କରୋନାକୁ ନେଇ ଜ୍ୟୋତିଷଙ୍କ ଭବିଷ୍ୟବାଣୀ: ରାହୁ-କେତୁ, ଶନି ଓ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଯୋଗୁଁ ତଳମୁହାଁ କରୋନା ଗ୍ରାଫ୍

Published By : Prameya-News7 Bureau | October 12, 2020 IST

ଭୁବନେଶ୍ୱର ୧୨/୧୦ : ରାହୁ କେତୁ ରାଶି ପରିବର୍ତ୍ତନ ଓ ଗୁରୁ-ଶନିଙ୍କ ସିଧା ଚଳନ ଯୋଗୁଁ ସ୍ଥିତିରେ ଶୁଭ ପରିବର୍ତ୍ତନ ସ୍ପଷ୍ଟ ନଜର ଆସୁଛି। ସେପ୍ଟେମ୍ବର ମାସରେ ଗ୍ରହଙ୍କ ରାଶି ପରିବର୍ତ୍ତନର ଜ୍ୟୋତିଷିୟ ଘଟଣା ଘଟିଥିଲା। ସେତେବେଳେ ଜ୍ୟୋତିଷ କହିଥିଲେ ଯେ ଗ୍ରହଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଶୁଭ ପରିଣାମ ଦେଖାଦେବ ଏବଂ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବ। ଯେଉଁମାନେ ଜ୍ୟୋତିଷଶାସ୍ତ୍ର ଉପରେ ବିଶ୍ୱାସ କରନ୍ତିନି ସେମାନେ ସମ୍ଭବତଃ ଗ୍ରହ ପରିବର୍ତ୍ତନ ଯୋଗୁଁ ହେଉଥିବା ଶୁଭ ପରିଣାମ ଉପରେ ବିଶ୍ୱାସ ନ କରିପାରନ୍ତି ଏବଂ ଥଟ୍ଟା କରିପାରନ୍ତି। କିନ୍ତୁ ଦେଶରେ କରୋନା ଗ୍ରାଫ ଧୀରେ ଧୀରେ ତଳକୁ ଖସିବା ଏବଂ ମୃତ୍ୟୁହାର ହ୍ରାସ ପାଇବା ଏହା ପ୍ରମାଣିତ କରୁଛି।

ଜ୍ୟୋତିଷଶାସ୍ତ୍ରରେ ରାହୁ ଓ କେତୁକୁ ଏମିତି ଏକ ସଂକ୍ରମଣର କାରକ ବୋଲି କୁହାଯାଏ ଯାହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ କରିଥାଏ। ଗତ ବର୍ଷ ଧନୁ ରାଶି ବା ମୂଳ ନକ୍ଷତ୍ରରେ ସୂର୍ଯ୍ୟଗ୍ରହଣ ଲାଗିଥିଲା ଏବଂ ଏହି ରାଶିରେ ୬ ଗ୍ରହଙ୍କ ସଂଯୋଗ ସୃଷ୍ଟି ହୋଇଥିଲା ସେତେବେଳେ ଚୀନ ବୁହାନରେ କରୋନା ଭାଇରସ ସେଠାକାର ଲୋକଙ୍କୁ ନିଜର ଶିକାର କରିବା ଆରମ୍ଭ କରିଥିଲା। ପାପ ଗ୍ରହ ରାହୁ ଆଦ୍ରା ନକ୍ଷତ୍ରରେ ପ୍ରବେଶ କରି ସଂକ୍ରମଣକୁ ସାରା ଦୁନିଆରେ ପ୍ରସାର କରିଥିଲା। ଦେବଗୁରୁ ବୃହସ୍ପତିଙ୍କର ଯେତେବେଳେ କେତୁ ସହ ସଂଯୋଗ ହୋଇଥିଲା ସେତେବେଳେ ସଂକ୍ରମଣ ପ୍ରକୋପ ସାଜି ଦୁନିଆର ଅନେକ ଦେଶକୁ ବିସ୍ତାର କରିଥିଲା।

{"id":343027,"sizeSlug":"large"}

ଗତ ମାସ ସେପ୍ଟେମ୍ବର ୨୩ ତାରିଖରେ ଯେତେବେଳେ ରାହୁ ଓ କେତୁ ନିଜ ରାଶି ପରିବର୍ତ୍ତନ କରିଥିଲେ ଓ ସେପ୍ଟେମ୍ବର ୧୩ ତାରିଖରେ ବୃହସ୍ପତି ଧନୁ ରାଶିରେ ଓ ସେପ୍ଟେମ୍ବର ୨୯ ତାରିଖରେ ଶନିଦେବ ମକର ରାଶିରେ ମାର୍ଗୀ ହୋଇ ସିଧା ଚଳନ କରିଥିଲେ ସେତେବେଳେ ଗ୍ରହଙ୍କ ଶୁଭ ପରିବର୍ତ୍ତନ ଯୋଗୁଁ ଶୁଭ ପରିଣାମ ମଧ୍ୟ ସାମ୍ନାକୁ ଆସିବାର ଥିଲା। ୧୩ ତାରିଖରେ ଶନି ନିଜ ରାଶିରେ ମାର୍ଗୀ ହୋଇଥିଲେ ଅର୍ଥାତ ଶୁଭ ସ୍ଥିତିକୁ ଆସିଥିଲେ। ଏହାପରେ ୨୩ ତାରିଖରେ ରାହୁ ମିଥୁନ ରାଶିରୁ ବୃଷ ରାଶିରେ ପ୍ରବେଶ କରିଥିଲେ ଓ କେତୁ ଧନୁ ରାଶିରୁ ବିଛା ରାଶିକୁ ପ୍ରବେଶ କରିଥିଲେ। ଶନିଙ୍କ ରାଶି ପରିବର୍ତ୍ତନ ମଧ୍ୟ ଶୁଭ ଫଳ ପ୍ରଦାନ କରିବା ଆରମ୍ଭ କରିଛି ଏବଂ ସକାରାତ୍ମକ ସ୍ଥିତି ଦେଖିବାକୁ ମିଳିଛି।

ଉଭୟ ପାପ ଗ୍ରହ ରାହୁ କେତୁ ବର୍ତ୍ତମାନ ନିଜର ଉଚ୍ଚ ରାଶିରେ ଅଛନ୍ତି ଏବଂ ଶୁଭ ଫଳ ଦେବା ଆରମ୍ଭ କରିଛନ୍ତି। ଶନି ଓ ବୃହସ୍ପତି ମଧ୍ୟ ଶୁଭ ସ୍ଥିତିରେ ଅଛନ୍ତି। ତେବେ ଆଗାମୀ ଦିନରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଆହୁରି ହ୍ରାସ ପାଇବ। ରାହୁ, କେତୁ, ଶନି, ବୃହସ୍ପତି ବର୍ତ୍ତମାନ ସକାରାତ୍ମକ ପରିଣାମ ଦେବା ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.