ଜ୍ୟୋତିଷଶାସ୍ତ୍ର ଅନୁସାରେ ଘରେ କୌଣସି ନକାରାତ୍ମକ ଶକ୍ତି ଥିବା କେମିତି ଚିହ୍ନିବେ ଜାଣନ୍ତୁ

Published By : Prameya-News7 Bureau | December 11, 2018 IST

ଭୁବନେଶ୍ୱର ୧୧/୧୨ : ଅଧିକାଂଶ ସମୟରେ କୌଣସି କାରଣ ନଥାଇ ମଧ୍ୟ ଘରେ ଝଗଡା, କାର୍ଯ୍ୟରେ ଅସଫଳତା କିମ୍ବା ଧନ ହାନି ଦେଖାଦେଇଥାଏ | ଏସବୁର କାରଣ ଖୋଜିବାକୁ ଆମେ ବହୁତ ଚେଷ୍ଟା କରିଥାଉ | ଘରେ ଅଶାନ୍ତି ସୃଷ୍ଟି ନହେବା ପାଇଁ ବିଭିନ୍ନ ପ୍ରକାର ପୂଜାପାଠ ମଧ୍ୟ କରିଥାଉ | ତଥାପି ବେଳେବେଳେ ଏସବୁର କୌଣସି ପ୍ରଭାବ ପଡ଼ିନଥାଏ | ଫଳରେ ମଣିଷ ଅବସାଦଗ୍ରସ୍ତ ହୋଇଯାଏ | ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇଥାଏ | ତେବେ ଏସବୁ ସମସ୍ୟାର କାରଣ ନକାରାତ୍ମକ ଶକ୍ତି ହୋଇଥାଏ | ଘରେ ନକାରାତ୍ମକ ଶକ୍ତି ବାସ କରୁଥିଲେ କୌଣସି କାର୍ଯ୍ୟରେ ସଫଳତା ମିଳିନଥାଏ | ଯେଉଁ କାମ କଲେ ମଧ୍ୟ ସବୁଥିରେ ବିଫଳତାର ସମ୍ମୁଖୀନ ହେବାକୁ ପଡିଥାଏ | ଯାହାଫଳରେ ମନ ଅଶାନ୍ତ ହୋଇପଡେ | ଯଦି ଆପଣ ମଧ୍ୟ ଏଭଳି କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ଆମେ ଆପଣଙ୍କୁ ଏକ ସହଜ ଉପାୟ ବିଷୟରେ ଜଣେଇବୁ ଯାହା ଦ୍ୱାରା ଆପଣ ଆପଣଙ୍କ ଘରେ ଥିବା ନକାରାତ୍ମକ ଶକ୍ତିକୁ ସହଜରେ ଚିହ୍ନି ପାରିବେ | 

{"id":62887,"width":579,"height":385}


ଘରେ ନକାରାତ୍ମକ ଶକ୍ତି ଥିବା କେମିତି ଜାଣିବେ :
ଘରେ କୌଣସି ନକାରାତ୍ମକ ଶକ୍ତି ଥିବା ଜାଣିବା ପାଇଁ ଗୋଟିଏ ଗ୍ଲାସ ପାଣି ନିଅନ୍ତୁ | ଏହି ପାଣିରେ ଦୁଇ ଚାମଚ ଲୁଣ ଏବଂ ଗୋଟିଏ ଚାମଚ ଭିନେଗାର ପକାନ୍ତୁ | ଏବେ ଏହି ଗ୍ଲାସକୁ ସେହି ସ୍ଥାନରେ ରଖିଦିଅନ୍ତୁ ଯେଉଁଠି ନକାରାତ୍ମକ ଶକ୍ତି ଥିବା ଆପଣ ଆଶଙ୍କା କରୁଥିବେ | ଏହି ପାଣି ଗ୍ଲାସକୁ ରାତି ସାରା ସେମିତି ଚଡି ଦିଅନ୍ତୁ |

{"id":62886}

ସକାଳେ ଉଠି ଚେକ କରନ୍ତୁ ଗ୍ଲାସରେ ଥିବା ପାଣି ସଫା ଅଛି ନା ମଇଳା ହୋଇଯାଇଛି | ଯଦି ପାଣି ମଇଳା ହୋଇଯାଇଥିବା ତାହେଲେ ଜାଣିବେ ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ରହିଛି | ଏହି ପ୍ରକ୍ରିୟାକୁ ପ୍ରତିଦିନ କରିବା ପରେ ଆପଣଙ୍କ ଘରୁ ନକାରାତ୍ମକ ଶକ୍ତି ଧୀରେ ଧୀରେ କମିଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.