ଏହି ୧୦ଟି ସଙ୍କେତରୁ ବୁଝିଯିବେ ହେବାକୁ ଯାଉଛି ଆପଣଙ୍କ ସହ ବଡ଼ ଧରଣର ଅଶୁଭ

Published By : Prameya-News7 Bureau | November 14, 2019 IST

ଜ୍ୟୋତିଷ ଶାସ୍ତ୍ରରେ ଏପରି ଏକ ବିଦ୍ୟା ରହିଛି ଯେଉଁଥିରେ ଗ୍ରହ-ନକ୍ଷତ୍ରର ଗଣନା ଏବଂ ତାଙ୍କ ଚାଲରୁ ବ୍ୟକ୍ତିଙ୍କ ଭବିଷ୍ୟତ ବିଷୟରେ ଜଣା ପଡ଼ିଥାଏ। ଅନେକ ଲୋକ ଜ୍ୟୋତିଷ ଗଣନାରୁ ଜୀବନରେ ଘଟୁଥିବା ଘଟଣା ଉପରେ ବିଶ୍ବାସ କରିଥାଆନ୍ତି ତ କେତେକ ବ୍ୟକ୍ତି ଏହାକୁ ଅନ୍ଧବିଶ୍ବାସ ବୋଲି ମାନିଥାଆନ୍ତି। ବ୍ୟକ୍ତିଙ୍କ ଜୀବନରେ କିଛି ଘଟଣା ଶୁଭ ହୋଇଥାଏ ତ କିଛି ଅଶୁଭ ହୋଇଥାଏ। ଆଗାମୀ ଦିନରେ କ’ଣ ଘଟିବ  ଏହାର ସୂଚନା ଜ୍ୟୋତିଷ ସହାୟତାରେ ମିଳିଯାଇଥାଏ। ତେବେ ଆସନ୍ତୁ ଜାଣିବା କେବେ ଏବଂ କେଉଁ ପରିସ୍ଥିତିରେ ବ୍ୟକ୍ତିଙ୍କ ଜୀବନରେ ଖରାପ ସମୟ ଆରମ୍ଭ ହୋଇଥାଏ ।

{"id":184184,"width":588,"height":370,"sizeSlug":"large"}

୧. ଗହଣା ହଜିବା : ଗହଣା ହଜିବା କିମ୍ବା ଚୋରି ହେବା ଭଲ ସଙ୍କେତ ହୋଇନଥାଏ। ଏହା କୌଣସି ବଡ଼ ବିପଦର ସଙ୍କେତ ଦେଇଥାଏ।

{"id":184185,"width":583,"height":351,"sizeSlug":"large"}

୨. ପୋଷା ଜନ୍ତୁଙ୍କ ମୃତ୍ୟୁ : ଯେତେବେଳେ ଘରର ପୋଷା ଜନ୍ତୁଙ୍କର ମୃତ୍ୟୁ ହୋଇଥାଏ ସେତେବେଳେ କୌଣସି ବଡ଼ ସମସ୍ୟା ଆସିଥାଏ।

{"id":184186,"sizeSlug":"large"}

୩. ଅନାମିକା ଆଙ୍ଗୁଳି ପାଖରେ ଜାଇ ହେବା : ଯେତେବେଳେ ହାତ ପାପୁଲିରେ ହୋଇଥିବା ସୂର୍ଯ୍ୟ ପର୍ବତ ଅର୍ଥାତ୍ ଅନାମିକା ଆଙ୍ଗୁଳିର ତଳ ଭାଗରେ ହଠାତ୍ କୌଣସି ଜାଇ ଉତ୍ପନ୍ନ ହୋଇଥାଏ ତେବେ ବୁଝିଯାଆନ୍ତୁ ଆପଣଙ୍କୁ ଠକାମିର ଶିକାର ହୋଇପାରନ୍ତି।

{"id":184187,"sizeSlug":"large"}

୪. ଜୀବନସାଥୀଙ୍କ ସହ ମତଭେଦ : ଯେତେବେଳେ ଜୀବନସାଥୀଙ୍କ ସହ ଆପଣଙ୍କ ମତଭେଦ ବଢ଼ିବାକୁ ଲାଗେ ତେବେ ଏହା ସଙ୍କେତ ଧନହାନି ଆଡ଼କୁ ଈଶାରା କରିଥାଏ।

