Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

କରୋନାରେ ISSରୁ ପୃଥିବୀକୁ ଫେରିଲେ ୩ ମହାକାଶଚାରୀ, କାଜାଖସ୍ତାନରେ ସଫଳ ଅବତରଣ

17/04/2020 at 6:19 PM

ବୈକାନୁର ୧୭।୪:  ଅନ୍ତର୍ଜାତୀୟ ଅନ୍ତରୀକ୍ଷ କେନ୍ଦ୍ର (ଆଇଏସଏସ୍)ରୁ ୩ ଜଣ ମହାକାଶଚାରୀ ଶୁକ୍ରବାର ସଫଳତାର ସହ ପୃଥିବୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୈଶ୍ୱିକ ମହାମାରୀରେ ମହାକାଶଚାରୀ ଏଣ୍ଡ୍ର୍ୟୁ ମୋର୍ଗାନ, ଜେସିକା ମୀର ଏବଂ ଓଲେଗ ସ୍କ୍ରିପୋଚକା ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ପୃଥିବୀକୁ ଫେରିବା ପରେ ମହାକାଶ କେନ୍ଦ୍ର ଅପେକ୍ଷା ଅଧିକ ନିସଙ୍ଗ ଅନୁଭବ କରିବେ ବୋଲି କହିଛନ୍ତି ନାସା ମହାକାଶଚାରୀ ମୀର କହିଛନ୍ତି।

୩ ମହାକାଶଚାରୀଙ୍କ ମଧ୍ୟରୁ ଜଣେ ଋଷିୟ ହୋଇଥିବା ବେଳେ ଅନ୍ୟ ୨ ଜଣ ନାସାର। ଏବେ କରୋନା ସଂକ୍ରମଣ ଯୋଗୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଉଡାଣ ବନ୍ଦ ରହିଛି। ଏଣୁ ଆଇଏସଏସ୍‌ରୁ ଫେରିଥିବା ମହାକାଶଚାରୀଙ୍କୁ ଘରକୁ ଫେରିବା ଲାଗି କିଛି ସମୟ ଲାଗିପାରେ।  ୩ ମହାକାସଚାରୀଙ୍କ ମଧ୍ୟରୁ ନାସାର ଆଣ୍ଡ୍ର୍ୟୁ ମୋରଗାନ ଆଇଏସଏସ୍‌ରେ ସର୍ବାଧିକ ୨୭୨ ଦିନ ବିତାଇଛନ୍ତି। ସେ ୨୦ ଜୁଲାଇ ୨୦୧୯ରେ ସୋୟୁଜ୍ ଏନଏସ୍-୧୩ ଯୋଗେ ଆଇଏସ୍ଏସ୍ ଯାଇଥିଲେ। ତେବେ ଜେସିକା ଓ ସ୍କ୍ରିପୋଚକା ଅନ୍ତରୀକ୍ଷରେ ୨୦୫ ଦିନ କଟାଇ ଫେରିଛନ୍ତି।

ସ୍କ୍ରିପୋଚକାଙ୍କ ନେତୃତ୍ୱରେ ୩ ଜଣିଆ ମହାକାଶଚାରୀ ଦଳ ପୃଥିବୀ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ବେଶ୍ ସଫଳତାର ସହ ଅବତରଣ କରିଛନ୍ତି। ତେବେ ଏଥର ମହାକାଶଚାରୀଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ ପରେ ପରିବହନ ପୂର୍ବ ଭଳି ସରଳ ହୋଇନାହିଁ। ଭୂ-ଭାଗରେ କରୋନା ଜନିତ କଟକଣା ଯୋଗୁ ସେମାନଙ୍କୁ ଅବତରଣ ସ୍ଥଳରୁ ହେଲିକପ୍ଟର ଯୋଗେ ବୈକାନୁର ମହାକାଶ କେନ୍ଦ୍ରକୁ ଅଣାଯାଇଛି। ସେଠାରୁ ସେମାନଙ୍କ ନିଜନିଜ ଘରକୁ ପଠାଯିବ।

   Related Posts