Big Bang ପରେ ବିଶ୍ୱର ସବୁଠୁ ବଡ ବିସ୍ଫୋରଣର ସନ୍ଧାନ ଦେଲା ପୁଣେ ଟେଲିସ୍କୋପ୍

Published By : Prameya-News7 Bureau | February 28, 2020 IST

ପୁଣେ:  ବିଗ୍ ବ୍ୟାଙ୍ଗ ପରେ ବ୍ରହ୍ମାଣ୍ଡରେ ହୋଇଥିବା ସବୁଠୁ ବଡ ବିସ୍ଫୋରଣର ସନ୍ଧାନ ଦେଇଛି ପୁଣେସ୍ଥିତ ମିଟରୱେବ୍ ରେଡିଓ ଟେଲିସ୍କୋପ୍ (ଜିଏମଆରଟି)। ଏହି ବିସ୍ଫୋରଣ ‘ଆଫ୍ୟୁକ୍‌ସ୍’ ଆକାଶଗଙ୍ଗାରେ ହୋଇଥିବା ମହାକାଶବିଦ୍‌ମାନେ ଜାଣିବାକୁ ପାଇଛନ୍ତି। ଜିଏମଆରଟି ସମେତ ଏକ୍ସ-ରେ ଓ ରେଡିଓ ଟେଲିସ୍କୋପରୁ ଏହା ଜଣାପଡିଛି। ଏହି ଆକାଶ ଗଙ୍ଗା ସମୂହ ପୃଥିବୀରୁ ୩୯ କୋଟି ଆଲୋକବର୍ଷ ଦୂରରେ ରହିଛି। ପୂର୍ବରୁ ଆକାଶଗଙ୍ଗା ଗୁଚ୍ଛ ଏମଏସ୍୦୭୩୫+୭୪ରେ ହୋଇଥିବା  ବିସ୍ଫୋରଣଠାରୁ ମଧ୍ୟ ଏହା ଭିଷଣ ଥଲା ବୋଲି ଅଷ୍ଟ୍ରେଲିୟ ଗବେଷିକା ମେଲାନୀ ଜନଷ୍ଟନ ହୋଲିଟ୍ କହିଛନ୍ତି।

{"id":230388,"sizeSlug":"large"}

ଅଷ୍ଟ୍ରେଲିଆ କାକାର୍ଟିନ ୟୁନିଭର୍ସିଟିର ହୋଲିଟ୍ ପୂର୍ବରୁ ଆକାଶଗଙ୍ଗାମାନଙ୍କରେ ବିସ୍ଫୋରଣ ଦେଖାଯାଇଛି,  ହେଲେ ଆଫ୍ୟୁକ୍‌ସ୍‌ର ବିସ୍ଫୋରଣ ସବୁଠୁ ବଡ ଓ ଏଭଳି ବିସ୍ଫୋରଣର କାରଣ କ’ଣ ହୋଇପାରେ ତାହା ଜଣାପଡିନଥିବା କହିଛନ୍ତି। ତେବେ ଏହାର ପ୍ରକ୍ରିୟା ଖୁବ୍ ମନ୍ଥର ଥିଲା ବୋଲି ହେଲିଟ୍ କହିଛନ୍ତି। ହେଲେ ଏହି ବିସ୍ଫୋରଣ ଯୋଗୁ ଉତ୍ପନ୍ନ ହୋଇତିବା ଗରମ ଗ୍ୟାସ୍ ବ୍ଲାକ୍‌ ହୋଲ ପ୍ଲାଜମାରେ ଗର୍ତ୍ତ କରିପକାଇଥିବା ଗବେଷକମାନେ କହିଛନ୍ତି।

{"id":230389,"sizeSlug":"large"}

ଏହି ବିସ୍ଫୋରଣକୁ ୧୯୮୦ ମାଉଣ୍ଟ ସେଣ୍ଟ ହେଲେନ୍ସରେ ହୋଇଥିବା ବିସ୍ଫୋରଣ ସହ ତୁଳନା କରିଛନ୍ତି ଆମେରିକା ନେବଲ ରିସର୍ଚ୍ଚ ଲାବୋରେଟରୀର ଗବେଷକ ସିମୋନା ଜିଆସୁନଟୁସି। ଏଥିରେ ପାହାଡର ଶିର୍ଷଦେଶ ସମ୍ପୂର୍ଣ୍ଣ ନଷ୍ଟହୋଇଯାଇଥିଲା। ଏବେ ଆଫ୍ୟୁକ୍‌ସ୍‌ରେ ହୋଇଥିବା ଗୋଟିଏ ଗୋଟିଏ ଗର୍ତ୍ତରେ ୧୫ଟି ଆକାଶଗଙ୍ଗାକୁ ଫିଟ୍‌ ହୋଇପାରିବ ବୋଲି ସିମୋନା କହିଛନ୍ତି। ଗବେଷକଙ୍କ ଏହି ଅନୁସନ୍ଧାନ ଆଷ୍ଟ୍ରୋଫିଜିକାଲ ପତ୍ରିକାରେ ସ୍ଥାନ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.