୧୨ରେ ଭାରତ ସରକାରଙ୍କ ଦ୍ଵାରା ଦେଶର ତୃତୀୟ ବେସାମରିକ ସର୍ବୋଚ୍ଚ ପୁରସ୍କାର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କର ଦେହାନ୍ତରେ ବୈଜ୍ଞାନିକଙ୍କ ମହଲରେ ଶୋକର ଛାୟା ଖେଳାଇ ଦେଇଛି।

ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ଫ୍ରଫେସର ଶଶିକୁମାର ଚିତ୍ରେଙ୍କ ପରଲୋକ ଖବର ଶୁଣି ଦୁଃଖିତ। ସେ ଜ୍ୟୋତିର୍ବିଜ୍ଞାନୀ  ତଥା ସୋଲାର ପଦାର୍ଥ ବିଜ୍ଞାନ ଏବଂ ମାଧ୍ୟାକର୍ଷଣ ଲେସିଙ୍ଗ ଏବଂ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କର କାର୍ଯ୍ୟ ଆଗାମୀ ଛାତ୍ର ସମାଜକୁ ପ୍ରେରଣା ଦେଇ ଚାଲିବ। ଓମ ଶାନ୍ତି।

   Related Posts