{"id":184188,"width":592,"height":388,"sizeSlug":"large"}

୫. କୌଣସି ବଡ଼ ଅବସର : ଯେତେବେଳେ ଆପଣଙ୍କୁ ଲାଗିବ ଯେ ଅନେକ ଉଦ୍ୟମ ପରେ ମଧ୍ୟ ଆପଣ କୌଣସି କାମରେ ସଫଳତା ପାଇ ପାରୁନାହାନ୍ତି ସେତେବେଳେ ଏହା ଧନହାନିର ସଙ୍କେତ ଦେଇଥାଏ।

{"id":184189,"width":583,"height":388,"sizeSlug":"large"}

୬.ପେଟ ସମ୍ବନ୍ଧୀୟ ସମସ୍ୟା : ଯେତେବେଳେ ପେଟ ସମ୍ବନ୍ଧୀୟ ସମସ୍ୟା ବଢ଼ିବାକୁ ଲାଗିଥାଏ ଏବଂ ମନ ଚିଡ଼ଚିଡ଼ା ଲାଗିଥାଏ ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ ଜୀବନରେ କୌଣସି ବଡ଼ ଧରଣର ଦୁର୍ଘଟଣାର ଆଶଙ୍କା ରହିଛି। ଏହା ଆର୍ଥିକ ଏବଂ ଶାରିରୀକ ମଧ୍ୟ ହୋଇଥାଏ।

{"id":184190,"sizeSlug":"large"}

୭. ଧନ ସମ୍ବନ୍ଧୀୟ ସମସ୍ୟା : ଯେତେବେଳେ ହଠାତ୍ କହିବାବେଳେ ଜିଭ ଥରିବାକୁ ଲାଗିବ ଏବଂ ପାଟିରେ ଆବଶ୍ୟକତାଠୁ ଅଧିକ ଲାଳ ସୃଷ୍ଟି ହେବ ,ତେବେ ଏହା ଭବିଷ୍ୟତରେ ଆର୍ଥିକ ଏବଂ ଆଇନଗତ ସମସ୍ୟାରେ ପଡ଼ିବାର ସଙ୍କେତ ଦେଇଥାଏ।

{"id":184191,"sizeSlug":"large"}

୮. ପାଣି ଟାଙ୍କି : ଯଦି ଆପଣଙ୍କ ଘରର ପାଣି ଟାଙ୍କି ହଠାତ୍ ଲିକ୍ ହୋଇଯାଇଥାଏ ତେବେ ବୁଝି ଯାଆନ୍ତୁ ଯେ କୌଣସି ବଡ଼ ଧରଣର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

{"id":184192,"sizeSlug":"large"}

୯.ତେଲ ପଡ଼ିବା : ହଠାତ୍ ମୁଖ୍ୟ ଦ୍ବାରରେ ତେଲ ପଡ଼ିଥିବାର ଦେଖାଯାଏ ତେବେ ଏହା ସଙ୍କେତ ଦେଇଥାଏ ଯେ ଆପଣଙ୍କ ପରିବାର ଉପରେ କୌଣସି ବିପତ୍ତି ଆସିପାରେ।

{"id":184195,"sizeSlug":"large"}

୧୦. ଇଲୋକ୍ଟୋନିକ୍ ଉପକରଣ : ଯଦି ହଠାତ୍ ଆପଣଙ୍କ ଇଲୋକ୍ଟୋନିକ୍ ଉପକରଣ ବାରମ୍ବାର ଖରାପ ହୋଇଥାଏ ତେବେ ବୁଝିଯାଆନ୍ତୁ ଏହା ଆପଣଙ୍କ ଧନହାନିର ସଙ୍କେତ ଦେଇଥାଏ। ଆସନ୍ତା ଭବିଷ୍ୟତରେ ଆପଣଙ୍କୁ ବଡ଼ ଧରଣର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.