Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଅନ୍ତରୀକ୍ଷରେ ଆଶ୍ଚର୍ଯ୍ୟ! ପ୍ରଥମ ଥର ଶିଶୁଗ୍ରହର ଜନ୍ମ ଦେଖିଲେ ଜ୍ୟୋତିର୍ବିଦ୍

21/05/2020 at 2:26 PM

ୟୁରୋପର ସାଉଥ୍ ଅବଜରଭେଟରୀରେ ଖଗୋଳବିଦ୍‌ମାନେ ପ୍ରଥମ ଥର ଏକ ନୂଆ ଗ୍ରହ ଉତ୍ପତିର ପ୍ରତ୍ୟକ୍ଷ ଅନୁଭୂତି କରିଛନ୍ତି। ଅବଜରଭେଟରୀର ବିଶାଳ ଟେଲିସ୍କୋପ୍‌ରେ ‘ଏବି ଆରିଗା’ ନକ୍ଷତ୍ରର ଧୂଳିଓ ଧୂମ ପୂର୍ଣ୍ଣ ଗ୍ୟାସିୟ ପିଣ୍ଡ ଭିତରେ ଗ୍ରହର ଜନ୍ମ ଦେଖିଥିବା ଦାବି କରିଛନ୍ତି। ଯାହାକୁ ଗବେଷକମାନେ ଏକ ଶିଶୁଗ୍ରହ ଅସ୍ତିତ୍ୱକୁ ଆସିବାର ଏକ ପ୍ରମାଣ ବୋଲି କହିଛନ୍ତି।

ମହାକାଶରେ ଖଗୋଳବିଦ୍‌ମାନେ ଏହିପରି ଅନେକ ନୂତନ ଗ୍ରହ ଠାବ କଲେଣି। ହେଲେ ପ୍ରଥମଥର ଏଭଳି ଗ୍ରହର ଜନ୍ମ ଦେଖିବାକୁ ପାଇଛନ୍ତି ବୋଲି ଅଧ୍ୟୟନର ନେତୃତ୍ୱ ନେଇଥିବା ଅବଜରେଭଟରୀ ଡି ପ୍ୟାରିସ୍‌ର ଆନ୍ଥୋନୀ ବୋକଲେଟି କହିଛନ୍ତି। ଅନ୍ତରୀକ୍ଷରେ ଗ୍ରହଙ୍କ ଏପରି ଉତ୍ପତିର ଛବି ସଂଗ୍ରହ କରିବା ବାସ୍ତବିକ କଷ୍ଟସାଧ୍ୟ।

ପୃଥିବୀଠାରୁ ୫୨୦ ଆଲୋକବର୍ଷ ଦୂର ଆରିଗା ନକ୍ଷତ୍ରରେ ଏହି ଗ୍ରହର ଉତ୍ପତି ଦେଖାଯାଇଛି। ନକ୍ଷତ୍ରକୁ ଘେରି ରହିଥିବା ବଳୟରେ ଶିଶୁ ଗ୍ରହ ଠିକ୍ ହ୍ରଦରେ ଏକ ଭାସମାନ ନୌକା ଭଳି ଚିତ୍ରରୁ ପ୍ରତିତ ହେଉଛି।  ନବଜାତ ଗ୍ରହଟି ଯେପରି ତାର ନକ୍ଷତ୍ରକୁ ପରିକ୍ରମା କରିବା ଆରମ୍ଭ କରିବ ଧୂଳିଧୂଆଁରୁ ବାହାରି ସ୍ପଷ୍ଟ ଦେଖାଯିବ।

ଶୀତଳ ଗ୍ୟାସ୍ ଓ ଧୂଳିବଳୟରୁ ନୂତନ ଗ୍ରହଙ୍କ ଉତ୍ପତି ହୁଏ ବୋଲି ଜ୍ୟୋତିର୍ବିଦମାନେ ଜାଣନ୍ତି। ହେଲେ ଏପର୍ଯ୍ୟନ୍ତ ଅନ୍ତରୀକ୍ଷରେ କେବେ ଗ୍ରହଙ୍କ ଏପରି ସୃଷ୍ଟି ଅଭିଜ୍ଞତା କରିନଥିଲେ। ସୂର୍ଯ୍ୟଙ୍କ ଠାରୁ ନେପଚୁନର ଦୂରତା ଯେତିକି ଏବି ଆରିଗା ନକ୍ଷତ୍ରରେ ଠିକ୍ ସେତିକି ଦୂରରେ ଏହି ନୂତନ ଗ୍ରହର ଉତ୍ପତି ହୋଇଛି। ଜ୍ୟୋତିର୍ବିଦମାନଙ୍କର ଏହି ଅଭିଜ୍ଞତା ଜର୍ଣ୍ଣାଲ ଅଫ ଆଷ୍ଟ୍ରୋନମି ଏଣ୍ଡ ଆଷ୍ଟ୍ରୋଫିଜିକ୍ସରେ ମଧ୍ୟ ପ୍ରକାଶିତ ହୋଇଛି।   

   Related Posts